ମାଲାୟଲମ କବି ଅକିତମଙ୍କୁ ଜ୍ଞାନପୀଠ ପୁରସ୍କାର

ନୂଆଦିଲ୍ଲୀ ୩୦/୧୧: ପ୍ରସିଦ୍ଧ ମାଲାୟଲମ କବି ଅକିତମ ଅଚ୍ୟୁତନ ନାମ୍ବୁଥିରି (୯୩ ବର୍ଷ)ଙ୍କୁ ୨୦୧୯ ମସିହା ପାଇଁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ । ଶୁକ୍ରବାର ଏହି ଘୋଷଣା କରାଯାଇଛି । ୧୯୨୬ ମସିହାରେ ଜନ୍ମିତ ଅକିତମ ଗତ କିଛି ଦଶନ୍ଧି ଧରି ସାହିତ୍ୟ ସର୍ଜନା କରିଆସୁଛନ୍ତି । ମାଲାୟଲମ ଭାଷାରେ ତାଙ୍କର ଅନେକ ପୁସ୍ତକ ପ୍ରକାଶିତ ହୋଇଛି । ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ପୁସ୍ତକ ହେଉଛି ‘ଇରୁପଥମ ନୁଟାନଦିତେ ଇତିହାସମ’ । ତାଙ୍କର ଅନ୍ୟ କିଛି ଲୋକପ୍ରିୟ ପୁସ୍ତକ ହେଉଛି ‘ବାଲିଦର୍ଶନମ, ଆରାଙ୍ଗେତମ, ନିମିଷା କ୍ଷେତ୍ରମ ଏବଂ ଇଦିନଜୁ ପୋଲିଞ୍ଜା ଲୋକମ’ ।

ଅକିତମ ନିଜ ଜୀବନରେ ଅସ୍ପୃଶ୍ୟତା ବିରୋଧରେ ଅଭିଯାନ ଚଳାଇଆସୁଛନ୍ତି । ଅଣ-ବ୍ରାହ୍ମଣଙ୍କ ମଧ୍ୟରେ ବେଦର ପ୍ରସାର ପାଇଁ ମଧ୍ୟ ସେ ପ୍ରୟାସ କରିଥିଲେ । ତାଙ୍କୁ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଥିଲାବେଳେ ପୂର୍ବରୁ ସାହିତ୍ୟ ସର୍ଜନା ପାଇଁ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ସହ ଅନେକ ସମ୍ମାନ ପ୍ରଦାନ କରାଯାଇଛି । ତାଙ୍କୁ ଜ୍ଞାନପୀଠ ପୁରସ୍କାର ପାଇଁ ଚୟନ କରାଯାଇଥିବା ଖବର ଜାଣିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଯାହାସବୁ ଲେଖିଛି ତାହା ଠିକ୍‌ ବୋଲି ଦାବି କରିବି ନାହିଁ । ହୁଏତ ତା’ ଭିତରେ କିଛି ଭୁଲ ବି ଥାଇପାରେ । ସେଥିପାଇଁ ମୋତେ ଦୟାକରି କ୍ଷମା କରିଦିଅନ୍ତୁ । ଏଡାସେରି ଗୋବିନ୍ଦନ ନାୟାରଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ସାହିତ୍ୟ ରଚନା ପ୍ରତି ଆକର୍ଷିତ ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


୩୦ ବିସ୍ଥାପିତ ପାକ୍‌ ନାଗରିକଙ୍କୁ ଅନ୍‌ଲାଇନ୍‌ରେ ଭାରତର ନାଗରିକତା ପ୍ରଦାନ କଲେ ରାଜସ୍ଥାନ ସରକାର

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…