ଫିଲ୍ମ ଫେୟାର ଆଓ୍ବାର୍ଡରେ ରଣବୀରଙ୍କୁ ଆଲିଆ କହିଲେ ‘ଆଇ ଲଭ ୟୁ’, ଏହାପରେ ରଣବୀର କଲେ କିଛି ଏଭଳି…

ମୁମ୍ବାଇ,୨୪।୩: ଫିଲ୍ମ ଫେୟାର ଆଓ୍ବାର୍ଡରେ ଏଥରର ଦୃଶ୍ୟ ଥିଲା ସବୁଠାରୁ କିଛି ଭିନ୍ନ। ଗତକାଲି ରାତିରେ ୬୪ ତମ ଫିଲ୍ମ ଫେୟାର ଆଓ୍ବାର୍ଡ କାର୍ଯ୍ୟକ୍ରମ ରହିଥିଲା। ରଣବୀର କପୁରଙ୍କୁ ବେଷ୍ଟ ଆକ୍ଟର(ପପୁଲାର) ଓ ଆଲିଆ ଭଟ୍ଟଙ୍କୁ ବେଷ୍ଟ ଆକଟ୍ରେସ୍ (ପପୁଲାର)ର ଫିଲ୍ମ ଫେୟାର ଆଓ୍ବାର୍ଡ ଦିଆଯାଇଥିଲା। ଆଲିଆଙ୍କ ଅଭିନୀତ ’ରାଜି’ ଗତ ବର୍ଷର ସବୁଠାରୁ ଭଲ ଫିଲ୍ମ ମଧ୍ୟରେ ଅନ୍ୟତମ ରହିଛି। ଫିଲ୍ମ ଫେୟାର ଆଓ୍ବାର୍ଡ ୨୦୧୯ରେ ଏହାର ରହିଥିଲା ଧୁମ୍। ଫିଲ୍ମର ଡାଇରେକ୍ଟର ମେଘନା ଗୁଲଜାରଙ୍କୁ ବେଷ୍ଟ ଡାଇରେକ୍ଟର ପୁରସ୍କାର ମିଳିଛି। ଏହା ସହ ‘ରାଜି’କୁ ବେଷ୍ଟ ଫିଲ୍ମ ପୁରସ୍କାର ମିଳିଛି। ତେବେ ଏହି ସମୟରେ ଆଲିଆ ଭଟ୍ଟ ବେଷ୍ଟ ଆକଟ୍ରେସ ପୁରସ୍କାର ଜିତିବା ପରେ ଖୁବ୍ ଭାବପ୍ରବଣ ହୋଇ ପଡିଥିଲେ। ସେ ଷ୍ଟେଜ ଉପରେ ଏକ ଛୋଟିଆ ଭାଷଣ ଦେଇଥିଲେ। ଯେଉଁଥିରେ ରଣବୀର କପୁରଙ୍କୁ ‘ଆଇ ଲଭ ୟୁ’ କହି ତାଙ୍କ ପ୍ରତି ନିଜର ଭଲ ପାଇବାକୁ ପ୍ରକାଶ କରିଥିଲେ।
ଆଲିଆ ଷ୍ଟେଜ୍ ଉପରେ କହିଥିଲେ ’ମେଘନା, ମୋ ପାଇଁ ’ରାଜି’ ତୁମେ। ଏଥିରେ ତୁମର ରକ୍ତ ଓ ଝାଳ ରହିଛି। ଭିକି (ଭିକି କୌଶଲ), ତୁମ ବିନା ଏହି ଫିଲ୍ମ କେବେ ସପୂର୍ଣ୍ଣ ହୋଇପାରିନଥାନ୍ତା। ମୋର ମେଣ୍ଟର ହେବା କାରଣରୁ (କରନ୍ ଜୋହର) ଓ ବାପାଙ୍କୁ ଧନ୍ୟବାଦ ଦେଉଛି। ଆଜିର ରାତି କେବଳ ପ୍ରେମ ପାଇଁ, ମୋର ଖାସ୍ ପାଇଁ, ଆଇ ଲୟ ୟୁ…। ଖୋଲାଖୋଲି ଭାବରେ ଆଲିଆ ’ଆଇ ଲଭ ୟୁ’ କହିବା ସମୟରେ ରଣବୀର ଲାଜେଇ ଯାଇ ନିଜ ହାତରେ ମୁହଁକୁ ଲୁଚାଇ ଦେଇଥିଲେ। ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି।

‘ସଞ୍ଜୁ’ ଫିଲ୍ମ ପାଇଁ ରଣବୀରଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ ଦିଆଯିବା ନେଇ ଘୋଷଣା କରାଯାଇଥିଲା। ସେତେବେଳେ ରଣବୀର ସମସ୍ତଙ୍କ ଆଗରେ ଆଲିଆଙ୍କୁ ଆଲିଙ୍ଗନ କରିବା ସହ କିସ୍ କରିଦେଇଥିଲେ। ଏହାପରେ ତାଙ୍କ ପାଖରେ ବସିଥିବା ଏକ୍ସ-ଗର୍ଲଫ୍ରେଣ୍ଡ ଦୀପିକା ପାଦୁକୋନଙ୍କୁ ମଧ୍ୟ ଆଲିଙ୍ଗନ କରିଛନ୍ତି ରଣବୀର।