PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଭାରତରେ ଭୋଟ ଦେଇପାରିବେନି ଆଲିଆ, ଏହା ହେଉଛି କାରଣ…

ମୁମ୍ବାଇ,୧୩।୪: ଆଲିଆ ଭଟ୍ଟ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘କଳଙ୍କ’ର ପ୍ରମୋଶନରେ ଖୁବ୍ ବ୍ୟସ୍ତ ଅଛନ୍ତି। ପ୍ରମୋଶନ ବେଳେ ଆଲିଆା କହିଥିଲେ ସେ ଭୋଟ ଦେଇପାରିବେ ନାହିଁ। ଏକ ଟିଭିରେ ଇଣ୍ଟରଭ୍ୟୁ ଦେବା ସମୟରେ ଏହା କହିଥିଲେ ଆଲିଆ। ଏହି ସମୟରେ ଆଲିଆଙ୍କ ସହ ସୋନାକ୍ଷୀ ସିହ୍ନା, ବରୁଣ ଧବନ ଓ ଆଦିତ୍ୟ ରାୟ କପୁର ମଧ୍ୟ ଥିଲେ। ତାଙ୍କୁ ଯେତେବେଳେ ପଚରାଯାଇଥିଲା ​‌ସେ ଲୋକସଭା ନିର୍ବାଚନରେ ନିଜର ଭୋଟ ଦେବାକୁ ଯାଉଛନ୍ତି ? ଏହାର ଯବାବରେ ସମସ୍ତେ ହଁ କହିଥିଲେ, ସେମାନେ କହିଥିଲେ ଆମେ ଭୋଟ ଦେବୁ ଓ ଏହାର ଜରୁରୀ। ବରୁଣ କହିଥିଲେ ଆମେ ସମସ୍ତେ ଆମ ନିଜର ଦାୟିତ୍ବ ନିଶ୍ଚିତ ଭାବରେ ଗ୍ରହଣ କରିବୁ। କିନ୍ତୁ ଏହି ସମୟରେ ଆଲିଆ କହିଥିଲେ ସେ ଭୋଟ ଦେଇପାରିବେ ନାହିଁ।

ଏହାର କାରଣ ହେଉଛି ଆଲିଆଙ୍କ ପାଖରେ ଭାରତର ପାସପୋର୍ଟ ନାହିଁ। କାରଣ ତାଙ୍କ ପାଖରେ ବ୍ରିଟିସ୍ ପାସପୋର୍ଟ ରହିଛି। ଆଲିଆ ବ୍ରିଟିସ୍ ନାଗରିକ। ତାଙ୍କର ମା’ ସୋନି ରାଜଦାନଙ୍କ ପାଖରେ ମଧ୍ୟ ବ୍ରିଟିସ୍ ନାଗରିକତା ରହିଛି। ଆଲିଆଙ୍କ ପାଖରେ ଯେତେବେଳେ ଭାରତୀୟ ପାସପୋର୍ଟ ରହିବ ସେତେବେଳେ ସେ ଭୋଟ ଦେଇପାରିବେ।