PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଅକ୍ସାଇ ଚୀନରେ ପିଏଲଏର ମୁତୟନ, ରାତିସାରା ପାଟ୍ରୋଲିଂ କରିଚାଲିଥିଲା ଚିନୁକ୍

https://aajtak.intoday.in/

ଲଦାଖ,୯।୮: ଗୋଟିଏ ପଟେ ଚୀନ୍ ଶାନ୍ତିର କତା କହୁଛି ଅନ୍ୟପକ୍ଷେ  ଭାରତ ବିରୋଧରେ କରୁଛି ଷଡଯନ୍ତ୍ର। ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଜାରି ବିବାଦ ଭିତରେ ଚୀନ ଏବେ ଅକ୍ସାଇ ଚୀନରେ  ପିପୁଲ୍ସ ଲିବରେସନ୍ ଆର୍ମିକୁ ମୁତୟନ କରିଦେଇଛି। ଚୀନର ଏଭଳି କାର୍ଯ୍ୟକଳାପ ପରେ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟର ରାତି ସାରା ଦୌଲତ ବେଡ୍ ଓଲ୍ଡ ଓ କାରାକୋରମ ପାସ୍ ଆଖପାଖରେ ପାଟ୍ରୋଲିଂ କରୁଥିଲା।

ଚୀନର ଏଭଳି କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଚିନୁକ୍ ହେଲିକପ୍ଟର ସୀମାକୁ ଲାଗିଥିବା ଅଞ୍ଚଳରେ ୧୬୦୦୦ ଫୁଟ୍ ଉଚ୍ଚତାରେ ଉଡୁଥିବାର ଦେଖିବାକୁ ମିଳିଥିଲା। ଉଲ୍ଲେଖନୀୟ ଯେ, ଗୋଟେ ଦିନ ପୂର୍ବରୁ ଭାରତ ଓ ଚୀନ୍ ସୈନିକଙ୍କ ଭିତରେ ବିବାଦ କମ୍ କରିବା ପାଇଁ ଦୁଇ ଦେଶର ସେନାର ବରିଷ୍ଠ କମାଣ୍ଡରଙ୍କ ଭିତରେ ପୂର୍ବ ଲଦାଖର ଦୌଲତ ବେଗ୍ ଓଲ୍ଡିରେ ବୈଠକ ହୋଇଥିଲା।

ଏହି ବାର୍ତ୍ତାର ମୁଖ୍ୟ ଏଜେଣ୍ଡା ଡେପସାଙ୍ଗର ବର୍ତ୍ତମାନ ସ୍ଥିତି ଆକଳନ କରିବା। ଗତ କିଛି ଦିନ ହେବ ଚୀନର ସୈନିକଙ୍କ ଭିଡ ଦେଖିବାକ ମିଳିଥିଲା। ଡେପସାଙ୍ଗର ଅନ୍ୟପକ୍ଷେ ପ୍ରାୟ ୧୫ ହଜାରରୁ ଅଧିକ ଚୀନ୍ ସୈନିକଙ୍କୁ ମୁତୟନ କରିଦିଆଯିବା ପରେ ଭାରତ ମଧ୍ୟ ସେହି ଅଞ୍ଚଳରେ ସୈନିକଙ୍କ ସଂଖ୍ୟା ବଢାଇ ଦେଇଥିଲା। କେବଳ ସେତିକି ନୁହେଁ ଭାରତ ମଧ୍ୟ ସେହି କ୍ଷେତ୍ରରେ ଟି-୯୦ ଟ୍ୟାଙ୍କର ମୁତୟନ କରିଦେଇଛି।