PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଚର୍ବି କମ କରେ ଜୁଆଣି ଜଳ, ସେବନ କଲେ ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ,୧୩|୧୨: ଜୁଆଣି ବିନା ପରଟାର ସ୍ୱାଦ ଅଧୂରା ରହିଯାଏ। କାରଣ ବିଭିନ୍ନ ଗହମ ତିଆରି ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଜୁଆଣି ଜରୁରୀ ଅଟେ। ଶୀତଦିନେ ଅଧିକାଂଶ ଲୋକ ପେଟଭର୍ତ୍ତି ଭୋଜନ କରିଥାନ୍ତି। ଫଳରେ ଓଜନରେ ବୃଦ୍ଧି ଘଟିଥାଏ। ତେବେ ଆସନ୍ତୁ ନଜର ପକାଇବା ଜୁଆଣି ଜଳ କିପରି ଭାବେ ଓଜନକୁ ନିୟନ୍ତ୍ରିତ କରିଥାଏ।

ସାଧାରଣତଃ ଆମ ଶରୀରର ଓଜନ ପେଟ ଓ ପାଚକତନ୍ତ୍ରରେ ଚାଲୁଥିବା ବିଭିନ୍ନ ସମସ୍ୟା ପାଇଁ ବୃଦ୍ଧି ହୋଇଥାଏ। ଏହାର ଆଉ ଏକ କାରଣ ହେଉଛି ଖାଦ୍ୟପେୟ।ଜୁଆଣି ଜଳ ପେଟର ଏହି ସମସ୍ୟାକୁ ଦୂର କରିବା ପାଇଁ କାମ କରିଥାଏ।

ଏହି ଜଳ ସେବନ କରିବା ଦ୍ୱାରା ବଦହଜମୀ, ଗ୍ୟାସ, ଏସିଡ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାଫଳରେ ପାଚନ ପ୍ରକ୍ରିୟା ତ୍ୱରାନ୍ୱିତ ହେବା ସହ ଦେହ ସୁସ୍ଥ ରହିଥାଏ। ଏପରିକି ଏହା ଓଜନ ବୃଦ୍ଧି ସମସ୍ୟାରୁ ମୁକ୍ତି ଦେଇଥାଏ।

ଆହୁରି ମଧ୍ୟ ଜୁଆଣି ଭିଟାମିନ୍ ଯୁକ୍ତ ଅଟେ। ଏହା ହାଡକୁ ମଜବୁତ କରିଥାଏ। ଏହା ସେବନ କରିବା ଦ୍ୱାରା ଶକ୍ତି ବୃଦ୍ଧି ହୋଇଥାଏ। ଏଥିରେ ଥିବା ଭିଟାମିନ୍-ସି ତ୍ୱଚାକୁ କୋମଳ ରଖିଥାଏ। ଏହି ଜଳ ଗଳାର ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ।