PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ମଣିରତ୍ନମଙ୍କ ଆଗାମୀ ଫିଲ୍ମରେ ଐଶର୍ଯ୍ୟାଙ୍କ ସହ ରୋମାନ୍ସ କରିବେ କଟ୍ଟପ୍ପା

source:www.republichindi.com

ମୁମ୍ବାଇ ୧୮/୪: ସାଉଥ ଷ୍ଟାର ସତ୍ୟରାଜ ସାରା ଦେଶରେ ଗୋଟିଏ ଭୂମିକା ମାଧ୍ଯମରେ ଫେମସ ହୋଇଯାଇଥିଲେ । ସେ ଏସଏସ୍ ରାଜମୌଲିଙ୍କ ଫିଲ୍ମ ବାହୁବଲୀରେ କଟ୍ଟପା ଭୂମିକାରେ ଅଭିନୟ କରି ସାରା ଦେଶରେ ହଙ୍ଗାମା କରିଦେଇଥିଲେ । ବାହୁବଲୀର ପ୍ରଥମ ପାର୍ଟ ରିଲିଜ ହେବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ ପ୍ରଶ୍ନ, କଟ୍ଟପା ବାହୁବଲୀକୁ କାହିଁକି ମାରିଲା ? ଏବେ ଏହି କଟ୍ଟପାଙ୍କୁ ଆଉ ଏକ ବଡ ଫିଲ୍ମ ମିଳିଛି ।

ସତ୍ୟରାଜଙ୍କୁ ମଣିରତ୍ନମଙ୍କ ଫିଲ୍ମ ପୋନିନି ସେଲଭମରେ ଏଣ୍ଟ୍ରି ମିଳିଯାଇଛି । ଏହି ଫିଲ୍ମର ମୁଖ୍ଯ ଭୂମିକାରେ ଐଶର୍ଯ୍ଯା ରାୟ ବଚ୍ଚନ ନଜର ଆସିବେ । ଫିଲ୍ମରେ ଶ୍ୱଶୁର ଅମିତାଭ ବଚ୍ଚନ ମଧ୍ଯ ନଜର ଆସିବା ନେଇ ଚର୍ଚ୍ଚା ହେଉଛି । ଐଶର୍ଯ୍ୟା ରାଜି ହୋଇସାରିଛନ୍ତି କିନ୍ତୁ ବ୍ୟସ୍ତତା କାରଣରୁ ବିଗ୍ ବି ଏପର୍ଯ୍ଯନ୍ତ କିଛି ସୂଚନା ଦେଇନାହାନ୍ତି । ତେବେ ତାଜା ସୂଚନା ଅନୁସାରେ ସତ୍ଯରାଜଙ୍କୁ ମଧ୍ଯ ଫିଲ୍ମ ପାଇଁ କାଷ୍ଟ କରାଯାଇଛି । ସେ ଏହି ଫିଲ୍ମରେ ଐଶର୍ଯ୍ଯାଙ୍କ ପତି ଭୂମିକାରେ ନଜର ଆସିବେ । ମଣିରତ୍ନମଙ୍କ ଏହି ମେଗା ବଜେଟ୍ ଫିଲ୍ମରେ ଐଶର୍ଯ୍ଯା ଜଣେ ରାଜକୁମାରୀ ଭୂମିକାରେ ନଜର ଆସିବେ  । ତାଙ୍କ ବିବାହ ଜଣେ ରାଜା ସହିତ ହେଉଛି । ଏହା ଏକ ତାମିଲ ଉପନ୍ଯାସ ଉପରେ ଆଧାରିତ କାହାଣୀ ।