ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଗଛରେ ପ୍ରତିକୃତି ଖୋଦେଇ କରି ଲତା ମଙ୍ଗେଶକରଙ୍କୁ ଶୁଭେଚ୍ଛା ଜଣାଇଲେ ଅଜୟ କୁମାର ଘୋଷ

ଜଳେଶ୍ଵର, ୦୮/୦୩ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ରୂପରେ ପାଳନ କରାଯାଏ। ଏହି ଦିନକୁ ମହିଳାମାନଙ୍କ ସମ୍ମାନ, ତ୍ୟାଗ ଓ ପରିଶ୍ରମ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରାଯାଏ। ତେବେ ଏହି ଅବସରରେ ଭାରତର ସୁନାମଧନ୍ୟା କଣ୍ଠଶିଳ୍ପୀ ଲୋକପ୍ରିୟ ଲତା ମଙ୍ଗେଶକରଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ବେହେର ସାହି ଗ୍ରାମର ଶିଳ୍ପୀ ଅଜୟ କୁମାର ଘୋଷ। ବୃକ୍ଷରେ ସେ ଲତା ଦିଦିଙ୍କ ପ୍ରତିଛବିକୁ ଖୋଦେଇ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କଣ୍ଠଶିଳ୍ପୀ ଲତା ମଙ୍ଗେଶକର କେନ୍ଦ୍ର ସରକାରଙ୍କ ଦ୍ଵାରା ଭାରତ ରତ୍ନ, ପଦ୍ମଭୂଷଣ, ପଦ୍ମବିଭୁଷଣ, ଦାଦା ସାହେବ ଫାଲକେ, ଲାଇଫ୍ ଟାଇମ୍ ଆକଚିଭମେଣ୍ଟ ଆୱାର୍ଡରେ ସୁରସ୍କୃତ ହୋଇଛନ୍ତି। ଲତା ମଙ୍ଗେଶକରଙ୍କ ସଙ୍ଗୀତ ଘରେ ଘରେ ପରିଚିତ।