ଅଲ୍‌କାଏଦା ଆତଙ୍କୀ କଲିମୁଦ୍ଦିନ ଗିରଫ

ଜାମସେଦପୁର ୨୩/୯: ଝାଡଖଣ୍ଡ ପୁଲିସର ଆତଙ୍କବାଦ ନିରୋଧ ସ୍କ୍ୱାଡ଼ (ଏଟିଏସ୍‌)କୁ ଏକ ବଡ ସଫଳତା ମିଳିଛି । ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦାର ଭାରତୀୟ ଉପମହାଦେଶ ଶାଖା ମୁଖ୍ୟ ମହମ୍ମଦ କଲିମୁଦ୍ଦିନ ମୁଜହିରିକୁ ଏଟିଏସ୍‌ ଗିରଫ କରିଛି । ସେ ଦେଶରେ ଅନେକ ଆତଙ୍କବାଦୀ କାର୍ଯ୍ୟକାଳପ ସହ ଜଡିତ ଥିଲା । ସେ ଭାରତୀୟ ସୁରକ୍ଷାବାହିନୀ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲା । ଗତ କିଛିଦିନ ହେଲା ତାହାର ଗତିବିଧି ଉପରେ ଏଟିଏସ୍‌ ନଜର ରଖିଥିଲା । ତାକୁ ଝାଡଖଣ୍ଡର ଟାଟାନଗର ରେଳ ଷ୍ଟେସନରୁ ଗିରଫ କରିଥିଲା । କଲିମୁଦ୍ଦିନର ଅନେକ ସହାଯୋଗୀ ଏବେ ଜେଲ୍‌ରେ ଅଛନ୍ତି ।

କଲିମୁଦ୍ଦିନର ଗିରଫଦାରୀ ସମ୍ପର୍କରେ ଆଜି ଏଟିଏସ୍‌ ଏସ୍‌ପି ଏ. ବିଜୟଲକ୍ଷ୍ମୀଙ୍କ ସହିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପୁଲିସ ଏଡିଜି (ଅପରେସନ) ଏମ୍‌.ଏଲ୍‌ ମୀନା କହିଛନ୍ତି ଯେ କଲିମୁଦ୍ଦିନ ଅନେକ ଆତଙ୍କୀ ହିଂସାକାଣ୍ଡରେ ଜଡିତ ଥିଲା । ଗତ ୩ ବର୍ଷ ହେଲା ତାକୁ ପୁଲିସ ଖୋଜୁଥିଲା ବେଳେ ସେ ଫେରାର ହୋଇଯାଇଥିଲା । ଅନେକ ଦିନ ହେଲା ତାହା ଉପରେ ନଜର ରଖାଯାଇଥିଲା । ଗତକାଲି ତାକୁ ରେଳଷ୍ଟେସନରୁ ଗିରଫ କରାଯାଇଥିଲା । ସେ ବିଭିନ୍ନ ମଦ୍ରାସାରେ ରହିବା ସହିତ ସେଠାର ପାଠପଢ଼ୁଥିବା ଯୁବକମାନଙ୍କୁ ଭାରତ ବିରୋଧରେ ଜିହାଦରେ ସାମିଲ ହେବାକୁ ପ୍ରବର୍ତ୍ତାଉଥିଲା । ସେ କିଛି ଯୁବକଙ୍କୁ ନିଯୁକ୍ତି ଦେବା ସହିତ ତାଲିମ୍‌ ନେବା ଲାଗି ସେମାନଙ୍କୁ ପାକିସ୍ତାନ ମଧ୍ୟ ପଠାଇଛି ।

ଜାମସେଦପୁରରେ ତା ନାମରେ ଅନେକ ମାମଲା ରହିଛି । ତାର କେତେକ ପ୍ରମୁଖ ସହଯୋଗୀଙ୍କ ମଧ୍ୟରୁ ମହମ୍ମଦ ଅବଦୁଲ ରହମନ ଅଲି ଓରଫ ହାଇଦର ଓରଫ କଟ୍‌କି ଏବଂ ଅବଦୁଲ ସାମି ଓରଫ ଉଜୈରି ଓରଫ ହାସନ ଗିରଫ ହୋଇ ଏବେ ଦିଲ୍ଲୀର ତିହାର ଜେଲ୍‌ରେ ରହୁଛନ୍ତି । ଏଟିଏସ୍‌ ଏସ୍‌ପି ବିଜୟଲକ୍ଷ୍ମୀଙ୍କ କହିବାନୁଯାୟୀ କଲିମୁଦ୍ଦିନ ଉତ୍ତରପ୍ରଦେଶ, ଗୁଜରାଟ ଓ ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟକୁ ଗସ୍ତ କରି ସେଠାରେ ଯୁବକଙ୍କୁ ଅଲ୍‌କାଏଦା ସଙ୍ଗଢ଼ଠନରେ ନିଯୁକ୍ତି କରୁଥିଲା । ଏପରିକି ସେ ବାଂଲାଦେଶ, ସାଉଦି ଆରବ ଓ ଦକ୍ଷିଣ ଆଫ୍ରିକା ମଧ୍ୟ ଯାଇଛି । ବର୍ତ୍ତମାନ ସେ ଝାଡଖଣ୍ଡ ଏଟିଏସ୍‌ ହେପାଜତରେ ଥିବା ବେଳେ ତାର ନେଟୱର୍କ ବିଷୟରେ ଅଧିକ ପଚରାଉଚୁରା କରାଯାଉଥିବା ସେ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now