ପ୍ରତି ଝିଅଙ୍କ ରୁମରେ ରହୁଥିଲା ଏହି କ୍ରିକେଟରଙ୍କ ଫଟୋ, କେବଳ ଗୋଟିଏ ଭୁଲ କାରଣରୁ ଶେଷ ହୋଇଯାଇଥିଲା କ୍ୟାରିୟର

ନୂଆଦିଲ୍ଲୀ,୧୧।୫: ଭାରତୀୟ କ୍ରିକେଟ ଟିମର ଷ୍ଟାର ଖେଳାଳି ରହିଆସିଥିବା ଅଜୟ ଜାଡେଜା ଫ୍ୟାନ୍ସଙ୍କ ଭିତରେ ଖୁବ୍ ପପୁଲାର ମଧ୍ୟ ଥିଲେ। କ୍ରିକେଟ ପଡିଆା ହେଉ କିମ୍ବା ତାଙ୍କର ବ୍ୟକ୍ତିଗତ ଜୀବନ, ସେ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଏପରିକ ଏକ ସମୟ ଥିଲା ଅଜୟ ଜାଡେଜାଙ୍କର ଫିମେଲ ଫ୍ୟାନ୍ସଙ୍କ ସଂଖ୍ୟା ଖୁବ୍ ଅଧିକ ଥିଲା। ଜାଡେଜା ଯେପରି ଭଲ ଖେଳାଳି ଥିଲେ ଦେଖିବାକୁ ମଧ୍ୟ ସେଭଳି ହ୍ୟାଣ୍ଡସମ୍ ଥିଲେ। ଯେଉଁ ଝିଅମାନଙ୍କୁ ଦିନେ କ୍ରିକେଟ ଖେଳ ପସନ୍ଦ କରୁନଥିଲେ ତାଙ୍କ ପାଇଁ ଖେଳ ଦେଖିବା ଆରମ୍ଭ କରିଦେଇଥିଲେ। ନିଜ ନିଜ ରୁମରେ ମଧ୍ୟ ଜାଡେଜାଙ୍କର ଫଟୋ ଲଗାଇବା ଆରମ୍ଭ କରିଦେଇଥିଲେ। ତେବେ ମ୍ୟାଚ୍ ଫିକ୍ସିଂରେ ତାଙ୍କ ନାଁ ଆସିବା ପରେ ଜାଡେଜାଙ୍କ କ୍ୟାରିୟର ଶେଷ ହୋଇଯାଇଥିଲା। ଆଜି ଜାଡୋଙ୍କର ଜନ୍ମଦିନ ଆସନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଜାଣିବା।

ଜାଡେଜା ଶ୍ରୀଲଙ୍କା ବିପକ୍ଷରେ ୨୮ ଫେବୃଆରୀ ୧୯୯୨ରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳି ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ। ସେହି ବର୍ଷ ୧୩ ନମ୍ବେର ୧୯୯୨ରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ କ୍ରିକେଟରେ ପାଦ ଦେଇଥିଲେ। ଓ୍ବାର୍ଲ୍ଡକପରେ ଭାରତ ପାଇଁ ନିଜର ମ୍ୟାଚ୍ ଖେଳିଥିଲେ ଓ ପାକିସ୍ତାନର ଦ୍ରୁତ ବୋଲର ଆକାର ୟୁନିସଙ୍କ ଏକ ଓଭରରେ ୨୨ ରନ୍ କରି ଇଣ୍ଟରନ୍ୟାସନାଲ କ୍ରିକେଟରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଜାଡେଜା ବ୍ୟାଟିଂ ସହ ଭଲ ଫିଲ୍ଡିଂ ମଧ୍ୟ କରୁଥିଲେ। ତାଙ୍କର ଫ୍ୟାନ୍ସ ଖୁବ୍ ଅଧିକ ଥିଲେ। କିନ୍ତୁ ମ୍ୟାଚ୍ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କ ଉପରେ ୫ ବର୍ଷର କଟକଣା ଲଗାଯାଇଥିଲା। ଯଦିଓ ଏହି କଟକଣା ଶେଷ ହେବାପରେ ବି ଜାଡେଜା କ୍ରିକେଟକୁ ସବୁଦିନ ପାଇଁ ଅଲବିଦା କହିଦେଇଥିଲେ।

ହରିୟାଣାର ନଓ୍ବାନଗର ରାଜ ପରିବାରରେ ଜନ୍ମିତ ଜାଡେଜାଙ୍କ ସମ୍ପର୍କୀୟ କେଏସ୍ ରଞ୍ଜିତସିଂହଜୀଙ୍କ ନାମରେ ରଣଜୀ ଓ ଦଲୀପ ସିଂଙ୍କ ନାମରେ ଦିଲ୍ଲୀପ ଟ୍ରଫିର ନାଁ ରଖାଯାଇଥିଲା। ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ସହିତ ଜାଡେଜାଙ୍କ ପ୍ରେମ କାହାଣୀ ସେତେବେଳେ ଖୁବ୍ ଚର୍ଚ୍ଚାରେ ଥିଲା। ଏକ ମାଗାଜିନର ଫଟୋସୁଟ୍ ସମୟରେ ଅଜୟ ଓ ମାଧୁରୀଙ୍କ ସାକ୍ଷାତ ହୋଇଥିଲା। ଏହାପରେ ଦୁହିଁଙ୍କ ଭିତରେ ବନ୍ଦୁତ୍ବ ଓ ପରେ ପରସ୍ପରକୁ ଭଲ ପାଇଥିଲେ।  କିନ୍ତୁ ଜାଡେଜାଙ୍କ ପରିବାର ଲୋକ ମାଧୁରୀଙ୍କୁ ଗ୍ରହଣ କରିନଥିଲେ, ଯେଉଁ କାରଣରୁ ଦୁହିଁଙ୍କର ପ୍ରେମକାହାଣୀ ଅଧା ରହିଯାଇଥିଲା। ଏହାପରେ ଜାଡେଜା ୨୦୦୦ ମସିହାରେ ନିଜର ପରିବାର ଳୋକଙ୍କର ଇଚ୍ଛା ଅନୁସାରେ ଆଦିତି ଜେଟଲୀଙ୍କୁ ବିବାହ କରିଥିଲେ। ଆଦିତି ହେଉଛି ରାଜନେତା ଜୟା ଜେଟଲିଙ୍କ ଝିଅ।

ଜାଡେଜାଙ୍କ କ୍ରିକେଟ କ୍ୟାରିୟର ଖୁବ୍ ଭଲ ଥିଲା। ୧୯୬ଟି ଦିନିକିଆ ମ୍ୟାଚରେ ୩୭.୪୭ ଆଭରେଜରେ ରନ୍ କରି ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର ୧୧୯ ରନ୍ ଥିଲା। ଏହାଛଡା ଟେଷ୍ଟରେ ଜାଡେଜାଙ୍କର ସର୍ବାଧିକ ସ୍କୋର ୯୬ ରନ୍ ରହିଥିଲା। ୧୫ଟି ଟେଷ୍ଟରେ ୨୪ଟି ଇନିଂସ ଖେଳି ୨୬.୧୮ ଆଭରେଜରେ ୫୭୬ ରନ୍ କରିଥିଲେ। ଜାଡେଜାଙ୍କ ଅଧିନାୟକତ୍ବରେ ୧୯୯୭ରୁ ୨୦୦୦ ପର୍ଯ୍ୟନ୍ତ ଭାରତ ୧୩ଟି ଦିନିକିଆରୁ ୮ଟି ମ୍ୟାଚ୍ ଜିତିଥିଲା। ଜାଡେଜା କେବଳ କ୍ରିକେଟ ନୁହେଁ ବଲିଉଡରେ ମଧ୍ୟ କାମ କରିସାରିଛନ୍ତି। ୨୦୦୩ ମସିହାରେ ‘ଖେଲ୍’ ଓ ‘ପଲ ପଲ୍ ଦିଲ କୀ ସାଥ୍’ ଫିଲ୍ମରେ ଅଭିନୟ କରିଥିଲେ।

   ସମ୍ବନ୍ଧିତ ଖବର


ପ୍ଲେ-ଅଫ୍‌ରୁ ବାଦ ପଡ଼ିଲା CSK, ସାକ୍ଷୀ ଲେଖିଲେ ଆବେଗଭରା କବିତା

ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ଆପଣ ନିଜ କେଶ ବୃଦ୍ଧି ପାଇଁ ଚାହୁଁଛନ୍ତି କି ? ବହୁତ ଉପଯୋଗୀ ଏହି ଘରୋଇ ଉପଚାର …ଜାଣନ୍ତୁ

IPL ୨୦୨୦: ଶାରଜାହ ଷ୍ଟାଡିୟମରେ KKR-KXIP ମୁକାବିଲା, ପ୍ଲେ ଅଫ୍‌ ଦୌଡ଼ରେ ଦୁଇ ଦଳ

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ

ଦରମା ମାଗିବାରୁ ସେଲସମ୍ୟାନକୁ ଜୀଅନ୍ତା ଜାଳିଦେଲା ମଦ ଭାଟି ମାଲିକ