ରିଲିଜ ହେଲା ‘ଟୋଟଲ ଧମାଲ’ର ଡାଇଲଗ୍ ଟିଜର, ଦେଖିଲେ ହସି ହସି ଗଡିବେ

ମୁମ୍ବାଇ ୧୩/୨: ବଲିଉଡ ଆକ୍ଟର ଅଜୟ ଦେବଗନ ଲଗାତାର ନିଜ ଫିଲ୍ମ ‘ଟୋଟଲ ଧମାଲ’କୁ ସୋସିଆଲ ମିଡିଆରେ ପ୍ରମୋଟ କରୁଛନ୍ତି । କେତେବେଳେ ଇନଷ୍ଟାଗ୍ରାମରେ ପୋଷ୍ଟର ତ ଆଉ କେତେବେଳେ ଟିଜର ସେୟାର କରୁଛନ୍ତି । ତେବେ ଆଜି ପୁଣି ସେ ଏକ ଡାଇଲଗ୍ ଟିଜର ସେୟାର କରିଛନ୍ତି । ଏହି ଟିଜରରେ ମାଧୁରୀ ଦିକ୍ଷୀତ ଅନିଲ କପୁରଙ୍କୁ କୋର୍ଟରେ ସବୁ ପଶୁଙ୍କ ସହିତ ତୁଳନା କରୁଥିବାର ନଜର ଆସିଛନ୍ତି । କମେଡିରେ ଭରପୁର ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।
କୋର୍ଟରେ ଯେତେବେଳେ ଜଜ୍ ପଚାରୁଛନ୍ତି ଇଏ କଣ କରିଛନ୍ତି ? ବାସ୍ ସେତିକିବେଳେ ଆରମ୍ବ ହୋଇଯାଉଛନ୍ତି ମାଧୁରୀ । ଅନିଲ କପୁରଙ୍କ କାର୍ଯ୍ଯକୁ ସବୁ ପଶୁପକ୍ଷୀଙ୍କ ସହ ତୁଳନା କରି କୋର୍ଟରେ ନିଜ ବୟାନ ରଖୁଛନ୍ତି । ଦେଖନ୍ତୁ ଏହି ଭିଡିଓ…
ତେବେ କହିରଖୁଛୁ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଇନ୍ଦ୍ର କୁମାର । ଏହି ଫିଲ୍ମ ଧମାଲ ସିରିଜର ତୃତୀୟ ଫିଲ୍ମ । ଅଜୟଙ୍କ ‘ଟୋଟଲ ଧମାଲ’ ୨୨ ଫେବୃୟାରୀରେ ରିଲିଜ ହେବ ।