ପ୍ରଥମ ଥର ଅକ୍ଷୟ କୁମାରଙ୍କ ହିରୋଇନ୍ ହେବେ ଏହି କ୍ୟୁଟ୍ ଅଭିନେତ୍ରୀ, ଫିଲ୍ମ ‘ବେଲ୍ ବଟମ୍’ରେ କରିବେ ଏଣ୍ଟ୍ରି

ମୁମ୍ବାଇ ୧୪।୧: ବକ୍ସ ଅଫିସରେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର ସବୁବେଳେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଛନ୍ତି। ତାଙ୍କର ପ୍ରତ୍ୟେକଟି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟକୁ ଛୁଇଁବାରେ ସଫଳ ହେଉଛି। ଅକ୍ଷୟଙ୍କ ପାଇଁ ଦର୍ଶକ ଯେଉଁଭଳି ପାଗଳ ହୁଅନ୍ତି ସେମିତି ଅଭିନେତ୍ରୀମାନେ ବି ତାଙ୍କ ସହିତ ଫିଲ୍ମ କରିବା ପାଇଁ ସବୁବେଳେ ସୁଯୋଗ ଖୋଜିଥାନ୍ତି। ଆଉ ସୁଯୋଗ ମିଳିଲେ କେହି ବି ହାତ ଛଡ଼ା କରିବାକୁ ଚାହାନ୍ତି ନାହିଁ। କାରଣ ଅକ୍ଷୟଙ୍କ ସହ ସବୁ ହିରୋଇନ ଯୋଡ଼ି ବନାଇବା ପାଇଁ ଚାହିଁଥାନ୍ତି।

ନିକଟରେ ଅକ୍ଷୟଙ୍କ ଅଭିନୀତ ଆଉ ଏକ ଚଳଚ୍ଚିତ୍ରର ପ୍ରଥମ ଲୁକ୍ ସାମ୍ନାକୁ ଆସିସାରିଛି। ଅକ୍ଷୟଙ୍କ ଏହି ଆଗାମୀ ଚଳଚ୍ଚିତ୍ରର ନାଁ ହେଉଛି ‘ବେଲ୍‌ ବଟମ୍’। ଏହି ଫିଲ୍ମରେ ଅକ୍ଷୟଙ୍କ ସହିତ ଯେଉଁ ଅଭିନେତ୍ରୀ ଅଭିନୟ କରୁଛନ୍ତି ତାହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି। ଏହି କ୍ୟୁଟ୍ ଅଭିନେତ୍ରୀଙ୍କ ସହିତ ଅକ୍ଷୟ ପ୍ରଥମ ଥର ପାଇଁ ପରଦାରେ ନଜର ଆସିବେ।

ଫିଲ୍ମ ବେଳ୍ ବଟମ ଏକ ପିରିୟଡ୍ ଫିଲ୍ମ, ଯେଉଁଥିରେ ଅକ୍ଷୟ ଏକ ଜାସୁସ୍ (ଗୁଇନ୍ଦା) ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ର ୨୦୨୧ ମସିହା ଜାନୁଆରୀ ୨୨ ତାରିଖରେ ପରଦାକୁ ଆସିବ ବୋଲି ଅକ୍ଷୟ ସୂଚନା ଦେଇଛନ୍ତି। ଏଥିସହିତ ଏହା କୌଣସି ଚଳଚ୍ଚିତ୍ରର ରିମେକ୍ ନୁହେଁ ବରଂ ଏକ ନୂଆ କାହାଣୀ ଓ ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ବୋଲି କୁହାଯାଉଛି।

ମିଳିଥିବା ଖବର ମୁତାବିକ୍, ନିର୍ଦ୍ଦେଶକ ନିଖିଲ ଆଡବାନୀ ଅଭିନେତ୍ରୀ ମୃଣାଲ ଠାକୁରଙ୍କୁ ନିଜ ଫିଲ୍ମରେ ସାଇନ୍ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। କାରଣ ସେ ବଟଲା ହାଉସରେ ବି କାମ କରିଥିଲେ। ନିଖିଲ ଆଡ଼ବାନୀଙ୍କୁ ଲାଗୁଛି କି ମୃଣାଳ ଠାକୁରଙ୍କ ଭିତରେ ବହୁତ ଟ୍ୟାଲେଣ୍ଟ ରହିଛି ଏବଂ ବେଲ୍ ବଟମ୍ ପାଇଁ ସେ ଏକଦମ୍ ଠିକ୍ ଅଛନ୍ତି

ତେବେ ବର୍ତ୍ତମାନ ସୁଦ୍ଧା କିଛି କଥାବାର୍ତ୍ତା ହୋଇନାହିଁ। ତଥାପି ମୃଣାଳ ଅଭିନୟ କରିବେ ବୋଲି ଆଶା ରହିଛି। ଯସି ସବୁକିଛି ଠିକ୍ ରହିଲା ତାହେଲେ ମୃଣାଳ ଅକ୍ଷୟଙ୍କ ଲଭ୍ ପାର୍ଟନ ରୂପରେ ନଜର ଆସିବେ। କେବଳ ଲଭ୍ ପାର୍ଟନର ନୁହେଁ ଭିନ୍ନ ଭିନ୍ନ ଭୂମିକାରେ ମଧ୍ୟ ସେ ଅଭିନୟ କରିବେ।

View this post on Instagram

💖💖💖 @helo_indiaofficial

A post shared by Mrunal Thakur🌸🌼🌸 (@mrunalofficial2016) on

   ସମ୍ବନ୍ଧିତ ଖବର


କାଲିଫର୍ଣ୍ଣିଆ ଷ୍ଟେଟ୍‌ ଆସେମ୍ୱଲିରୁ ସୁଶାନ୍ତ ସିଂହ ରାଜପୁତଙ୍କୁ ମିଳିଲା ସମ୍ମାନ, ଭଉଣୀ ସେୟାର କଲେ ଫଟୋ

୪ଥର ବିବାହ କରିସାରିଛନ୍ତି ଏହି ସିଙ୍ଗର – ୧୫୫ କିଲୋ ଓଜନ କମାଇ ସମସ୍ତଙ୍କୁ କରିଥିଲେ ଆଶ୍ଚର୍ଯ୍ୟ

‘ପିପ୍ପା’ରେ ଆସିବେ ଅଭିନେତା ଇଶାନ୍‌ ଖଟ୍ଟର

ସୁଶାନ୍ତ ସିଂ ମାମଲାରେ ମୁହଁ ଖୋଲିଲେ ଅନୁପମ୍ ଖେର୍, ମହେଶ ଭଟ୍ଟଙ୍କୁ କହିଲେ, ‘ମୁଁ ଅନ୍ଧ ନୁହେଁ, କିନ୍ତୁ…’

ଅକ୍ଷୟ କୁମାରଙ୍କ ଠାରୁ ପ୍ରିୟଙ୍କା ଚୋପ୍ରା ପର୍ଯ୍ୟନ୍ତ…ସ୍ୱାଧୀନତା ଦିବସରେ ପ୍ରଶଂସକଙ୍କୁ ଅଭିନନ୍ଦନ ଜଣାଇ ସୁନ୍ଦର ବାର୍ତ୍ତା ଦେଲେ ସେଲିବ୍ରିଟି

ଫ୍ୟାଶନ୍‌ ଡିଜାଇନର ମାସାବା ଗୁପ୍ତାଙ୍କ ‘ମାସାବା ମାସାବା’ର ଟ୍ରେଲର ଜାରି