ବଲିଉଡ ପାର୍ଟିରେ ଡ୍ରଗ୍ସ ଅଫର କରାଯାଏ, ମନା କଲେ ବୟକଟ୍ କରି ଦିଆଯାଏ ନଚେତ୍ କାମ ମିଳେନି: ଅକ୍ଷରା ସିଂ

ମୁମ୍ବାଇ,୨୨।୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଏନସିବି(ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ)ର ତଦନ୍ତ ପରେ ଜଣେ ଜଣେ ଫିଲ୍ମଷ୍ଟାରଙ୍କ ଡ୍ରଗ୍ସ କନେକ୍ସନର ଗୁମର ଖୋଲୁଛି। ଏନସିବି ଏବେ ଏହି ମାମଲାର ତଦନ୍ତରେ ଖୁବ୍ ସକ୍ରିୟ ହୋଇପଡିଛି। ସାରା ଅଲ୍ଲୀ ଖାନଙ୍କ ପରେ ଏବେ ବଲିଉଡର ଆଗଧାଡିର ନାୟିକା ଦୀପିକା ପାଦୁକୋନଙ୍କ ଡ୍ରଗ୍ସ ନେଉଥିବାର ଜଣାପଡିଛି। ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଜୟା ସାହାଙ୍କ ହ୍ବାଟସଆପ୍ ଚାଟ୍ ଲିକ୍ ହେବାପରେ ପ୍ରତିଦିନ ନୂଆ ନୂଆ ବଲିଉଡ ସେଲିବ୍ରିଟିଙ୍କ ନାଁ ସାମନାକୁ ଆସୁଛି। ବଲିଉଡରେ ନିଜର ପରିଚୟ ସୃଷ୍ଟି କରିବାକୁ ସଂଘର୍ଷ କରୁଥିବା ଭୋଜପୁରୀ ଫିଲ୍ମର ଜଣାଶୁଣା ଅଭିନେତ୍ରୀ ଅକ୍ଷରା ସିଂ ନିକଟରେ ଏକ ଟିଭିକୁ ସାକ୍ଷାତକାର ଦେଇ ଇଣ୍ଡଷ୍ଟ୍ରୀର ଗୁମର ଖୋଲିଛନ୍ତି।

ଅକ୍ଷରା କହିଛନ୍ତି, ଇଣ୍ଡଷ୍ଟ୍ରୀରେ ଡ୍ରଗ୍ସ ନେଲେ ଜଣାଯାଉଥିଲା ସୋସାଇଟି ହାଇପ୍ରୋଫାଇଲ। ସାରା ଦେଶରେ ଏହା ଖୁବ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି, କିନ୍ତୁ ମୁମ୍ବାଇରେ ଏହା ସବୁଠାରୁ ଅଧିକ। ଏହା ହେଉଛି ସେହି ସମୟ ଓ ଏହାର ତଦନ୍ତ ତୁରନ୍ତ ହେବା ଦରକାର। ଆମର ଇଣ୍ଡଷ୍ଟ୍ରୀରେ ଗ୍ରୁପିଜିମ୍ ଖୁବ୍ ଅଧିକ। ଯେତେ ସବୁ ବଡ ଲୋକ ଅଛନ୍ତି ସେମାନେ ଏକ ଗ୍ରୁପ୍ ତିଆରି କରିଥାନ୍ତି ଓ ପାର୍ଟି କରିଥାନ୍ତି। ଏହି ପାର୍ଟିରେ ସେମାନେ ଡ୍ରଗ୍ସ ନେଇଥାନ୍ତି। ତାଙ୍କ ବିରୋଧରେ କେହି ସ୍ବରଉତ୍ତୋଳନ କରିଥାନ୍ତି ତାଙ୍କୁ ଚପାଇ ଦିଆଯାଇଥାଏ। ତାଙ୍କୁ ଇଣ୍ଡଷ୍ଟ୍ରୀରୁ ବୟକଟ୍ କରିଦିଆଯାଏ। ଆପଣମାନେ ଏବେ ନିଜେ ହିଁ ଦେଖି ଦିଅନ୍ତୁ କିଭଳି ସେଲିବ୍ରିଟିମାନେ ପରସ୍ପରକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।

ସଂସଦରେ ଜୟା ବଚ୍ଚନଙ୍କ ‘ଥାଳି’ ମନ୍ତବ୍ୟକୁ ଅକ୍ଷରା ସମାଲୋଚନା କରିଛନ୍ତି। ସେ କହିଛନ୍ତି, ‘ଥାଳିରେ କଣା କରିବା…’ କଥା କହିବା ଅପେକ୍ଷା ଜୟା ଜୀଙ୍କୁ ଯୁବପୀଢିଙ୍କ ଭିତରେ କାୟା ବିସ୍ତାର କରିଥିବା ଡ୍ରଗ୍ସର ଏଭଳି ଅଭ୍ୟାସକୁ ଦୂର କରିବାରେ ସହାୟତା କରିବା ଦରକାର, ଯାହାଫଳରେ ଏହାକୁ ଖୁବ୍ ଶୀଘ୍ର ଦୂର କରିହେବ। ସେ ଭଲ ଭାବରେ ଜାଣନ୍ତୁ କିମ୍ବା ନଜାଣନ୍ତୁ ବଲିଉଡର ଏହି ଡ୍ରଗ୍ସ କନେକ୍ସନ ସମ୍ପର୍କରେ ଏବେ ତାଙ୍କୁ ପଚାରିବା ଦରକାର। ଏତେ ସବୁ ବଡ ନାଁ ସାମନାକୁ ଆସିବା ପରେ ଏହା ଉପରେ କ’ଣ କହିବେ?

ଅକ୍ଷରା କହିଛନ୍ତି, ଟିଭି ଇଣ୍ଡଷ୍ଟ୍ରୀରେ ଏହା ବହୁତ ଓପନ। ବଲିଉଡରେ ହାଉସ ପାର୍ଟି ହୋଇଥାଏ କିନ୍ତୁ ଟିଭି ଇଣ୍ଡଷ୍ଟ୍ରୀରେ ସେଟରେ ଅନେକ ଲୋକଙ୍କୁ ଡ୍ରଗ୍ସ ନେଉଥିବାର ମୁଁ ଦେଖିଛି। କିଛି ପ୍ୟାକେଟରେ ଆସୁଥିବା ଜିନିଷ ସେମାନେ ବ୍ୟବହାର କରୁଥିଲେ, କିନ୍ତୁ ମୁଁ କେବେ ଏହା ଉପରେ ଧ୍ୟାନ ଦେଇନଥିଲି। ଏଥିରେ ସାମିଲ ନହେଲେ କାମରେ ମଧ୍ୟ ପ୍ରଭାବ ପଡିଥାଏ। ଅଫର ମିଳିବା ବନ୍ଦ ହୋଇଯାଏ। ମୋତେ ଅନେକ କାମ ମିଳୁନି, କିନ୍ତୁ ମୁଁ ଏଭଳି ଖରାପ କାମରେ ପଶିବାକୁ ଚାହେଁନି। ପରିଶ୍ରମ  ଓ ସଂଘର୍ଷ କରି କାମ କରିବାକୁ ଚାହେଁ।

   ସମ୍ବନ୍ଧିତ ଖବର


କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….

ଜାଣନ୍ତୁ ଆମ ଦେଶର କେଉଁ ରାଜ୍ୟର ମହିଳା ମଦ୍ୟପାନ ଏବଂ କେଉଁ ରାଜ୍ୟରେ ତମାଖୁ ସେବନରେ ଆଗୁଆ

ସାଂସଦଙ୍କୁ ହତ୍ୟା ପାଇଁ ୨ କୋଟିର ସୁପାରି! ଏହି ଗ୍ୟାଙ୍ଗର ନାଁ ଆସିଲା

ଏନ୍‌ଆଇସିକୁ ଅଜଣା ଆରୋଗ୍ୟ ସେତୁ ଆପ୍‌ କିଏ ବନେଇଛି, ମନ୍ତ୍ରାଳୟ ସହ ଅନେକ ଲୋକଙ୍କୁ ନୋଟିସ୍‌ ପଠାଇଲା ସୂଚନା ଆୟୋଗ

ପରିବାର ଲୋକଙ୍କୁ ଭେଟିବା ପାଇଁ ୨୬ ଦିନରେ ୬୦ କିଲୋମିଟର ଦୌଡିଲା ପୋଷା କୁକୁର- ପଢନ୍ତୁ ସଂଘର୍ଷର କାହାଣୀ