ଟ୍ରାଫିକରୁ ବଞ୍ଚିବା ପାଇଁ ଏମିତି ଉପାୟ ବାହାର କଲେ ଅକ୍ଷୟ କୁମାର, ଭିଡିଓ ଭାଇରାଲ

ନୁଆଦିଲ୍ଲୀ ୧୯/୯: ବଡ ସହରରେ ଟ୍ରାଫିକ୍ ସମସ୍ୟା କିଭଳି ହୋଇଥାଏ ଆମେ ସମସ୍ତେ ଜାଣିଛନ୍ତି । ଟ୍ରାଫିକ୍ ଜାମ୍ ଯୋଗୁଁ କିଛି ମିନଟର ଯାତ୍ରା କିଛି ଘଣ୍ଟା ଲାଗିଯାଏ । ମୁମ୍ବାଇରେ ବର୍ଷା ଯୋଗୁଁ ଟ୍ରାଫିକ୍ ଅବସ୍ଥା ଅଧିକ ସାଙ୍ଘାତିକ ହୋଇଯାଏ । କିନ୍ତୁ ଟ୍ରାଫିକରୁ ବଞ୍ଚିବା ପାଇଁ ଅକ୍ଷୟ କୁମାର ଏକ ନୂଆ ରାସ୍ତା ବାହାର କରିଛନ୍ତି  । ସେ ମୁମ୍ବାଇ ମେଟ୍ରୋରେ ଯାତ୍ରା କରିଛନ୍ତି । ବୁଧବାର ଅକ୍ଷୟ କୁମାର ଟ୍ରାଫିକରେ ଫସିବା ପରେ ନିଜ ସୁଟିଂ ପାଇଁ ବିଳମ୍ବ ହେବାରୁ ଚୁପଚାପ୍ ମେଟ୍ରୋରେ ଯାତ୍ରା କରିଛନ୍ତି ।

ଅକ୍ଷୟ କୁମାର ବୁଧବାର ରାତିରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ କହୁଛନ୍ତି ଯେ ଘାଟକୋପରରେ ସୁଟିଂ କରୁଥିଲେ ଏବଂ ତାଙ୍କୁ ବର୍ସୋବା ଯିବାର ଥିଲା । କିନ୍ତୁ ଯେତେବେଳେ ସେ ମ୍ୟାପ୍ ଚେକ୍ କଲେ ତାଙ୍କୁ କାରରେ ୨ ଘଣ୍ଟା ଲାଗିବ ବୋଲି ମ୍ୟାପ୍ ଶୋ କଲା । ଏହାପରେ ତାଙ୍କର ଆଗାମୀ ଫିଲ୍ମ ‘ଗୁଡନ୍ୟୁଜ’ର ଡାଇରେକ୍ଟର ରାଜ୍ ତାଙ୍କୁ ମେଟ୍ରୋରେ ଯିବା ପାଇଁ ପ୍ରସ୍ତାବ ଦେଲେ । ପ୍ରଥମେ ଅକ୍ଷୟ ଭିଡ ପାଇଁ ମନା କଲେ । କିନ୍ତୁ ପରେ ୧-୨ ସିକ୍ୟୋରିଟି ଗାର୍ଡଙ୍କୁ ନେଇ ଅକ୍ଷୟ ଚୁପଚାପ୍ ମେଟ୍ରୋରେ ଯାତ୍ରା କରିବା ପାଇଁ ବାହାରି ଗଲେ। ଦେଖନ୍ତୁ ଭିଡିଓ…

ଅକ୍ଷୟ ନିଜ ଭିଡିଓରେ ଏହା ମଧ୍ୟ କହୁଛନ୍ତି ଯେ ବର୍ଷା ହେଲେ ମଧ୍ୟ ମେଟ୍ରୋ ବନ୍ଦ ହୁଏନି । ଆପଣଙ୍କୁ କହିରଖୁଛୁ ବର୍ଷା ହେଲେ ମୁମ୍ବାଇରେ ସମସ୍ତଙ୍କ ଲାଇଫ୍ ଲାଇନ୍ କୁହାଯାଉଥିବା ଲୋକାଲ୍ ଟ୍ରେନ୍ ଠପ୍ ହୋଇଯାଏ । ଟ୍ରାକରେ ପାଣି ଭରିହେବା ଯୋଗୁଁ ହଜାର ହଜାର ଲୋକଙ୍କୁ ହଇରାଣ ହେବାକୁ ପଡିଥାଏ ।

   ସମ୍ବନ୍ଧିତ ଖବର


ବର୍ଷା ଅନୁଭବ ବିବାହ ବିଚ୍ଛେଦ ମାମଲା-ନଭେମ୍ବର ୧୫ରୁ ୩୦ ମଧ୍ୟରେ ମଧ୍ୟସ୍ଥତା କରିବେ ସୁପ୍ରିମକୋର୍ଟର ମଧ୍ୟସ୍ଥତା କମିଟି

ଟ୍ରୋଲିଂ ପରେ ସଫେଇ ଦେଲେ ନେହା ! କହିଲେ- ‘ସବ୍ୟସାଚୀ ଓ୍ବେଡିଂ ଆଉଟଫିଟ୍ ଉପହାର ଦେଇଥିଲେ’

‘ବାଗୀ-୪’ ପାଇଁ ପ୍ରସ୍ତୁତ ହେଉଛନ୍ତି ସାଜିଦ୍, ୨୦୨୨ରେ ଆରମ୍ଭ ହୋଇପାରେ ସୁଟିଂ‌

ଇଚ୍ଛାଧାରୀ ନାଗୁଣୀ ହେବେ ଶ୍ରଦ୍ଧା

ହାତରେ ଗୌତମଙ୍କ ନାଁରେ ଲାଗିଲା ମେହେନ୍ଦି, କାଲି ବାଜିବ ସାହାନାଇ : ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ

ବଙ୍ଗାଳୀ ଲୁକ୍‌ରେ ଫଟୋସୁଟ୍ କଲେ ରଶ୍ମି, ଭାଇରାଲ ହେଉଛି ଭିଡ଼ିଓ