ଅକ୍ଷୟଙ୍କ ଫିଲ୍ମ ‘ପୃଥ୍ୱୀରାଜ୍ ଚୌହାନ୍‌’ ରିଲିଜ୍ ହେବା ପୂର୍ବରୁ ଡାକୁ ମଲ୍‌ଖାନ୍‌ ସିଂହ ଦେଲେ ଏଭଳି ଚେତାବନୀ

ମୁମ୍ବାଇ ୨୬।୯: ବଲିଉଡ୍‌ର ସଫଳ କଳାକାରଙ୍କ ମଧ୍ୟରେ ରହିଛନ୍ତି ଅଭିନେତା ଅକ୍ଷୟ କୁମାର । ସମାଜରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ଫିଲ୍ମ କରିବା ସହ ବର୍ଷରେ ଏକାଧିକ ଫିଲ୍ମରେ ନଜର ଆସିଥାନ୍ତି ଖିଲାଡି କୁମାର । ତାଙ୍କର ସବୁ ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଥାଏ।

ତେବେ ୨୦୨୦ ଦୀପାବଳିରେ ରିଲିଜ୍ ହେବାକୁ ଥିବା ଖିଲାଡି କୁମାରଙ୍କ ଆଗାମୀ ଫିଲ୍ମ ‘ପୃଥ୍ୱୀରାଜ୍ ଚୌହାନ୍‌’କୁ ନେଇ କିଛି ଅଧିକା ଚର୍ଚ୍ଚା ହେବାରେ ଲାଗିଛି। କାହିଁକି ନା ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍’ ପରେ ‘ପୃଥ୍ୱୀରାଜ୍ ଚୌହାନ୍‌’ ପାଇଁ ଏବେ ଅକ୍ଷୟ କୁମାରଙ୍କୁ ଧମକ ମିଳିଛି। ତାହା ପୁଣି ଚମ୍ବଲର ପୂର୍ବତନ ଡାକୁ ମଲ୍‌ଖାନ୍‌ ସିଂହଙ୍କଠାରୁ।

ଅକ୍ଷୟ କୁମାରଙ୍କୁ ମଲ୍‌ଖାନ୍‌ ସିଂହ ଚେତାବନୀ ଦେଇଛନ୍ତି। ସମ୍ରାଟ୍ ପୃଥ୍ୱୀରାଜ୍‌ ଚୌହାନ଼ଙ୍କ ଜୀବନୀ ଉପରେ ଏହି ଫିଲ୍ମ ତିଆରି ହେଉଥିବା ବେଳେ ସେଥିରେ କିଛି ତଥ୍ୟଗତ ତ୍ରୁଟି ନରଖିବାକୁ ମଲ୍‌ଖାନ୍‌ ତାଙ୍କୁ ଚେତାଇ ଦେଇଛନ୍ତି। ସେ କହିଛନ୍ତି, ଏ ଫିଲ୍ମର କାହାଣୀରେ ତାଙ୍କର ପୂର୍ବଜ ଖେତ୍‌ ସିଂହଙ୍କ କଥାକୁ ମଧ୍ୟ ସ୍ଥାନିତ କରାଯାଉ। ଅକ୍ଷୟ କୁମାର ଏଭଳି ନ କଲେ ସେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ମଲଖାନ୍‌ଙ୍କ କହିବା ଅନୁଯାୟୀ, ଖେତ୍‌ ସିଂହ ସମ୍ରାଟ୍‌ ପୃଥ୍ୱୀରାଜ୍‌ ଚୌହାନଙ୍କ ରାଜ ଦରବାରର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ। ଏହା ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସେ ଏ ଫିଲ୍ମ ତିଆରି କରିବା ପୂର୍ବରୁ ଅକ୍ଷୟ ତାଙ୍କୁ ଆସି ଭେଟିବା ଦରକାର ବୋଲି କହିଥିଲେ।

ସୂଚନାଯୋଗ୍ୟ, ‘ପୃଥ୍ୱୀରାଜ ଚୌହାନ’ ଫିଲ୍ମରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଚନ୍ଦ୍ର ପ୍ରକାଶ ଦ୍ୱିବେଦୀ ଏହାର ନିର୍ଦ୍ଦେଶନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ଅନନ୍ୟ ଆରମ୍ଭ, ଆଗ୍ରହୀ ପ୍ରତିଭାକୁ ସୁଯୋଗ ଦେବ ନ୍ୟୁଜ 7: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେଉଛି ନ୍ୟୁଜ୍ 7 କ୍ଷୁଦ୍ର ଚଳଚ୍ଚିତ୍ର ୨୦୨୦ ମହୋତ୍ସବ

ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା-ନଭେମ୍ବର ୧୫ରୁ ୩୦ ମଧ୍ୟରେ ମଧ୍ୟସ୍ଥତା କରିବେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି

ଟ୍ରୋଲିଂ ପରେ ସଫେଇ ଦେଲେ ନେହା ! କହିଲେ- ‘ସବ୍ୟସାଚୀ ଓ୍ବେଡିଂ ଆଉଟଫିଟ୍ ଉପହାର ଦେଇଥିଲେ’

‘ବାଗୀ-୪’ ପାଇଁ ପ୍ରସ୍ତୁତ ହେଉଛନ୍ତି ସାଜିଦ୍, ୨୦୨୨ରେ ଆରମ୍ଭ ହୋଇପାରେ ସୁଟିଂ‌

ଇଚ୍ଛାଧାରୀ ନାଗୁଣୀ ହେବେ ଶ୍ରଦ୍ଧା

ହାତରେ ଗୌତମଙ୍କ ନାଁରେ ଲାଗିଲା ମେହେନ୍ଦି, କାଲି ବାଜିବ ସାହାନାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ