ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଅଣସର ଦର୍ଶନ ପୂର୍ବରୁ କଟକଣା: ଅଲାରନାଥ ପୀଠରେ ଖାଁ ଖାଁ

ବ୍ରହ୍ମଗିରି,୦୬/୦୬: ଶୁକ୍ରବାର ଶ୍ରୀକ୍ଷେତ୍ରରେ ସ୍ନାନବେଦିରେ ଶ୍ରୀଜଗନ୍ନାଥ ୧୦୮ ଗରା ପାଣିରେ ଗାଧୋଇବା ପରେ ଶନିବାରଠାରୁ ଆରମ୍ଭ ହେଉଛି ଅଣସର ପର୍ବ । ଏହି ସମୟରେ ଶ୍ରୀଅଲାରନାଥଙ୍କ ପୀଠକୁ ଅଣସର ଦର୍ଶନ ପାଇଁ ରାଜ୍ୟ ବାହାରୁ ଓ ରାଜ୍ୟ ଭିତରୁ ଲକ୍ଷ ଲକ୍ଷ ଭକ୍ତ ଆସି ଥାଆନ୍ତେ । କିନ୍ତୁ କରୋନା ମହାମାରୀ ନିମନ୍ତେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ଯୋଗୁଁ ଅଣସର ଦର୍ଶନ ସଂପୂର୍ଣ୍ଣ ବନ୍ଦ ।

{"id":128720,"width":716,"height":596,"sizeSlug":"large"}

ଏ ନେଇ ଗତ ୩ ତାରିଖରେ ଅଲାରନାଥ ପୀଠରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସ୍ପଷ୍ଟ କରାଯାଇଥିଲା । କଟକଣାକୁ ଆହୁରି କଡ଼ାକଡ଼ି କରିବା ପାଇଁ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆଜି ମଧ୍ୟ ରାତ୍ରରୁ ୨୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ୩୦ ତାରିଖ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ତହସିଲଦାର କିଶୋର କୁମାର ପଣ୍ଡା ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.