PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶଦ୍ରୋହୀ ୟାସିନ ମଲିକକୁ ଆଜୀବନ ଜେଲ, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ କୋର୍ଟ ଶୁଣାଇଲେ ଦଣ୍ଡାଦେଶ
  • ||
  • ସମ୍ୱଲପୁର : ଭବାନୀପାଲି ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଟ୍ରକ୍ ଧକ୍କାରେ ୩ ବାଇକ୍ ଆରୋହୀଙ୍କ ମୃତ୍ୟୁ , ମୃତକଙ୍କ ପରିଚୟ ମିଳନାହିଁ
  • ||
  • କଳିଙ୍ଗା ଘାଟିରେ ଟୁରିଷ୍ଟ ବସ୍ ଦୁର୍ଘଟଣାରେ ୬ ମୃତ୍ୟୁ ଘଟଣା, ଏଣିକି କଳିଙ୍ଗା ଘାଟି ଦେଇ ଯାଇପାରିବ ନାହିଁ ଟୁରିଷ୍ଟ ବସ୍ , ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସୂଚନା
  • ||
  • ଝାରସୁଗୁଡ଼ା : ଝାରସୁଗୁଡ଼ାରୁ ପ୍ରାୟ ୧୭ ଗ୍ରାମ୍‌ର ବ୍ରାଉନସୁଗର ଜବତ, ୩ ଗିରଫ
  • ||
  • ଜଳେଶ୍ଵର : ପାର୍କିଂ କରୁଥିବା ବେଳେ ଚଢିଗଲା ଟ୍ରକ୍, ହେଲ୍‌ପର୍ ମୃତ
  • ||
  • କଂଗ୍ରେସକୁ ଝଟକା, ସମାଜବାଦୀ ପାର୍ଟି ଟିକେଟରୁ ନାମାଙ୍କନ ପତ୍ର ଦାଖଲ କଲେ କପିଲ ସିବଲ
  • ||
  • ସମ୍ବଲପୁର : ହୀରାକୁଦରୁ ଛଡ଼ାଯିବ ପ୍ରଥମ ବନ୍ୟାଜଳ, ତଳ ମୁଣ୍ଡର ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଏୟାରଟେଲ୍ ଗ୍ରାହକଙ୍କ ପାଇଁ ବଡ଼ ଉପହାର, ଏବେ ଗ୍ରାହକଙ୍କୁ ମିଳିବ ୧୦ଜିବି ଡାଟା ମାଗଣା

ନୂଆଦିଲ୍ଲୀ,୧।୩: ରିଲାଏନ୍ସ ଜିଓ ଭାରତ ବଜାରରେ ଆସିବା ପରେ ଟେଲିକମ୍ ଇଣ୍ଡଷ୍ଟ୍ରିରେ ଏକ ପ୍ରକାର ପ୍ରତିଯୋଗିତା ଲଗାତର ଭାବେ ବଢ଼ିଚାଲିଛି। ଏମିତିରେ ବି କମ୍ପାନି ନିଜର ଡାଟା ବେସ୍ ବଜାୟ ରଖିବା ପାଇଁ ଲଗାତାର ନୂଆ ନୂଆ ପ୍ଲାନ୍ ଲଞ୍ଚ କରୁଛି। ଏହି କ୍ରମରେ ଏୟାରଟେଲ ନିଜର ଗ୍ରାହକକୁ ଆକର୍ଷିତ କରିବା ପାଇଁ ଆଉ ଗୋଟେ ନୂଆ ପ୍ଲାନ୍ ଆଣିଛି। ଏୟାରଟେଲର ଓ୍ବାଇଫାଇ ଜୋନ୍ ଭଳି ଏମିତି କିଛି ପ୍ଲାନ୍ ରହିଛି। ଖାସ୍ କରି ଏୟାରଟେଲର ପ୍ରିପେଡ୍ ଉପଭୋକ୍ତା ମାଗଣାରେ ଏହି ସେବାର ଲାଭ ଉଠାଇପାରିବେ।

ସହଯୋଗୀ ଓ୍ବେବସାଇଟ୍ ଏୟାରଟେଲ ଉପସ୍ଥିତିରେ କହିଛି କି, ଏହି ସୁବିଧାକୁ ବ୍ୟବହାର କରୁଥିବା ଉପଭୋକ୍ତାକୁ ୧୦ଜିବି ଡାଟା ମାଗଣା ଦିଆଯିବ। ଉପଭୋକ୍ତା ୧୦ଜିବି ଡାଟା ସରିବା ପରେ କେତେ ଡାଟା ମିଳିବ ତାହା  ପ୍ଲାନ୍ ଉପରେ ନିର୍ଭର କରିବ। କମ୍ପାନି ବର୍ତ୍ତମାନ ଏହି ସୁବିଧାକୁ କେବଳ ପ୍ରିପେଡ ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି। ଯାଥାଶୀଘ୍ର ଏହା ପୋଷ୍ଟପେଡ୍ ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରାଯିବ।

ବର୍ତ୍ତମାନ ଏୟାରଟେଲ ନିଜର ଓ୍ବାଇଫାଇ ସୁବିଧାକୁ ଦିଲ୍ଲୀ, କର୍ଣ୍ଣାଟକ, ପୁଣେ, ହାଇଦ୍ରାବାଦର କିଛି ସ୍ଥାନରେ ଆରମ୍ଭ କରିଛି। କମ୍ପାନିର କହିବାନୁସାରେ, ଯଥାଶୀଘ୍ର ଦେଶର ଅନ୍ୟ ସ୍ଥାନରେ ଆରମ୍ଭ କରାଯିବ। ଆପଣ ଏୟାରଟେଲ ଓ୍ବେବସାଇଟକୁ ଯାଇ ଲୋକେସନ୍ ସମ୍ପର୍କରେ ଜାଣିପାରିବେ। ଏୟାରଟେଲର କହିବାନୁସାରେ, ଓ୍ବାଇଫାଇ ଜୋନ୍ ସୁବିଧା ବର୍ତ୍ତମାନ ସାର୍ବଜନୀନ ସ୍ଥାନ ତଥା କଲେଜ, ଏୟାରପୋର୍ଟ, ହସ୍ପିଟାଲ ଭଳି ସ୍ଥାନରେ ଉପଲବ୍ଧ ରହିବ। ଓ୍ବାଇ ଫାଇର ସୁବିଧାର ଲାଭ  ଉଠାଇବା ପାଇଁ ଆପଣ ‘ମାଇଁ ଏୟାରଟେଲ ଆପ୍’ ରେ ମାଇଁ ଓ୍ବାଇ ଫାଇ ଅପସନ୍ ଯିବାକୁ ପଡ଼ିବ। ଏହାପରେ ଆପରେ କିଛି ପରିମିସନ ଦେବାକୁ ପଡ଼ିବ। ଏହା ଆଉ ଗୋଟେ ଅପସନ୍ ଯେଉଁଥିରେ ଆପଣଙ୍କୁ ଓ୍ବାଇ ଫାଇ ନେଟ୍‌ଓ୍ବାର୍କରେ ସାଇନ୍ କରିବାକୁ ପଡ଼ିବ। ଏହା ପରେ ଆପଣଙ୍କ ନମ୍ବରରେ ଏକ ଓଟିପି ଆସିବ ଓ ଏହାପରେ ଆପଣ ଓ୍ବାଇ ଫାଇ ସହିତ କନେକ୍ଟ କରିପାରିବେ।