PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ମିସ୍ ଇଣ୍ଡିଆରୁ ଆଇଏଏସ୍‌ ଅଧିକାରୀ : ବିନା କୋଚିଂରେ ପାଇଛନ୍ତି ସଫଳତା

ନୂଆଦିଲ୍ଲୀ ୬।୮ : ଟପ୍ ମଡେଲ୍ ତଥା ମିସ୍ ଇଣ୍ଡିଆ ଫାଇନାଲିଷ୍ଟ ଐଶ୍ୱର୍ଯ୍ୟା ଶ୍ୟେରୋନ ହେଲେ ଆଇଏଏସ୍‌ ଅଧିକାରୀ। ଐଶ୍ୱର୍ଯ୍ୟାଙ୍କୁ ସୋସିଆଲ୍ ମିଡିଆରେ ଲୋକ ବ୍ୟୁଟି ଓ୍ବିଥ ସୁପର ବ୍ରେନ୍ କହି ପ୍ରଶଂସା କରୁଛନ୍ତି। ପ୍ରଶଂସା ପାଇବେନି ବି କେମିତି ,ମଡେଲିଂ କ୍ଷେତ୍ରରେ ଟପ୍ କରିଥିବା ଐଶ୍ବର୍ଯ୍ୟା ଏବେ ଶିକ୍ଷା କ୍ଷେତ୍ରରେ ଏତେ ବଡ଼ ନାଁ ଅର୍ଜନ କରିପାରିଛନ୍ତି।

ମଙ୍ଗଳବାର ଦିନ UPSC CSE ରେଜଲ୍ଟରେ ଐଶ୍ୱର୍ଯ୍ୟା ୯୩ ରାଙ୍କ ପାଇଛନ୍ତି। ବିଜ୍ଞାନ ଅଧ୍ୟୟନ କରୁଥିବା ଐଶ୍ୱର୍ଯ୍ୟା ନିଜ ଇଚ୍ଛାଶକ୍ତି ବଳରେ ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ଚୟନ ପରେ ଐଶ୍ୱର୍ଯ୍ୟା ଗଣମାଧ୍ୟମକୁ କହିଛନ୍ତି ଯେ, ମୋ ମା ମୋତେ ପୂର୍ବତନ ମିସ୍ ୱାର୍ଲ୍ଡ ତଥା ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ନାଁରେ ତାଙ୍କ ନାଁ ରଖିଛନ୍ତି।

ଐଶ୍ୱର୍ଯ୍ୟାଙ୍କ ମା’ ଚାହୁଁଥିଲେ ତାଙ୍କ ଝିଅ ମଡେଲିଂ ଏବଂ ଫ୍ୟାଶନ ଦୁନିଆରେ ନାଁ ଅର୍ଜନ କରୁ ବୋଲି। ଉଲ୍ଲେଖଥାଉ କି, ମିସ୍ ଇଣ୍ଡିଆର ୨୧ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ମୋତେ ମନୋନୀତ କରାଯାଇଥିଲା । କିନ୍ତୁ ଐଶ୍ବର୍ଯ୍ୟା ପ୍ରଶାସନିକ ସେବାକୁ ଯିବା ପାଇଁ ସବୁବେଳେ ସ୍ୱପ୍ନ ଦେଖୁଥିଲେ। ତେଣୁ ସେ ତାଙ୍କର ମଡେଲିଂ କ୍ୟାରିୟରରୁ ବିରତି ନେଇ ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ମଡେଲିଂରୁ ଆଇଏଏସ୍‌ ହେବାର ସ୍ୱପ୍ନକୁ ପୂରଣ କରିବା ସହଜ ନଥିଲା କିନ୍ତୁ ଏହା ଅସମ୍ଭବ ନଥିଲା ବୋଲି ଐଶ୍ବର୍ଯ୍ୟା କହିଛନ୍ତି। ଶେଷରେ ସବୁକିଛି ବାଦ୍‌ ଦେଇ ଐଶ୍ୱର୍ଯ୍ୟା ଏହି ସଫଳତା ହାସଲ କରିଛନ୍ତି।

ଐଶ୍ୱର୍ଯ୍ୟା କହିଛନ୍ତି ଯେ, ପିଲାଦିନରୁ ତାଙ୍କର ପାଠପଢ଼ା ପ୍ରତି ଆଗ୍ରହ ଥିଲା। UPSC କ୍ଲିଅର କରିବା ପାଇଁ ସେ କୌଣସି କୋଚିଂ କ୍ଲାସ୍ ଯାଇନାହାନ୍ତି। ଅଧ୍ୟୟନ ଉପରେ ଧ୍ୟାନ ଦେବା ପାଇଁ ସେ ଭିନ୍ନ ଭିନ୍ନ ରାସ୍ତା ବାଛିଥିଲେ।ଏମିତି କି ପଢ଼ିବାବେଳେ ଫୋନ୍ ଏବଂ ସୋସିଆଲ ମିଡିଆଠାରୁ ଦୂରଇ ରହୁଥିଲେ।

ଐଶ୍ୱର୍ଯ୍ୟା ଜଣେ ବିଜ୍ଞାନ ଛାତ୍ର ଥିଲେ। କିନ୍ତୁ ପରେ ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ୍ କମର୍ସରେ ଆଡମିଶନ ନେଇଥିଲେ। ତାଙ୍କ ପିତା କର୍ଣ୍ଣେଲ ଅଜୟ କୁମାର ହେଉଛନ୍ତି ଏନସିସି ତେଲେଙ୍ଗାନା ବାଟାଲିୟନର କମାଣ୍ଡିଂ ଅଫିସର। ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ୟୁପିଏସ୍‌ସି ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ହରିୟାଣାର ପ୍ରଦିପ ସିଂ ଟପ୍ପର ହୋଇଥିଲେ। ଦ୍ବିତୀୟରେ ଜତିନ୍ କିଶର ଏବଂ ତୃତୀୟ ସ୍ଥାନରେ ସୁଲତାନପୁରର ପ୍ରତୀଭା ଭର୍ମା ରହିଛନ୍ତି।

ସମ୍ବନ୍ଧିତ ଖବର