ଆଉ ଜଣେ ବଲିଉଡ୍‌ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ମୁଜାଫରପୁର ୨୯।୯ : ଆଉ ଜଣେ ଅଭିନେତାଙ୍କ ସନ୍ଦେହଜନକ ମୃତ୍ୟୂ। ଏମିତି ଏକ ଦୁଃଖଦ ଖବର ବିହାର ମିଜାଫରପୁରରୁ ଆସିଛି। ବିହାରର ଜଣେ ଅଭିନେତା ଅକ୍ଷତ ଉତ୍କର୍ଷ ମୁମ୍ବାଇରେ ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଛନ୍ତି । ଅକ୍ଷତ ମୁମ୍ବାଇରେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ।

ସୂଚନାନୁସାରେ, ଅକ୍ଷତ ବଲିଉଡର ଜଣେ ନୂଆ କଳାକାର ଥିଲେ। ସେ ମୂଳତଃ ମୁଜାଫରପୁରର ସିକନ୍ଦରପୁରର ବାସିନ୍ଦା। ଅକ୍ଷତଙ୍କ ସନ୍ଦେହଜନକ ମୃତ୍ୟୁ ପରେ ମୃତକଙ୍କ ପରିବାର ସଦସ୍ୟ ହତ୍ୟା ଅଭିଯୋଗ କରିଛନ୍ତି।

ଅକ୍ଷତଙ୍କ ମାମୁଁ ରଞ୍ଜିତ ସିଂ ଏକ ବୟାନରେ କହିଛନ୍ତି ଯେ, ଅକ୍ଷତ ରବିବାର ରାତି ୯ଟାରେ ତାଙ୍କ ପିତାଙ୍କ ସହ କଥା ହୋଇଥିଲେ, କିନ୍ତୁ ସେହିଦିନ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଖବର ମିଳିଥିଲା। ଏହା ସହିତ ଅକ୍ଷତଙ୍କ ମାମୁଁ ମଧ୍ୟ ମୁମ୍ବାଇ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି। ତାଙ୍କ ମୃତଦେହ ମୁମ୍ବାଇରୁ କିଛି ସମୟ ପୂର୍ବରୁ ପାଟନା ବିମାନବନ୍ଦରରେ ପହଞ୍ଚିଛି।

ଅକ୍ଷତଙ୍କ ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ମୁମ୍ବାଇ ପୋଲିସ ଏହି ପ୍ରସଙ୍ଗରେ ସହଯୋଗ କରିନାହିଁ। ଏଥିସହ କୌଣସି ପ୍ରାଥମିକ ରିପୋର୍ଟ ମଧ୍ୟ ରୁଜୁ କରାଯାଇନାହିଁ। ବର୍ତ୍ତମାନ ଏହି ଘଟଣା ବିଷୟରେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି ।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ହାଇଦ୍ରାବାଦର ଆଇନ ଛାତ୍ରୀ ୪୦୪୨ ଚାଉଳରେ ଲେଖିଲେ ଭଗବତ୍ ଗୀତା, ଲାଗିଲା ଏତେ ସମୟ

WHO ମୁଖ୍ୟ ହିନ୍ଦୀରେ ଟୁଇଟ କରି ଭାରତକୁ ଧନ୍ୟବାଦ ଦେଲେ, ଜାଣନ୍ତୁ କ’ଣ..

ଫ୍ଲିଫକାର୍ଟ କରିଦେଉଛି ଭାଗ୍ୟଶାଳୀ, ମାତ୍ର ୩ ଦିନ ଭିତରେ କୋଟିପତି ହେଲେଣି ୭୦ ଜଣ ଲୋକ…

କରୋନା କଟକଣାକୁ ଫୁ… ଭିଡିଓ ଭାଇରାଲ

ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ