ରାତି ୩ଟାରେ ବୟଫ୍ରେଣ୍ଡଙ୍କ ଘରୁ ଫେରିବାକୁ ଚାହୁଁଥିଲେ ଆଲିଆ ଭଟ୍ଟ, ନିଶାରେ ଥିଲା ବଡ଼ିଗାର୍ଡ, ପୁଣି…

ମୁମ୍ବାଇ ୨୬।୪ :  ବହୁତ କମ୍ ସେଲିବ୍ରିଟି ଅଛନ୍ତି ଯେଉଁମାନେ ବିନା ବଡ଼ିଗାର୍ଡରେ କେତେବେଳେ କେମିତି ଘରୁ ବାହାରଥାନ୍ତି। କିନ୍ତୁ ଏମିତି କେବେ ଶୁଣିଛନ୍ତି କି ବଡ଼ିଗାର୍ଡ ସାଙ୍ଗରେ ଥିବ ମାତ୍ର ନିଶାରେ ଥିବ। ସେତେବେଳେ ପରିସ୍ଥିତି କଣ ହେବ ଆପଣ କେବେ ଭାବିଛନ୍ତି କି ? ଆଲିଆ ଭଟ୍ଟଙ୍କ ସହ ସମାନ ଘଟଣା ଘଟିଛି, ଯାହା ତାଙ୍କୁ ଖରାପ ଲାଗିବା ସହିତ ସେ ବହୁତ ଭୟଭୀତ ହୋଇଯାଇଥିଲେ।

ମିଳିଥିବା ଖବର ଅନୁଯାୟୀ, ଆଲିଆ ବିନା ବଡ଼ିଗାର୍ଡରେ ତାଙ୍କ ପୂର୍ବତନ ପ୍ରେମିକା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଯାଇଥିଲେ। ଆଲିଆ ସିଦ୍ଧାର୍ଥଙ୍କ ଘରୁ ଫେରିବା ବେଳେ ବହୁତ ରାତି ହୋଇଯାଇଥିଲା ଏବଂ ଆଲିଆ ରାତି ୩ ଟାରେ ଏକୁଟିଆ ଫେରିବାକୁ ଚାହୁଁନଥିଲେ।

ସେ ତାଙ୍କ ବଡ଼ିଗାର୍ଡଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କି ସେ ସିଦ୍ଧାର୍ଥଙ୍କ ଘରେ ଠିକ୍ ସମୟରେ ପହଞ୍ଚିଯିବା ପାଇଁ କିନ୍ତୁ ତାଙ୍କ ବଡିଗାର୍ଡ ସମୟରେ ପହଞ୍ଚିପାରିନଥିଲେ। ଆଲିଆ ଅନେକ ଫୋନ୍ କଲା ପରେ ଯେତେବେଳେ ତାଙ୍କ ବଡ଼ିଗାର୍ଡ ସିଦ୍ଧାର୍ଥଙ୍କ ଘରେ ପହଞ୍ଚିଥିଲେ, ଆଲିଆ ବୁଝିଯାଇଥିଲେ କି ତାଙ୍କ ବଡ଼ିଗାର୍ଡ ମଦ୍ୟପାନ କରିଛି।

ଆଲିଆ ତାଙ୍କ ସହ ଘରକୁ ଫେରି ଆସିଥିଲେ, କିନ୍ତୁ ଆଲିଆ ତାଙ୍କୁ ଦେଖି ଏତେ ଡରି ଯାଇଥିଲେ ଯେ ସେ କିଛି କହିବାକୁ ସାହସ କରି ନଥିଲେ କିମ୍ବା ତାଙ୍କୁ ଗାଳି ଦେଇନଥିଲେ। ଘରକୁ ଆସିବା ପରେ ଆଲିଆ ତାଙ୍କ ମା ସୋନି ରଜଦାନଙ୍କୁ ପୁରା କଥା କହିଥିଲେ ଏବଂ ମା ତୁରନ୍ତ ବଡ଼ିଗାର୍ଡକୁ ଚାକିରିରୁ ବାହାର କରିଦେଇଥିଲେ। ତେବେ ଏହି ଖବର ଆଲିଆ କିମ୍ବା ସୋନି ଦ୍ୱାରା ନିଶ୍ଚିତ ହୋଇନାହିଁ। କିନ୍ତୁ ଏହା ଉପରେ ବହୁ ଆଲୋଚନା କରାଯାଇଥିଲା |

   ସମ୍ବନ୍ଧିତ ଖବର


ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ସଞ୍ଜୟ ଦତ୍ତଙ୍କ କଣ୍ଠରେ ଆତ୍ମବିଶ୍ୱାସର ସ୍ୱର ଅତି ଗଭୀର

ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ହେଉଥିବା ସ୍ୱରାଙ୍କର ରହିଛି ଏହି ଗୁଣ

ଲୁଚାଛପାକୁ ସେ ପସନ୍ଦ କରନ୍ତି ନାହିଁ

ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ