PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ହ୍ବାଟ୍ସଆପ୍ ଓ ଟେଲିଗ୍ରାମରେ ଭୁଲରେ ବି ପଠାନ୍ତୁ ନାହିଁ ଏହି ମେସେଜ, ସରକାର ଜାରି କରିଛନ୍ତି ନୂଆ ଗାଇଡଲାଇନ୍ସ

ନୂଆଦିଲ୍ଲୀ, ୨୪/୧ :  ଆଜିର ଇଣ୍ଟରନେଟ ଯୁଗରେ ପ୍ରାୟ ସବୁ ସ୍ମାର୍ଟ ଫୋନ ଉପଭୋକ୍ତା ହ୍ବାଟ୍ସଆପ୍ ଏବଂ ଟେଲିଗ୍ରାମ ବ୍ୟବହାର କରୁଛନ୍ତି । କିନ୍ତୁ ପ୍ରାୟ ସମୟରେ ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଆପଣଙ୍କ ଲାଗି କେତେକ କ୍ଷେତ୍ରରେ ସୁରକ୍ଷିତ ହୋଇନଥାଏ । ଆସନ୍ତୁ ଜାଣିବା ସରକାର ଏହାକୁ ନେଇ କ’ଣ ଗାଇଡଲାଇନ ଜାରି କରିଛନ୍ତି …

ସରକାର ସୋସିଆଲ ମିଡ଼ିଆକୁ ନେଇ ଦେଲେ ଏହି ଆଦେଶ

ସରକାର ଅଧିକାରୀମାନଙ୍କୁ ସୋସିଆଲ ମିଡ଼ିଆ ଆପ୍ ମାଧ୍ୟମରେ କୌଣସି ଗୋପନୀୟ ତଥ୍ୟ କିମ୍ବା ପେପର ଓ୍ବାର୍କ ସେୟାର କରିବାକୁ ମନା କରିଛନ୍ତି । କେନ୍ଦ୍ରର ନୂଆ ଗାଇଡଲାଇନ୍ସ ସବୁ ସରକାରୀ କର୍ମଚାରୀଙ୍କ ଲାଗି ଅଟେ । ଏଥିରେ ଗୋପନୀୟ ତଥ୍ୟ ସେୟାର କରିବା ଲାଗି ହ୍ବାଟ୍ସଆପ୍, ଟେଲିଗ୍ରାମ୍ କିମ୍ବା ଅନ୍ୟ ସୋସିଆଲ ମିଡ଼ିଆର ବ୍ୟବହାର ନ କରିବାର ଆଦେଶ ଦିଆଯାଇଛି।

ହ୍ବାଟ୍ସଆପ- ଟେଲିଗ୍ରାମକୁ ଛାଡ଼ି ଏହି ଆପ୍ ଗୁଡ଼ିକ ଉପରେ ମଧ୍ୟ ରୋକ୍ ଲଗାଯାଇଛି

ସରକାର କର୍ମଚାରୀଙ୍କ ଲାଗି ଏହି ଗାଇଡଲାଇନ୍ସ ସୁରକ୍ଷା ଦୃଷ୍ଟି କୋଣରୁ ଜାରି କରିଛନ୍ତି । କାରଣ ଏହି ଆପ୍ସ ସର୍ଭର ବିଶ୍ବ ସାରା ନିଜି କର୍ପୋରେଶନ ଦ୍ବାରା ପରିଚାଳିତ ହେଉଛି । ଏପରି ସ୍ଥଳେ ଭାରତ ବିରୋଧି ଶକ୍ତି ତଥ୍ୟ ସହ ଖେଳିପାରନ୍ତି । ଏହି ଆଦେଶ Amazon Alexa, Apple HomePod, Google Meet, Zoom ଏବଂ ଅନ୍ୟ ଆପ୍ସ ବ୍ୟବହାର କରିବାକୁ ନେଇ ବି ଅଛି ।

ଓ୍ବାର୍କ ଫ୍ରମ ହୋମରେ ସାବଧାନତା ରହିବାକୁ ହେବ

ନୂଆ ଗାଇଲାଇନ୍ସରେ ସ୍ପଷ୍ଟ କୁହାଯାଇଛି କି ଓ୍ବାର୍କ ଫ୍ରମ ଥିବା ବେଳେ ସମ୍ବେଦନଶୀଳ ସୂଚନା କିମ୍ବା ପେପର ଓ୍ବାର୍କ ସେୟାର କରିବାରୁ ବର୍ତ୍ତି ରୁହନ୍ତୁ । ଏତିକି ନୁହେଁ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗର ଅଧିକାରୀଙ୍କ ଗୋପନୀୟ ତଥା ରାଷ୍ଟ୍ରବ୍ୟାପୀ ସୁରକ୍ଷା ସମ୍ବନ୍ଧୀୟ ମୁଦ୍ଦାକୁ ନେଇ ମିଟିଂ କିମ୍ବା କନଫରେନ୍ସ ସମୟରେ ସ୍ମାର୍ଟ ଓ୍ବାଚ୍ କିମ୍ବା ସ୍ମାର୍ଟ ଫୋନର ବ୍ୟବହାର ନ କରିବାକୁ କୁହାଯାଇଛି  ।

ସମ୍ବନ୍ଧିତ ଖବର