ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ବ୍ୟକ୍ତିଗତ ଭାବେ ୫ ଲକ୍ଷ ଟଙ୍କା ଦାନ କଲେ ଟାଟା ମୋଟର୍ସର ଯୁବ ଅଧିକାରୀ ଆକାଶ ପାଠକ

ଭୁବନେଶ୍ୱର ଏପ୍ରିଲ୨୦ – ଏବେ ସାରା ବିଶ୍ୱ କରୋନାର କରାଳ ଆତଙ୍କରେ ବ୍ୟତିବ୍ୟସ୍ତ । ଏଥିରୁ ଆମ ଦେଶ କିମ୍ବା ରାଜ୍ୟ ବାଦ ପଡି ନାହିଁ । ଏବେ ସାରା ଦେଶରେ ଲକ୍‌ ଡାଉନ୍‌ । ଓଡ଼ିଶାରେ ଅନୁରୂପ ଅବସ୍ଥା । ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡଙ୍କୁ ସହଯୋଗର ହାତ ବଢାଇବା ସହ ଅକୁଣ୍ଠ ଚିତରେ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍‌ କରିଛନ୍ତି । ଏହାପରେ ଅନେକ ବଦାନ୍ୟ ବକ୍ତି ସହଯୋଗର ହାତ ବଢାଇଛନ୍ତି । ଏପରି ଜଣେ ହେଉଛନ୍ତି ଆକାଶ କୁମାର ପାଠକ । ସେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ୫ ଲକ୍ଷ ଟଙ୍କା ଦାନ କରିଛନ୍ତି । କୋଭିଡ୍‌-୧୯ର ମୁକାବିଲା ପାଇଁ ସେ ଏହି ଦାନ କରିଛନ୍ତି ।

ଆକାଶ କୁମାର ପାଠକ ଏବେ ଟାଟା ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ସର୍ଭିସ୍‌ ଅଧିକାରୀ ଅଛନ୍ତି । ବର୍ତ୍ତମାନ ସେ ଟାଟା ମୋଟର୍ସ ପୁନେ ଡିଭିଜନ୍‌ର ପରିଚାଳନା ନିର୍ଦ୍ଦେଶକ(ଭାରପ୍ରାପ୍ତ) ବା ମ୍ୟାନେଜିଂ ଡିରେକ୍ଟର (I/C) ଅଛନ୍ତି । ନବୀନ୍‌ ନିବାସ ପହଞ୍ଚି ଆକାଶ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡଙ୍କୁ ସର୍ବାଧିକ ଦାନ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଆକାଶ ଅଛନ୍ତି । ଆକାଶ ଭାବାତ୍ମକ ଭାବେ ଓଡ଼ିଶା ସହ ଜଡ଼ିତ । ସେ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର ଆଲୁମନି ବା ପୂର୍ବତନ ଛାତ୍ର । ଏବେ ଟାଟା ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ସର୍ଭିସ୍‌ର ଆଗ ଧାଡିର ଅଧିକାରୀ । ଟାଟା ମୋଟର୍ସ ପୁନେ ଡିଭିଜନ୍‌ର ପରିଚାଳନା ନିର୍ଦ୍ଦେଶକ(ଭାରପ୍ରାପ୍ତ) ବା ମ୍ୟାନେଜିଂ ଡିରେକ୍ଟର (I/C) ଭାବେ ଅନେକ ସଫଳତା ପାଇଛନ୍ତି । ଟାଟା ହାରିୟର ଏସ୍‌ୟୁଭିର ବିକାଶ ଓ ଲଞ୍ଚିଂରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ଏକ ପ୍ରମିୟମ ସେଗ୍‌ମେଣ୍ଟ କାର୍‌ । ଦେଶର ସର୍ବାଧିକ ବିକ୍ରିହେଉଥିବା ଏସ୍‌ୟୁଭି ମଧ୍ୟରେ ଅନ୍ୟତମ ।

ଏବେ ଅଟୋମୋବାଇଲ୍‌ ସେକ୍ଟରେ ମାନ୍ଦାବସ୍ଥା ଦେଖା ଦେଇଥିବା ବେଳେ ଆକାଶଙ୍କ ଦ୍ୱାରା ପରିଚାଳିତ ପାସେଞ୍ଜର ଡିଭିଜନ୍‌ ଓ ଟାଟା ମୋଟରସ୍‌ ପାସେଞ୍ଜର କାର୍‌ ସେଗ୍‌ମେଣ୍ଟ ନିଜ ପ୍ରତିଦ୍ୱନ୍ଦୀଙ୍କ ତୁଳନାରେ ଭଲ ପ୍ରଦର୍ଶନ କରୁଛି । ମାର୍କେଟ ବିଶେଷଜ୍ଞମାନେ ଏହାର ତାରିଫ କରିଛନ୍ତି ।

ଆକାଶଙ୍କ ତତ୍ୱାବଧାନରେ ଟାଟା ମୋଟରସ୍‌ର ୨୬ଟି ନୂଆ ମଡେଲ୍‌ ଲଞ୍ଚିଂ ହେବାକୁ ଯାଉଛି । ଏହା ମଧ୍ୟରେ ଟାଟା ବଜାର୍ଡ, ଟାଟା ହେକ୍ସା ସଫାରୀ, ଟାଟା ସିଏରା ଓ ଅନ୍ୟ କେତକ ଉନ୍ନତମାନର କାର୍‌ ମଡେଲ୍‌ ରହିଛି ।

ଟାଟା ମୋଟର୍ସ କୋଭିଡ୍‌-୧୯ ମୁକାବିଲା ପାଇଁ ଆଗେଇ ଆସିଛି । ସଂସ୍ଥା ପକ୍ଷରୁ ପୁନେରେ କରୋନା ମୁକାବିଲା ପାଇଁ ୫୦,୦୦୦ ପିପିଇ ବା ପର୍ସନାଲ୍‌ ପ୍ରୋଟେକ୍ଟିଭ୍‌ ଇକ୍ୟୁପ୍‌ମେଣ୍ଟ ପ୍ରଦାନ କରାଯାଇଛି । ପୁନେ ଏବେ ଦେଶ ପ୍ରମୁଖ କରୋନା ହଟ୍‌ସ୍ପଟ୍‌ ମଧ୍ୟରୁ ଅନ୍ୟତମ ।

ଟାଟ ମୋଟର୍ସ ଏବେ କୋଭିଡ୍‌-୧୯ ମୁକାବିଲା ପାଇଁ ଭେଣ୍ଟିଲେଟର୍‌ ବିକାଶ କରିବା ଆରମ୍ଭ କରିଛି । ଖୁବ ଶୀଘ୍ର ଏହାର ଉତ୍ପାଦନ ଆରମ୍ଭ କରାଯିବ ।

ଆକାଶ ପାଠକଙ୍କ ପିତା ୧୯୮୭ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଧିକାରୀ ଏବଂ ରାଜ୍ୟର ବରିଷ୍ଠ ଅତିରିକ୍ତ ପିସିସିଏଫ୍‌( ବରିଷ୍ଠ ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ) ଅଛନ୍ତି ।

   ସମ୍ବନ୍ଧିତ ଖବର


କରୋନା କାଳରେ ଜଗତସିଂହପୁରକୁ ୭୦୮.୩୨ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ଧର୍ମେନ୍ଦ୍ର ପ୍ରଧାନ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…

ବଧିରଙ୍କ ପାଇଁ ଖୁସି ଖବର: ଲଞ୍ଚ ହେଲା ନୂଆ ସାଉଣ୍ଡ ୱାଚ୍‌

ବାଇକ୍‌ରେ ଯାଉଥିଲେ, ଚଢ଼ିଗଲା ଟ୍ରକ୍: ଅଜା-ନାତିଙ୍କ ଚାଲିଗଲା ଜୀବନ