ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ କରି ବିକୁଥିଲେ ମଦ, ମ୍ୟାନେଜର ସମେତ ୭ ଗିରଫ

ଖୋର୍ଦ୍ଧା ୨୪/୩: ମହାମାରୀ କରୋନା ଭୂତାଣୁ ମୁକାବିଲା ପାଇଁ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାକୁ ଲକଡାଉନ୍‌ ଘୋଷଣା କରିଛନ୍ତି । କିନ୍ତୁ ପ୍ରଶାସନ ଆଦେଶକୁ ଉଲ୍ଲଂଘନକରି ମଦ ବ୍ୟବସାୟୀମାନେ ଖୁଲମଖୁଲା ମଦ ବିକ୍ରି କରୁଛନ୍ତି । ଲକ୍‌ଡାଉନ ନିୟମ ଉଲ୍ଲଂଘନ କରି ମଦ ବିକ୍ରି ଅଭିଯୋଗରେ ସଦର ଥାନା ଅନ୍ତର୍ଗତ ତାପଙ୍ଗଛକ ସ୍ଥିତ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ମ୍ୟାନେଜର ଏବଂ କର୍ମଚାରୀ ବିକାଶ ସାହୁ (୨୮), ରଶ୍ମିରଞ୍ଜନ ମଙ୍ଗରାଜ(୨୯), ପ୍ରତାପ ଭୁଜବଳ(୪୦), କାଳୁ ଜୟସିଂହ(୨୩), ପୂର୍ଣ୍ଣଚନ୍ଦ୍ର ବେହେରା (୫୫), ବୈଦ୍ୟନାଥ ପ୍ରଧାନ(୪୬), ଯୁଧିଷ୍ଠିର ମଙ୍ଗରାଜ (୪୪) ପ୍ରମୁଖ ୭ ଜଣଙ୍କୁ ସଦର ପୁଲିସ ଗିରଫ କରିଛି । ସେମାନଙ୍କ ନାମରେ ୧୩୮, ୨୬୯, ୨୭୦, ୨୭୧ ଏବଂ ୩୪ ଆଇପିସିରେ ଏକ ମାମଲା(୫୪/୨୦) ରୁଜୁ ହୋଇଥିବା ସଦର ଥାନା ଅଧିକାରୀ ଅନିତା ସାହୁ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ସୋମବାରଠାରୁ ସମସ୍ତ ମଦ ଦୋକାନ ବନ୍ଦ ରଖିବାକୁ ଉପଜିଲ୍ଲାପାଳ ଶାନ୍ତନୁ ମହାନ୍ତି ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍‌-୧୯ ପାଇଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ବେଳେ ତାପଙ୍ଗ ଛକ ସ୍ଥିତ ଏକ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନର କର୍ମଚାରୀମାନେ ବେଫରିକ ଭାବେ ମଦ ବିକ୍ରି କରୁଥିଲେ । ଏ ନେଇ ଖବର ପାଇବା ପରେ ସୋମବାର ଦ୍ୱିପ୍ର୍ରହରରେ ଅଚାନକ ଉପଜିଲ୍ଲାପାଳ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ସଦର ଥାନା ଅଧିକାରୀ ଅନୀତା ମିଶ୍ର ପ୍ରମୁଖ ସଦଳବଳ ତାପଙ୍ଗ ଛକଠାରେ ଥିବା ବିଦେଶୀ ଦୋକାନରେ ଚଢ଼ାଉ କରିଥିଲେ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌