ବିଶ୍ବରେ ସବୁଠାରୁ ଅଧିକ ଟଙ୍କା ରୋଜଗାର କରୁଥିବା ଅଭିନେତାଙ୍କ ଭିତରେ ସ୍ଥାନ ପାଇଲେ ଅକ୍ଷୟ କୁମାର,ଜାଣନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ,୨୨।୮: ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ମିସନ୍ ମଙ୍ଗଲମ’କୁ ଏବେ ବକ୍ସ ଅଫିସରରେ ହିଟ୍ ରହିଥିବା ବେଳେ ଏବେ ପୁଣିଥରେ ଅକ୍ଷୟ ଏବଂ ତାଙ୍କର ପ୍ରଶଂସକଙ୍କ ପାଇଁ ଖୁସି ଖବର।  ଜାତୀୟ ପୁରଷ୍କାର ବିଜେତା ଅକ୍ଷୟ କୁମାର ଏବେ ସାରା ବିଶ୍ବରେ ସବୁଠାରୁ ଅଧିକ ଅର୍ଥ ରୋଜଗାର କରୁଥିବା ଟପ୍-୧୦ ଅଭିନେତାଙ୍କ ମଧ୍ୟରେ ୪ର୍ଥ ସ୍ଥାନରେ ରହିବା ସହ ଭାରତର ସବୁଠାରୁ ଅଧିକ ଅର୍ଥ ରୋଜଗାର କରୁଥିବା ଫିଲ୍ମଷ୍ଟାର ପାଲଟି ଯାଇଛନ୍ତି।

ଦ ରକ୍ ନାମରେ ସାରା ବିଶ୍ବରେ ପ୍ରସିଦ୍ଧ ରେସଲର ଓ ଅଭିନେତା ଡିଓ୍ବାନେ ଜନସନ୍ ବିଶ୍ବର ସବୁଠାରୁ ଅଧିକ ରୋଜଗାର କରୁଥିବା ଅଭିନେତା ପାଲଟିଛନ୍ତି। ଫୋର୍ବସ୍ ୨୦୧୯ ନିଜର ଲିଷ୍ଟ ଜାରି କରିଛି, ଯାହା ଅନୁସାରେ ଅଧିକ ରୋଜଗାର କରୁଥିବା ଫିଲ୍ମଷ୍ଟାରଙ୍କ ଭିତରେ ଡ୍ରଭେନ୍ ଜନସନ ପ୍ରଥମ  ସ୍ଥାନରେ ରହିଛି।  ଗତ ବର୍ଷ ସେ ଦ୍ବିତୀୟ ସ୍ଥାନରେ ଥିଲେ, କିନ୍ତୁ ଏଥର ଡ୍ରେଭେନ୍ ଜର୍ଜ କ୍ଲୁନିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନରେ ରହିଛି।   

ଫୋର୍ବସ ମାଗାଜିନ୍ ଲିଷ୍ଟରେ ଡ୍ରଭେନ୍ ହାଇଏଷ୍ଟ ପେଡ୍( ସର୍ବାଧିକ ଅର୍ଥ ପାଉଥିବା) ଅଭିନେତା ଲିଷ୍ଟର ଶୀର୍ଷରେ ରଖିଛି। ଜୁମାଜୀ ଓ ଫାଷ୍ଟ ଆଣ୍ଡ ଫ୍ୟୁରିୟସ୍ ଭଳି ଆକ୍ସନ ମସାଲା ଫିଲ୍ମରେ କାମ କରିବା ପରେ ଡ୍ରଭେନ୍ ଦର୍ଶକଙ୍କ ଭିତରେ ଖୁବ୍ ଲୋକପ୍ରିୟ ଥିଲେ। ରିପୋର୍ଟ ଅନୁସାରେ ଜୁନ୍ ୨୦୧୮ରୁ ନେଇ ଚଳିତ ବର୍ଷ ୨୦୧୯ର ଫିଗର୍ସ ଯଦି ଦେଖିବା ତେବେ ଡ୍ରଭେନ୍ ଗତ ୧ ବର୍ଷରେ ୮୯.୪ କୋଟି ଡଲାର(୬,୩୯୫୪,୯୭,୨୦୦ ଟଙ୍କା) ରୋଜଗାର କରିଛନ୍ତି। ଏଥିରେ ତାଙ୍କର ବେତନ ଓ ଫିଲ୍ମରୁ ହୋଇଥିବା ଲାଭର ଅଂଶ ମଧ୍ୟ ରହିଛି।

ଫୋବର୍ସର ହାଇଏଷ୍ଟ ପେଡ୍‌ ଆକ୍ଟର ଲିଷ୍ଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ୪ର୍ଥ ସ୍ଥାନରେ ଅଛନ୍ତି। ତାଙ୍କର ସର୍ବମୋଟ ରୋଜଗାର ୬୫ କୋଟି ଡଲାର(୪,୬୪,୯୯,୭୦,୦୦୦ଟଙ୍କା) ରହିଛି। ଅକ୍ଷୟ କୁମାର ବ୍ରେଡଲି କପର ଓ ଓ୍ବିଲ୍ ସ୍ମିଥଙ୍କ ଭଳି ଫିଲ୍ମଷ୍ଟାରଙ୍କୁ ପଛରେ ପକାଇ ଟପ୍-୫ରେ ନିଜର ସ୍ଥାନ ପକ୍କା କରିଦେଇଛନ୍ତି। ଅକ୍ଷୟ ଏହି ଲିଷ୍ଟରେ ସ୍ଥାନ ପାଇଥିବା ପ୍ରଥମ ବଲିଉଡ ଆକ୍ଟର।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଲିଷ୍ଟ ସମ୍ପର୍କରେ…

୧- ଡ୍ରଭେନ୍ ଜନସନ୍(୬୪୦ କୋଟି)

୨-କ୍ରିସ୍ ହେମ୍ସବର୍ଥ(୫୪୭  କୋଟି )

୩-ରବର୍ଟ ଡାଉନି ଜୁନିୟର(୪୪୭ କୋଟି)

୪-ଅକ୍ଷୟ କୁମାର(୪୬୬ କୋଟି)

୫- ଜ୍ୟାକି ଚାନ୍(୪୧୫ କୋଟି)

୬-ବ୍ରେଡଲି କୁପର(୪୦୮ କୋଟି)

୭- ଏଡମ ସେଣ୍ଡଲର(୪୦୮ କୋଟି)

୮- କ୍ରିସ୍ ଇଭାସ(୩୧୧ କୋଟି)

୯-ପଲ୍ ରୁଡ୍(୨୯୩ କୋଟି)

୧୦-ଓ୍ବିଲ୍ ସ୍ମିଥ୍(୨୫୦ କୋଟି)

   ସମ୍ବନ୍ଧିତ ଖବର


ଡ୍ରଗ୍ସ କେସ୍‌ : ଏନ୍‌ସିବି ଦୀପିକା, ଶ୍ରଦ୍ଧା, ସାରାଙ୍କୁ ଦେଲେ କ୍ଲିନ୍‌ ଚିଟ୍ ? ଜାଣନ୍ତୁ ସତ କଣ

ଭାରତର ପ୍ରଥମ ସୁପରହିରୋ ‘ଶକ୍ତିମାନ’ ଉପରେ ତିଆରି ହେବ ଫିଲ୍ମ, ୩ଟି ପାର୍ଟରେ ହୋଇପାରେ ରିଲିଜ୍

ଜୁହିଙ୍କ ଫିଲ୍ମକୁ ନାପସନ୍ଦ କରୁଥିଲେ ତାଙ୍କ ପିଲା

ସୁଶାନ୍ତଙ୍କ ମୃତ୍ୟୁ ସମୟ ନେଇ ପ୍ରଶ୍ନ ଉଠାଇଲା AIIMS, କହିଲା ଏଭଳି କଥା

କ୍ରିକେଟ ପରେ ଏବେ ଫିଲ୍ମ ଦୁନିଆକୁ ଆସିବେ ଧୋନି, ସାଥ୍ ଦେବେ ପତ୍ନୀ ସାକ୍ଷୀ

ପ୍ରତିଯୋଗୀଙ୍କ ସହ ଅନିଲ କପୁରଙ୍କ ଜବରଦସ୍ତ ଡ୍ୟାନ୍ସ – ଭିଡ଼ିଓ ଭାଇରାଲ