ସେଣ୍ଟ ମୋରିଟଜରେ ହେବ ଆକାଶ ଅମ୍ବାନୀଙ୍କ ପ୍ରି-ଓ୍ବେଡିଙ୍ଗ ପାର୍ଟି

ନୂଆଦିଲ୍ଳୀ,୨୩।୨: ରିଲାୟନ୍ସର ଚେୟାରପର୍ସନ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ଆସନ୍ତା ମାର୍ଚ ମାସରେ ଶ୍ଲୋକା ମେହେତାଙ୍କ ସହ ହେବାକୁ ଯାଉଛି। ବିବାହର ଠିକ୍ ପୂର୍ବରୁ ସ୍ବିଜରଲାଣ୍ଡରେ ଏହି ଓ୍ବିକଏଣ୍ଡରେ  ପ୍ରି-ଓ୍ବେଡିଙ୍ଗ ପାର୍ଟି ଆୟୋଜନ କରାଯାଇଛି।

source: aajtak.intoday.in

ଯେଉଁ ସହରରେ ଏହି ପାର୍ଟି ରଖାଯାଇଛି ତା’ର ନାଁ ହେଉଛି ସେଣ୍ଟ ମୋରିଟଜ୍। ଏହି ସହରରେ ଅଲପାଇନ୍ ଓ୍ବିଣ୍ଟର ଟୁରିଜିମର ଶୁଭାରମ୍ଭ ହୋଇଥିଲା। ଦୁଇଥର ଓ୍ବିଣ୍ଟର ଅଲମ୍ପିକ ମଧ୍ୟ ହୋଇସାରିଛି। ଶୀତ ଦିନ ସହିତ ଖରାଦିନେ ମଧ୍ୟ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି।

source: aajtak.intoday.in

ଅମ୍ବାନୀ ପରିବାର ସେଣ୍ଟ ମୋରିଟଜର ଏକ ପଞ୍ଚତାରକା ହୋଟେଲର ବେଡରେଷ୍ଟ ପାଲେସରେ ରହୁଛନ୍ତି। ଏହି ହୋଟେଲ ପାଖକୁ ଲାଗିକି ରହିଛି ଏକ ସୁନ୍ଦର ହ୍ରଦ। ଏହି ହୋଟେଲରେ ଗୋଟିଏ ରୁମର ସବୁଠାରୁ କମ୍ ମୂଲ୍ୟ ରହିଛି ୯୮ହଜାର ୫୦୦ ଟଙ୍କା। ସେଭଳି ସବୁଠାରୁ ଦାମୀ ରୁମର ମୂଲ୍ୟ ୩ ଲକ୍ଷ ଟଙ୍କା ରହିଛି। କୁହାଯାଉଛି ଯେ ଆକାଶ ସେଠାରେ ଗ୍ରାଣ୍ଡ ବ୍ୟାଚଲର ପାର୍ଟି ଦେଉଛନ୍ତି। ପାର୍ଟି ରବିବାର ଓ ସୋମବାର ହେବ। ବଲିଉଡ ଷ୍ଟାରଙ୍କ ଠାରୁ ନେଇ ବହୁ ପ୍ରସିଦ୍ଧ ବ୍ୟକ୍ତି ବିଶେଷ ଏଥିରେ ଯୋଗ ଦେବେ। ମୁକେଶ ଓ ନୀତା ଅମ୍ବାନୀ ୫୦୦ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରିଛନ୍ତି।    

   ସମ୍ବନ୍ଧିତ ଖବର


ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ନିଜ ଫୋନ୍‌ରୁ ତୁରନ୍ତ ହଟାନ୍ତୁ ଏହି ୧୭ଟି ଆପ୍‌ସ – ଡାଟା ଚୋରୀକୁ ନେଇ ଗୁଗଲ କଲା ବ୍ୟାନ୍‌

ଜୀବନ ସହ ଖେଳୁଛି ଚୀନ୍‌

ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି