ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ନୂଆଦିଲ୍ଲୀ,୩୦/ ୧୧: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରୀଲଙ୍କା ଗସ୍ତରେ ଯାଇଥିଲେ। ଗସ୍ତର ଶେଷ ମୁହୂର୍ତ୍ତରେ ରବିବାର ଦିନ ଡୋଭାଲ ତାମିଲ ନେତା ଆର ସଂପନାଥାନଙ୍କୁ ସାକ୍ଷାତ କରିଛନ୍ତି।

ଇଂରାଜୀ ଖବରକାଗଜ ଦି ହିନ୍ଦୁରେ ପ୍ରକାଶିତ ଖବର ଅନୁଯାୟୀ, ଏହି ସାକ୍ଷାତକାର କଲୋମ୍ବୋ ସ୍ଥିତ ଇଣ୍ଡିଆ ହାଉସରେ ହୋଇଥିଲା ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଏହି ସାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରରେ ଶ୍ରୀଲଙ୍କାର ବିକାଶ ଉପରେ ଆଲୋଚନା ହୋଇଥିଲା ବୋଲି ଖବର ପ୍ରକାଶ ପାଇଛି।

ଡୋଭାଲଙ୍କ ଏହି ଗସ୍ତରେ ମାଳଦ୍ବୀପ, ଶ୍ରୀଲଙ୍କା ଓ ଭାରତର ତ୍ରିକୋଣିୟ ଆଲୋଚନା ହୋଇଥିଲା। ଏଥିସହିତ ଭାରତୀୟ ଏନଏସଏର ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟାଭାୟା ରାଜପକ୍ଷ, ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପକ୍ଷ ଓ ମାଳଦ୍ବୀପର ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଅହମ୍ମଦ ଦିଦିଙ୍କ ସହିତ ସାକ୍ଷାତକାର ହୋଇଥିଲା।

ଦୀର୍ଘଦିନ ଧରି ଶ୍ରୀଲଙ୍କାରେ ତାମିଲ ମାନଙ୍କ ସମସ୍ୟାର ରାଜନୈତିକ ସମାଧାନ ଉପରେ ତାମିଲ ନେତାଙ୍କ ସହ ଡୋଭାଲଙ୍କ ଆଲୋଚନା ହୋଇଛି ନା ନାହିଁ ତାହା ସ୍ପଷ୍ଟ ଭାବେ ସୂଚନା ମିଳିପାରିନାହିଁ। ସଂପନାଥନ ତାମିଲ ନେଶନାଲ ଆଲିୟନ୍ସର ୧୦ ଜଣ ସାଂସଦ ଅଛନ୍ତି ଓ ସେ ଶ୍ରୀଲଙ୍କାର ଜଣେ ଜଣାଶୁଣା ତାଲିମ ନେତା ଭାବେ ପରିଚିତ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସେପ୍ଟେମ୍ବର ୨୬ ତାରିଖରେ ଏକ ଭରଚୁଆଲ ମିଟ୍‌ ହୋଇଥିଲା। ଏହି ଆଲୋଚନାରେ ତାମିଲ ଅଳ୍ପସଂଖ୍ୟକଙ୍କ ଅଧିକାର ଉପରେ ଆଲୋଚନା ହୋଇଥିଲା।

ଡୋଭାଲଙ୍କ ଏହି ଗସ୍ତରେ ସେ ଶ୍ରୀଲଙ୍କା ଓ ମାଳଦ୍ବୀପ ସରକାରଙ୍କ ସହିତ ଶନିବାର ଦିନ ମେରିଟାଇମ୍‌ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ହିନ୍ଦ ମହାସାଗରରେ ଚୀନ ଯେଉଁଭଳି କାର୍ଯ୍ୟକଳାପ କରୁଛି ଏହି ସମୟରେ ଏହି ଆଲୋଚନା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।