ପ୍ରତିଦିନ ୧.୫ ଜିବି ଡାଟା ସହ ମିଳୁଛି ଫ୍ରି କଲିଂ ଓ ଅନେକ ଫାଇଦା, ପ୍ଲାନର ଦାମ୍ ୩୦୦ ଟଙ୍କାରୁ ବି କମ୍

ନୂଆଦିଲ୍ଲୀ ୨୪/୧୧: ଯଦି ଆପଣ ଅଧିକ ଇଣ୍ଟରନେଟ୍ ବ୍ୟବହାର କରନ୍ତି ଏବଂ ଏଥିପାଇଁ କୌଣସି ଶସ୍ତା ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି ତେବେ ଏୟାରଟେଲ୍ ଆପଣଙ୍କ ପାଇଁ ଅନେକ ପ୍ଲାନ୍ ନେଇ ଆସିଛି । ଏୟାରଟେଲର ତାଲିକାରେ ଏମିତି ଅନେକ ପ୍ରିପେଡ୍ ପ୍ଲାନ୍ ସାମିଲ ଅଛି ଯେଉଁଥିରେ ୧.୫ ଜିବି ଡାଟା ଦିଆଯାଉଛି । ଖାସ୍ କଥା ହେଉଛି ଏହାର ଦାମ୍ ୩୦୦ ଟଙ୍କାରୁ ମଧ୍ୟ କମ୍ । ତେବେ ଆସନ୍ତୁ ଜାଣିବା ଏୟାରଟେଲର ୩୦ ଟଙ୍କାରୁ ମଧ୍ୟ କମ୍ ଦାମର ଏହି ବେଷ୍ଟ ୧.୫ ଜିବି ଡେଲି ଡାଟା ପ୍ଲାନ୍ ସମ୍ପର୍କରେ…

୨୪୯ ଟଙ୍କିଆ ପ୍ଲାନ୍
ଏୟାରଟେଲର ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତି ଦିନ ୧.୫ ଜିବି ଡାଟା ଦିଆଯାଉଛି । କମ୍ପାନୀ ଏହି ପ୍ଲାନରେ ୨୮ ଦିନର ବୈଧତା ପ୍ରଦାନ କରୁଛି । କଲିଂ ବେନିଫିଟ୍ କଥା କହିବା ତ ଏଥିରେ ୟୁଜର୍ସଙ୍କୁ ସମସ୍ତ ନେଟୱର୍କରେ ଅନଲିମିଟେଡ୍ କଲିଂର ଫାଇଦା ମିଳୁଛି । ପ୍ରତିଦିନ ୧୦୦ ମେସେଜ୍ ଫ୍ରି ଓ ହାଲୋଟ୍ୟୁନର ବେନିଫିଟ୍ ମଧ୍ୟ ପାଇବେ ଗ୍ରାହକ ।
ଅତିରିକ୍ତ ଅଫର୍ସ କଥା କହିବା ତ ଏଥିରେ ଗ୍ରାହକଙ୍କୁ ଫାଷ୍ଟ୍ୟାଗରେ ୧୫୦ ଟଙ୍କାର କ୍ୟାଶବ୍ୟାକ୍, ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟମ୍ ସବସ୍କ୍ରିପ୍ସନ ମଧ୍ୟ ମିଳୁଛି ।

୨୭୯ ଟଙ୍କିଆ ପ୍ଲାନ୍
ଏଥିରେ ଗ୍ରାହକଙ୍କୁ ୧.୫ ଜିବି ଡାଟା ମିଳିବ । ପ୍ଲାନର ବୈଧତା ୨୮ ଦିନ । କଲିଂ ବେନିଫିଟ୍ କଥା କହିବା ତ ଏଥିରେ ମଧ୍ୟ ୟୁଜର୍ସଙ୍କୁ ସମସ୍ତ ନେଟୱର୍କରେ ଅନଲିମିଟେଡ୍ କଲିଂର ଫାଇଦା ମିଳୁଛି । ପ୍ରତିଦିନ ୧୦୦ ମେସେଜ୍ ଫ୍ରି ଓ ହାଲୋଟ୍ୟୁନର ବେନିଫିଟ୍ ମଧ୍ୟ ପାଇବେ ଗ୍ରାହକ । ଅତିରିକ୍ତ ଅଫର୍ସ କଥା କହିବା ତ ଏଥିରେ ଗ୍ରାହକଙ୍କୁ ଫାଷ୍ଟ୍ୟାଗରେ ୧୫୦ ଟଙ୍କାର କ୍ୟାଶବ୍ୟାକ୍, ଏୟାରଟେଲ୍ ଏକ୍ସଟ୍ରିମ୍ ପ୍ରିମିୟମ୍ ସବସ୍କ୍ରିପ୍ସନ ମଧ୍ୟ ମିଳୁଛି । ଖାସ୍ କଥା ହେଉଛି ଏହି ପ୍ଲାନରେ ଗ୍ରାହକଙ୍କୁ ଏଚଡିଏଫସି ଲାଇଫ ଇନସ୍ୟୁରାନ୍ସ ତରଫରୁ ୪ ଲକ୍ଷ ଟଙ୍କାର ଜୀବନବୀମା ମିଳୁଛି ।