ପ୍ରାଇଭେଟ୍ ଜେଟ୍ ଠାରୁ ଆରମ୍ଭ କରି ଆଲିସାନ ବଙ୍ଗଳାର ମାଲିକ ଅକ୍ଷୟ କୁମାର: ରୋଜଗାର କେତେ ଜାଣିଲେ ଉଡିଯିବ ହୋସ୍

ମୁମ୍ବାଇ ୯/୯: ବଲିଉଡର ଖିଲାଡି କୁହାଯାଉଥିବା ସୁପରଷ୍ଟାର ଅକ୍ଷୟ କୁମାର ବଲିଉଡରେ କାମ କରିବା ପାଇଁ ବହୁ ସଂଘର୍ଷ  କରିବା ପଡିଛି। ଅକ୍ଷୟକୁମାର ଜଣେ ଓ୍ବେଟର ଠାରୁ ଜଣେ ସଫଳ ସୁପରଷ୍ଟାର ହେବା ପାଇଁ ବହୁ ବର୍ଷ ଲାଗିଛି। କଠିନ ପରିଶ୍ରମ, ଅନୁଶାସନ, ମନବଳ ଦୃଢ଼ କରି କାମ କରିବାର ପ୍ରୟାସ ହିଁ ଅକ୍ଷୟ କୁମାରଙ୍କୁ ସଫଳତା ଶୀର୍ଷରେ  ପହଞ୍ଚାଇଛି। ସେ ଏବେ ଯେଉଁ ଭଳିଭାବରେ ସଫଳତା ଲାଭ କରିଛନ୍ତି ତାଙ୍କୁ ଭଳି ହେବା କଥା ଛାଡନ୍ତୁ ଭାବିଲେ  ମୁସ୍କିଲ ଲାଗୁଛି।୧୯୯୧ ମସିହାରେ ସୌଗନ୍ଧ ସିନେମାରେ ଅକ୍ଷୟ କୁମାରଙ୍କୁ  ବଲିଉଡରେ ପ୍ରଥମ ଥର କାମ କରିବାକୁ ସୁଯୋଗ ମିଳିଥିଲା ଏହି ସିନେମାରେ ଅକ୍ଷୟ ନିଜର ଅଭିନୟ ପ୍ରଦର୍ଶନ କରିଥିଲେ।ଆଜି ହେଉଛି ଅକ୍ଷୟଙ୍କ ଜନ୍ମ ଦିନ ସେ ୧୯୬୭ ମସିହା ୯ ସେପ୍ଟେମ୍ବର ଜନ୍ମ ହୋଇଥିଲା

ଦୁନିଆରେ ସବୁଠାରୁ ଅଧିକା ରୋଜଗାର କରୁଥିବା ଅଭିନେତା ମଧ୍ୟରୁ ଅକ୍ଷୟକୁମାର ଚତୁର୍ଥ ସ୍ଥାନରେ ରହିଛନ୍ତି। ଫୋର୍ବ୍ସ ତାଲିକାରେ ଅକ୍ଷୟଙ୍କ ନାମ ୪ନମ୍ବରରେ ରହିଥିବା ବେଳେ ଆଶ୍ଚର୍ଯ୍ୟ କଥା ହେଉଛି ଏହି ତାଲିକାରେ ଅନ୍ୟ କୌଣସି ଭାରତୀୟ ବଲିଉଡର କଳାକାରଙ୍କ ନାଁକୁ ସାମିଲ କରାଯାଇନାହିଁ। ତେଣୁ ତାଙ୍କୁ ବଲିଉଡରେ ସବୁଠାରୁ ଅଧିକ ରୋଜଗାର କରୁ୍‌ଥିବା ଅଭିନେତା କୁହାଯାଏ।

ଫୋର୍ବସ ଅନୁସାରେ ଅକ୍ଷୟ କୁମାରଙ୍କ ପାଖରେ ମୋଟ ୬୯ହଜାର କୋଟ ରହିଛି। କେବଳ ଜୁନ ୨୦୧୮ରୁ ଜୁନ୍ ୨୦୧୯ ମଧ୍ୟରେ ଅକ୍ଷୟ  ୪୪୪ କୋଟି ଟଙ୍କା ରୋଜଗାର କରିଛନ୍ତି।  ଟାଇମ୍ ଅଫର ରିପୋର୍ଟ ଅନୁସାରେ ଅକ୍ଷୟ ନେଟ୍ ରୋଜଗାର୧୫୦ ମିଲିୟନ ଡଲାର ରହିଛି। ଅକ୍ଷୟଙ୍କୁ ସୌଖିନ୍  ଜୀବନ ଯାପନ କରିବାକୁ ପସନ୍ଦ କରିଥାନ୍ତି ତାଙ୍କ ପାଖରେ ବଡ ରାଜମହଲ ପରି ଘର ରହିଥିବା ବେଳେ ନିଜର ପ୍ରାଇଭୋଟ୍ ଜେଟ୍‌ ଓ ବହୁତ ନାମୀ ଦାମି କାର ମଧ୍ୟ  ରହିଛି।   

ବଲିଉଡରେ ବହୁତ କମ୍ ଷ୍ଟାର ଅଛନ୍ତି ଯାହା ପାଖରେ ନିଜର ପ୍ରାଇଭେଟ୍ ଜେଟ୍ ରହିଛି। ସେଥି ମଧ୍ୟରୁ ଅକ୍ଷୟଙ୍କ ପାଖରେ ନିଜର ପ୍ରାଇଭେଟ୍ ଜେଟ୍ ରହିଛି ଯେଉଁ ଥିରେ ସେ ବିଦେଶ ଗସ୍ତରେ ଯାଇଥାନ୍ତି।  ମିଡିଆ ରିପୋର୍ଟ ଅନୁସାରେ ପ୍ରାଇଭେଟ୍ ଜେଟ୍‌ର ମୂଲ୍ୟ ପାଖା ପାଖି ୨୬୦ କୋଟି ଟଙ୍କା ହୋଇଥିବା ଜଣାପଡିଛି।  

ଅକ୍ଷୟ କୁମାରଙ୍କ ରାଜମହଲ ପରି ବଡ ଘର ରହିଛି। ଜୁହୁ ବିଚ୍‌ ଅଞ୍ଚଳରେ ତାଙ୍କ ଏହି ମହଲ ରହିଛି। ଘର ଛାତରେ ଛିଡା ହେବା ପରେ ସମୁଦ୍ରର ସୁନ୍ଦର ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ।ଅକ୍ଷୟଙ୍କ ଘରର ଇଣ୍ଟୋରିୟର ଡିଜାଇନ୍ ତାଙ୍କ ପତ୍ନୀ କରିଛନ୍ତି। ଏକ ରିପୋର୍ଟ ଅନୁସାରେ ଘରଟିର ମୂଲ୍ୟ ୮୦ କୋଟିରୁ ଅଧିକ ବୋଲି ଜଣାପଡିଛି।

ଅକ୍ଷୟଙ୍କ ପାଖରେ ନାମି ଦାମୀ କାର କଲେକ୍ସନ୍ ରହିଛି। କାର ଗୁଡିକ ଇଣ୍ଟରିୟର ବହୁ ସୌଖିନ ଜିନିଷ ରହିଛି।ତାଙ୍କ ପାଖରେ ରୋଲ୍ସ ରୟସ  ଫୋଟମ ରହିଥିବା ବେଳେ  ବେଣ୍ଟିଲିନ୍ କଣ୍ଟୋରାଲାୟ ଫ୍ଲାଇଙ୍ଗ ସ୍ପିୟର କାର ରହିଛି।ଏହା ଛଡା ତାଙ୍କ ପାଖରରେ ବହୁ ମୂଲ୍ୟର ବାଇକ୍  ରହିଛି।

   ସମ୍ବନ୍ଧିତ ଖବର


ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ଅମିତାଭ ବଚ୍ଚନଙ୍କ ନାତି ଅଗସ୍ତ୍ୟା, ଶାହାରୁଖଙ୍କ ଝିଅ ସୁହାନା ଦେଲେ ଏଭଳି କମେଣ୍ଟ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ମ୍ୟାନେଜରଙ୍କ ଘରୁ ମିଳିଲା ଡ୍ରଗ୍ସ…

ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀଙ୍କୁ ଗିରଫ ହେବା ଭୟ, ରିୟାଙ୍କ ଏଫଆଇଆର ବିରୋଧରେ ଗଲେ ହାଇକୋର୍ଟ

ସୋସିଆଲ ମିଡିଆରେ ନିଆଁ ଲଗାଇଲା କିମ୍ ଶର୍ମାଙ୍କ ବିକିନି ଅବତାର

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ