ଲଣ୍ଡନର ଏହି ବିଜନେସମ୍ୟାନଙ୍କୁ ନିଜ ଜ୍ୱାଇଁ କରିଥିଲେ ଏୟାରଟେଲର ମାଲିକ ସୁନିଲ ମିତ୍ତଲ, ଜାଣନ୍ତୁ ଏବେ କ’ଣ କରୁଛନ୍ତି ଝିଅ ଇଶା…

ନୂଆଦିଲ୍ଲୀ ୨୭/୮: ଭାରତର ଟେଲିକମ୍ ସେକ୍ଟରର ଫେମସ କମ୍ପାନୀ ଏୟାରଟେଲର ମୁଖ୍ୟ ସୁନିଲ ଭାରତୀ ମିତ୍ତଲ୍ ପ୍ରାୟତଃ ନିଜ ବାଣିଜ୍ୟିକ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ରୁହନ୍ତି । ତେବେ ତାଙ୍କ ପାରିବାରକ ଜୀବନୀ ସମ୍ପର୍କରେ କମ୍ ଆଲୋଚନା ହୁଏ । ଖାସ୍ ରୂପେ ତାଙ୍କ ଝିଅ ଇଶା ମିତ୍ତଲ ପସରିଚା ପ୍ରାୟ ଚର୍ଚ୍ଚାରେ ରୁହନ୍ତି । ଇଶା ମିତ୍ତଲ ବିବାହ ପରେ ଲଣ୍ଡନରେ ରୁହନ୍ତି ଏବଂ ନିଜ ପତି ଶରଣ ପସରିଚାଙ୍କ କାରବାରରେ ସାହାଯ୍ୟ କରନ୍ତି । ସ୍କଟଲ୍ୟାଣ୍ଡରେ ଜନ୍ମ ଗ୍ରହଣ କରିଥିବା ଇଶା ୨୦୦୯ରେ ଶରଣ ପସରିଚାଙ୍କୁ ବିବାହ କରିଥିଲେ । ସେହି ସମୟରେ ଏହା ଦେଶର ଚର୍ଚ୍ଚିତ ବିବାହ ମଧ୍ୟରେ ଗୋଟିଏ ଥିଲା । ଏଥିରେ ସାମାଜିକ, ରାଜନୈତିକ ଏବଂ ଫିଲ୍ମି ଜଗତର ଅନେକ  ହସ୍ତୀ ସାମିଲ ହୋଇଥିଲେ ।

ଶରଣ ପସରିଚାଙ୍କ ଲଣ୍ଡନରେ କାରବାର ଅଛି ଯାହାକୁ ସେ Ennismore ନାମରେ ଚଲାନ୍ତି । ସେ ଏହାର ସିଇଓ ଭାବେ ଦାୟିତ୍ୱ ତୁଲାନ୍ତି । ପିଲାଦିନୁ ତାଙ୍କର ବିଜନେସ୍ ପ୍ରତି ବହୁତ ଆଗ୍ରହ ଥିଲା । ବ୍ରିଟିଶ୍ ୱେବସାଇଟ୍ www.standard.co.uk  ଅନୁସାରେ ପ୍ରାୟ ୫ ବର୍ଷ ବୟସରେ ସେ ନିଜ ମାଙ୍କ ଦ୍ୱାରା ପ୍ରସ୍ତୁତ ସ୍ୟାଣ୍ଡୱିଚ୍ ସ୍କୁଲରେ ବିକ୍ରି କରିଦେଉଥିଲେ । ଏଥିରେ ସେ ବହୁତ ପକେଟ୍ ମନି ଏକାଠି କରିଦେଉଥିଲେ । ସେ ହୋଟେଲ ବ୍ୟବସାୟରେ ଏଣ୍ଟ୍ରି କରିଥିଲେ ଯେଉଁଥିରେ ତାଙ୍କୁ ସଫଳତା ମିଳିଥିଲା ।

ଶରଣ ପସରିଚାଙ୍କ ସହିତ ତାଙ୍କ ପତ୍ନୀ ଇଶା ଭାରତୀ ପସରିଚା ମଧ୍ୟ ବାଣିଜ୍ୟ ଦୁନିଆରେ ବହୁତ ଆକ୍ଟିଭ୍ । ସେ ଲାଇଫଷ୍ଟାଇଲ୍ ଇନଭେଷ୍ଟର ଭାବେ ଲଣ୍ଡନରେ ପରିଚୟ ସୃଷ୍ଟି କରିପାରିଛନ୍ତି । ଏବଂ ଅନେକ ବଡ ବଡ ଫ୍ୟାସନ୍ ବ୍ରାଣ୍ଡ୍ସରେ ନିବେଶ କରିଛନ୍ତି । ୩୫ ବର୍ଷୀୟ ଇଶା ଭାରତୀ ପସରିଚା ଫ୍ୟାଶନ୍ ୱର୍ଲ୍ଡରେ ଇନଭେଷ୍ଟମେଣ୍ଟକୁ ନେଇ କୁହନ୍ତି କି ଭାରତରେ ଆମେ ରଙ୍ଗରେ ବିଶ୍ୱାସ କରୁ ଏବଂ  ଏହା ମୋ ଜୀବନରେ ସବୁବେଳେ ନଜର ଆସେ । ସେ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ପ୍ୟାରିସରେ ପାଠପଢା ସମୟରେ ସେ ଏକ ଫ୍ୟାସନ ବ୍ରାଣ୍ଡ ସହିତ ସେଲ୍ସ ଆସିଷ୍ଟାଣ୍ଟ ରୂପେ ଯୋଡି ହୋଇଥିଲେ । ସେବେଠୁ ସେ ଏହି ସେକ୍ଟରରେ ଆଗ୍ରହୀ ରହିଆସିଛନ୍ତି ।

ଦିଲ୍ଲୀର ଫାଇଭ୍ ଷ୍ଟାର୍ ହୋଟେଲରେ ଶରଣ ପସରିଚା ଓ ଇଶା ପସରିଚାଙ୍କ ୨୦୦୯ରେ ବିବାହ ହୋଇଥିଲା । ଏହି ବିବାହରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ଜମ୍ମୁ କଶ୍ମୀରର ତତ୍କାଳୀନ ସିଏମ ଉମର ଅବ୍ଦୁଲାଙ୍କ ସମେତ ରାଜନୈତିକ, ସାମାଜିକ ଓ ଫିଲ୍ମ ଜଗତର ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ ।  ଇଶା ମିତ୍ତଲଙ୍କ ବ୍ୟତୀତ ସୁନିଲ୍ ମିତ୍ତଲଙ୍କ ୨ ପୁଅ ମଧ୍ୟ ଅଛନ୍ତି ଯାହାଙ୍କ ନାମ ଶ୍ରବିଣ ମିତ୍ତଲ ଓ କବିନ୍ ମିତ୍ତଲ ।