ପ୍ରମୁଖ ଖବର
  • ଜେଲରେ ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, କଟକ ବଡ ମେଡିକାଲରେ ଭର୍ତ୍ତି
  • ||
  • ବଡ଼ଚଣା : ହାଇୱାକୁ ଧକ୍କା ଦେଲା ବସ୍, ଜଣେ ମୃତ ୧୦ରୁ ଅଧିକ ଆହତ
  • ||
  • ପୁରୀ : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା, ବଜାର ମୂଲ୍ୟ ୭୦ଲକ୍ଷରୁ ଅଧିକ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବାଲେଶ୍ଵର, ବାରିପଦା, ଓ କେନ୍ଦ୍ରାପଡ଼ାରେ କରିବେ ପ୍ରଚାର
  • ||
  • ଭୁବନେଶ୍ଵର : କଂଗ୍ରେସ ପାଇଁ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଖଡଗେ, ଆସନ୍ତାକାଲି ସିମୁଳିଆରେ ରାହୁଲଙ୍କ ସମାବେଶ
  • ||
  • ଫେରିଲା ଗ୍ରୀଷ୍ମ ପ୍ରବାହ, ୩୧ ଯାଏଁ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିବ, ଗୁଳୁଗୁଳି ସାଙ୍ଗକୁ କଲବଲ କରିବ ତାତି
  • ||

ସର୍ବଶ୍ରେଷ୍ଠ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍, ମୃତ୍ୟୁ ପରେ ଚୋରି ହୋଇଥିଲା ମସ୍ତିଷ୍କ

ନୂଆଦିଲ୍ଲୀ, ୧୫/୦୫ : ଆଲବର୍ଟ ଆଇନଷ୍ଟାଇନ୍। ଦୁନିଆର ଜଣେ ସର୍ବଶ୍ରେଷ୍ଠ ବୈଜ୍ଞାନିକ। ହେଲେ ସ୍କୁଲ ସମୟରେ ସେ ଥିଲେ ଜଣେ ଆଭରେଜ୍ ଷ୍ଟୁଡେଣ୍ଟ, କିନ୍ତୁ ତାଙ୍କ ମସ୍ତିଷ୍କ ଥିଲା ଅସାଧାରଣ। ବୟସ ହିସାବରେ ଥିଲା ଖୁବ୍ ଅଧିକ ତେଜ୍। ଯେଉଁଥିପାଇଁ ମୃତ୍ୟୁ ପରେ ତାଙ୍କ ମସ୍ତିଷ୍କ ହୋଇଯାଇଥିଲା ଚୋରି। ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଛି ନା... ହେଲେ ଏହା ପଛରେ ସତ୍ୟତା କ'ଣ ? ଆଇନଷ୍ଟାଇନ୍ ମସ୍ତିଷ୍କରେ ଏଭଳି କ'ଣ ଥିଲା ଖାସ୍ ?

ଆଲବର୍ଟ ଆଇନଷ୍ଟାଇନ୍‌ଙ୍କ ଜନ୍ମ ଜର୍ମାନୀର ୱେଟେମବର୍ଗର ଏକ ଇହୁଦୀ ପରିବାରରେ ହୋଇଥିଲା। ପିତା ହରମାନ ଆଇନଷ୍ଟାଇନ୍ ପେଶାରେ ଜଣେ ଇଞ୍ଜିନିୟର ଓ ସେଲ୍‌ସ୍ ମ୍ୟାନ୍ ଥିଲେ ଓ ମା ଜଣେ ହାଉସ୍ ୱାଇଫ୍ ଥିଲେ। ତାଙ୍କର ମାତୃଭାଷା ଥିଲା ଜର୍ମାନ। ହେଲେ ପରବର୍ତ୍ତୀ ସମୟରେ ସେ ଇଂରାଜୀ ଏବଂ ତାଲୱୀ ଶିଖିଥିଲେ। ଆଇନଷ୍ଟାଇନଙ୍କ ଜନ୍ମ ସମୟରେ ଡାକ୍ତରମାନେ ଜାଣିପାରିଥିଲେ ଯେ, ତାଙ୍କର ମସ୍ତିଷ୍କର ଆକାର ଏକ ସାମାନ୍ୟ ଶିଶୁ ଠାରୁ ବହୁ ଗୁଣ ବଡ଼। ସେସମୟରେ ମେଡିକାଲ ସାଇନ୍ସ ନଥିଲା ଏତେ ଉନ୍ନତ। ତେଣୁ ଜଣାପଡ଼ି ନଥିଲା ଏହି ବିରାଟ ମସ୍ତିଷ୍କ ପଛର କାରଣ। ବଡ଼ ହେବାପରେ ଆଇନଷ୍ଟାଇନଙ୍କୁ ଏକ ଅସାମାନ୍ୟ ପିଲା ବୋଲି ସମସ୍ତେ ଭାବୁଥିଲେ। ୪ ବର୍ଷ ବୟସରେ ସେ ପ୍ରଥମେ କଥା କହିବା ଶିଖିଥିଲେ। ୯ ବର୍ଷ ବୟସରେ ସେ କଥା କହିବା ଆରମ୍ଭ କଲେ। ତେବେ ଆଇନଷ୍ଟାଇନଙ୍କୁ ପସନ୍ଦ ନଥିଲା ଚୁଟି କାଟିବା। ସେ ଏତେ ବଡ଼ ବୈଜ୍ଞାନିକ ହୋଇଥିଲେ ବି ସାଧାରଣ କଥା ଗୁଡ଼ିକୁ ମନେ ରଖିପାରୁ ନଥିଲେ। ନାମ, ତାରିଖ ଏବଂ ଫୋନ ନମ୍ଵର ତାଙ୍କର ମନେ ରହୁ ନଥିଲା। ଯାହାଫଳରେ ତାଙ୍କୁ ତାଙ୍କ ଟିଚର୍‌ ବି ପସନ୍ଦ କାରୁନଥିଲେ। କାହିଁକି ନା ସେ କେବଳ ମ୍ୟାଥ୍ ଏବଂ ସାଇନ୍ସରେ ଭଲ ନମ୍ଵର ରଖୁଥିଲେ, ଆଉ ସବୁ ସବଜେକ୍ଟରେ ଫେଲ୍ ହେଉଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ବିଜ୍ଞାନର ଏଭଳି ଥେସିସ୍ ଦେଇ ଯାଇଛନ୍ତି ଯାହା ଆଜିବି ସନେକଙ୍କ ପକ୍ଷେ ଅବୁଝା।


୧୯୫୫ ଏପ୍ରିଲ୍ ୧୮ରେ ଜିନିଅସ୍ ଆଇନଷ୍ଟାଇନ୍‌ଙ୍କର ହୋଇଥିଲା ପରଲୋକ। ସେହି ସମୟରେ ଶବ ପରୀକ୍ଷଣ ବେଳେ ଥୋମାସ୍ ଆଇନଷ୍ଟାଇନ୍‌ଙ୍କ ମସ୍ତିଷ୍କ ଚୋରି କରି ନେଇଥିଲେ ଷ୍ଟୋଲଟୋଜ୍ ହାରଭେ ନାମକ ଜଣେ ପାଥୋଲୋଜିଷ୍ଟ। ତାଙ୍କର ଉଦ୍ଦେଶ୍ୟ ଥିଲା ଆଇନଷ୍ଟାଇନ୍‌ଙ୍କ ମସ୍ତିଷ୍କକୁ ନେଇ କରିବେ ପରୀକ୍ଷଣ। ଯାହାଫଳରେ ତାଙ୍କୁ ଚାକିରୀରୁ ବିଦା କରାଗଲା। ହେଲେ ସେ ପ୍ରତିଜ୍ଞା କରିଥିଲେ ଯେ ଦିନେ ନା ଦିନେ ଆଇନଷ୍ଟାଇନଙ୍କ ମସ୍ତିଷ୍କକୁ ନେଇ କରିବେ ପରୀକ୍ଷଣ। କିନ୍ତୁ ଏଥିପାଇଁ ତାଙ୍କୁ ଅନୁମତି ମିଳି ନଥିଲା। ଯାହାଫଳରେ ସେ ଏକ କାଚ ଜାର୍‌ରେ ମସ୍ତିଷ୍କକୁ ଷ୍ଟୋର କରି ରଖିଥିଲେ। ପରେ ୧୯୭୫ରେ ତାଙ୍କ ପୁଅକୁ ଅନୁମତି ମିଳିବା ପରେ ସେ ରିସର୍ଚ୍ଚ ଆରମ୍ଭ କଲେ। ପ୍ରଥମେ ତାଙ୍କ ମସ୍ତିଷ୍କର ଓଜୋନ ମପାଗଲା। ଏହାର ଓଜନ ୧୨୩୦ ଗ୍ରାମ ଥିଲା। ଯାହା ସାମାନ୍ୟ ମଣିଷ ଠାରୁ ଛୋଟ ଥିଲା। ଏହାପରେ ଡଃ ହାରଭି ତାଙ୍କ ମସ୍ତିଷ୍କର ୨୪୦ ସାମ୍ପଲ୍ ବହୁ ବୈଜ୍ଞାନିକଙ୍କ ନିକଟକୁ ପଠାଇଥିଲେ। ଏଥିରୁ ଜଣାପଡ଼ିଥିଲା ଆଇନଷ୍ଟାଇନଙ୍କ ମସ୍ତିଷ୍କର ସେରେବ୍ରଲ୍ କରଟେକ୍ସ ନାମକ ଏକ ଅଂଶ ସାମାନ୍ୟ ମଣିଷର ମସ୍ତିଷ୍କ ଠାରୁ ଭିନ୍ନ ଥିଲା। ଏହି କାରଣରୁ ତାଙ୍କ ବୁଦ୍ଧି ଅସାଧାରଣ ଥିଲା। ତେବେ ଆଇନଷ୍ଟାଇନ୍ କୁହନ୍ତି ମୋ ପାଖରେ କିଛି ଖାସ୍ ନାହିଁ ବାସ୍ କୌଣସି ବିଷୟରେ ଜାଣିବା ପାଇଁ ଦୃଢ ଇଚ୍ଛାଶକ୍ତି ଅଛି।

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.