ଅକ୍ଷୟ କୁମାର ଓ ରୋହିତ ସେଟ୍ଟୀ ହେଲେ ହାତାହାତି, ଭିଡିଓ ଭାଇରାଲ

ମୁମ୍ବାଇ ୧୨/୧୧: ରୋହିତ ସେଟ୍ଟୀଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ସୁଟିଂ ଆରମ୍ଭ ହୋଇସାରିଛି । କିନ୍ତୁ ଅକ୍ଷୟ କୁମାରଙ୍କ ସହିତ ଡାଇରେକ୍ଟର ରୋହିତ ସେଟ୍ଟୀଙ୍କ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । କାରଣ ଏହି ଭିଡିଓରେ ଅକ୍ଷୟ କୁମାର ଓ ରୋହିତ ସେଟ୍ଟୀ  ହାତାହାତି ହେଉଥିବା ଦେଖିବାକୁ ମିଳିଛି ।

ଏବେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ସମସ୍ତେ ଏହି ଚିନ୍ତାରେ ପଡିଯାଇଛନ୍ତି ଯେ ଫିଲ୍ମ ସୂର୍ଯ୍ୟବଂଶୀ ଆଗକୁ ବଢିପାରିବ କି ନାହିଁ । କାରଣ ଉଭୟ ହାତାହାତି ହେବାପରେ ଘଟଣାସ୍ଥଳକୁ ପୋଲିସକୁ ଆସିବାକୁ ପଡିଥିଲା । ଭିଡିଓରେ ଅକ୍ଷୟ କୁମାର ଓ ରୋହିତ ସେଟ୍ଟୀ ସମ୍ପୂର୍ଣ୍ଣ ରୂପେ ଫିଲ୍ମି ଅନ୍ଦାଜରେ ପରସ୍ପର ସହିତ ଫାଇଟ୍ କରୁଥିବା ନଜର ଆସୁଛନ୍ତି । ଆଉ ଏହି ଝଗଡାକୁ ସୁଟ୍ କରିଛନ୍ତି କ୍ୟାଟ୍ରିନା କୈଫ୍ । ତେବେ କହିରଖୁଛୁ ଏହା କୌଣସି ସତସତିକା ଫାଇଟ୍ ନୁହେଁ ।

ଏହି ଭିଡିଓକୁ ନିଜେ ଅକ୍ଷୟ କୁମାର ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଏହା ସହ କ୍ୟାପ୍ସନ ଦେଇଛନ୍ତି ଯେ ‘ବ୍ରେକିଂ ନ୍ୟୁଜ୍- ଏମିତି ଏକ ଝଗଡା, ଯାହା ଆପଣଙ୍କ ଦିନ ବନାଇପାରିବ ।‘ ଏବେ ଏହି ଭିଡିଓଟି ଭାଇରାଲ ହେବାରେ ଲାଗିଛି । ୟୁଜର୍ସ ଏହାକୁ ନେଇ ମଜାଦାର କମେଣ୍ଟ କରୁଛନ୍ତି ।

କହିରଖୁଛୁ ଫିଲ୍ମରେ ଅକ୍ଷୟ କୁମାରଙ୍କ ଭୂମିକାର ନାମ ‘ବୀର ସୂର୍ଯ୍ୟବଂଶୀ’ ହେବ । ଅକ୍ଷୟ ଓ କ୍ୟାଟ୍ରିନାଙ୍କ ସହିତ ଏହି ଫିଲ୍ମରେ ଗୁଲଶନ ଗ୍ରୋବର ଓ ଶିକନ୍ଦର ଖେର ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ମାତା କରଣ ଜୋହର ଓ ରୋହିତ ସେଟ୍ଟୀ । ଏହି ଫିଲ୍ମ ୨୭ ମାର୍ଚ୍ଚ ୨୦୨୦ରେ ରିଲିଜ ହେବ ।

   ସମ୍ବନ୍ଧିତ ଖବର


ପୁଣି ଅଜା-ଆଈ ହେଲେ ଧର୍ମେନ୍ଦ୍ର-ହେମା, ଯାଆଁଳା ସନ୍ତାନର ମାଆ ହେଲେ ସାନ ଝିଅ ଅହାନା

ନିଶ୍ୱାସ ମାରିବାକୁ ଜ୍ୟାକିଙ୍କ ପାଖରେ ନାହିଁ ସମୟ, ଦୁଇଟି ଫିଲ୍ମର ସୁଟିଂରେ ବ୍ୟସ୍ତ ସୁନ୍ଦରୀ ନାୟିକା

ୟୁଜରଙ୍କୁ ‘ମୋଟା’ କହିଥିଲେ କପିଲ : ଟ୍ରୋଲ ହେବା ପରେ କରିବାକୁ ପଡ଼ିଲା ଏହି କାମ, କିନ୍ତୁ ସୋସିଆଲ ମିଡ଼ିଆରେ ବୁଲୁଛି ସ୍କ୍ରିନ୍‌ସଟ୍‌

ଭାଇ ଅକ୍ଷତଙ୍କ ବାହାଘରରେ ଖର୍ଚ୍ଚ ହୋଇଥିଲା ୬ କୋଟି ଟଙ୍କା, କଙ୍ଗନା ପିନ୍ଧିଥିଲେ ୧୮ ଲକ୍ଷର ଲେହେଙ୍ଗା ଏବଂ ୪୫ ଲକ୍ଷ ଟଙ୍କାର ଅଳଙ୍କାର…

ଡ୍ରଗ୍ସ ମାମଲାରେ ଜାମିନ୍‌ ମିଳିବା ପରେ ଭାରତୀ ସିଂଙ୍କ ପ୍ରଥମ ପୋଷ୍ଟ, ପୁଣି ଫ୍ୟାନ୍ସଙ୍କ ପାଇଁ ଆଣିଲେ ଖୁସି ଖବର…

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?