ବୟଫ୍ରେଣ୍ଡଙ୍କ ସହ ଯୋଗ କରି ଟ୍ରୋଲ ହେଲେ ଆଲାନା ପାଣ୍ଡେ : ୟୁଜର କହିଲେ, ‘ତୁମ ବାପା-ମାଆ ଏସବୁ ଦେଖିପାରିବେ ତ ?’

ମୁମ୍ବାଇ ୪।୧୨ : ବଲିଉଡର ସୁନ୍ଦର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସମ୍ପର୍କୀୟ ଆଲାନା ପାଣ୍ଡେ ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଖୁବ୍‌ ଚର୍ଚ୍ଚା ଅଛନ୍ତି। ଅନେକ ସମୟରେ ଅଲାନାଙ୍କର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ତେବେ ଏଥର ବୟଫ୍ରେଣ୍ଡଙ୍କ ସହ ଭାଇରାଲ ହେଉଥିବା ଏକ ଭିଡିଓକୁ ନେଇ ଆଲାନା ଟ୍ରୋଲ ହେଉଛନ୍ତି।

ଅଲାନା ବୟଫ୍ରେଣ୍ଡ ଆଇଭୋର ମାକ୍ରାଇ ଭି ଙ୍କ ସହିତ ତାଙ୍କର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି। ଫଟୋ ଏବଂ ଭିଡିଓରେ ଆଲାନାଙ୍କର ବୋଲ୍ଡ ଅବତାର ଫ୍ୟାନ୍ସଙ୍କୁ ମଧ୍ୟ ପସନ୍ଦ ଆସେ। କିନ୍ତୁ ଅକ୍ଟୋବର ଶେଷରେ, ଫ୍ୟାନ୍ସମାନେ ଯୋଗ ଭିଡିଓକୁ ପସନ୍ଦ କରିନଥିଲେ ଯାହା ଆଲାନା ବୟଫ୍ରେଣ୍ଡ ଆଇଭୋର ମାକ୍ରାଇ ଭିଙ୍କ ସହ ସେୟାର କରିଥିଲେ । ସେହି ଫଟୋ ଓ ଭିଡ଼ିଓକୁ ନେଇ ଅଲାନାଙ୍କୁ ଏବେ ଟ୍ରୋଲ କରାଯାଉଛି।

ଏହି ଭିଡିଓରେ, ଅଲାନା ଆକ୍ରୋ ଯୋଗ କରୁଛନ୍ତି । ଏଥିରେ ଲୋକମାନଙ୍କର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସୁଛି ଏବଂ ଲୋକମାନେ ଆଲାନାକୁ ଟ୍ରୋଲ କରୁଛନ୍ତି। ଯାହାର ମୁଖ୍ୟ କାରଣ ହେଉଛି ଯୋଗ କରିବା ସହିତ ଆଲାନା ବୟଫ୍ରେଣ୍ଡକୁ କିସ୍‌ କରୁଛନ୍ତି। ମୁଖ୍ୟତ ଏହି କାରଣରୁ ଆଲାନାଙ୍କୁ ଟ୍ରୋଲ କରାଯାଉଛି ।

ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ‘ହେ ଭଗବାନ, ତୁମର ପିତାମାତା ତୁମକୁ ଏସବୁ କରୁଥିବା ଦେଖି ପାରିବେ ? ଏଥିସହିତ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ‘ତୁମେ କାହିଁକି ଭାରତର ସଂସ୍କୃତି ଏବଂ ସମ୍ମାନକୁ ଆଘାତ ଦେଉଛ, ପୁଣି ଛଳନା କରୁଛ କି, ମହିଳାଙ୍କ ଆତ୍ମସମ୍ମାନ ଆଘାତ ଦେଲ। ତେବେ କିଛି ସୋସିଆଲ ମିଡିଆ ୟୁଜର ଏହି ଭିଡିଓକୁ ପ୍ରଶଂସା ମଧ୍ୟ କରୁଛନ୍ତି।