ପୁଣି ଥରେ ରଣବୀରଙ୍କ ସହ ରୋମାନ୍ସ କରିବେ ଆଲିୟା

ମୁମ୍ବାଇ ୧୪/୦୮: କରନ୍‌ ଜୋହରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ତଖତ’କୁ ନେଇ ଦୀର୍ଘଦିନ ହେଲା ଚର୍ଚ୍ଚା ଚାଲିଛି । ସେଥିରେ ଆଲିୟା ଭଟ୍ଟ, କରୀନା କପୁର, ଭିକି କୌଶଲ, ରଣବୀର ସିଂହ, ଜାହ୍ନବୀ କପୁର ପ୍ରମୁଖ ବଲିଉଡ୍‌ର ଟ୍ୟାଲେଣ୍ଟଡ୍‌ କଳାକାରଙ୍କୁ ଦେଖିବାକୁ ମିଳିବ । ତେବେ ‘ତଖତ’ର ରିଲିଜ୍‌ ପୂର୍ବରୁ ଆଲିୟା ଭଟ୍ଟ ଏବଂ ରଣବୀର ସିଂହଙ୍କୁ କରନ୍‌ ଜୋହରଙ୍କ ଆଉ ଏକ ଫିଲ୍ମରେ ଦେଖିବାକୁ ମିଳିପାରେ।

ଏ ସଂପର୍କରେ ଧର୍ମା ପ୍ରଡକ୍ସନ୍‌ ସହ ଘନିଷ୍ଠ ଜଣେ ବ୍ୟକ୍ତି କହିଛନ୍ତି, ‘କରନ୍‌ ବେଶ୍‌ କିଛି ଦିନ ହେଲା ଏହି ପ୍ରୋଜେକ୍ଟ ଉପରେ କାମ କରୁଥିଲେ । ଏହା ଏକ ରୋମାଣ୍ଟିକ କମେଡି ହେବ । ସେ ଏହାର ନିର୍ଦ୍ଦେଶନାରେ ବି ରହିବେ । ନିକଟରେ ସେ ଏଥିନେଇ ଉଭୟ ରଣବୀର ଓ ଆଲିୟାଙ୍କ ସହ କଥା ହୋଇଛନ୍ତି ।

ଖୁବ୍‌ ଶୀଘ୍ର ଏ ନେଇ ଘୋଷଣା ହୋଇପାରେ ।’ ଯଦି ସବୁକିଛି ଠିକଠାକ୍‌ ରହେ ତା’ ହେଲେ ଦର୍ଶକେ ଏହା ମାଧ୍ୟମରେ ପୁଣି ଥରେ ଆଲିୟା-ରଣବୀର ସିଂହଙ୍କ ଯୋଡ଼ିକୁ ଦେଖିବାକୁ ପାଇବେ । ଏହାପୂର୍ବରୁ ସେମାନେ ‘ଗଲି ବୟ’ରେ ସ୍କ୍ରିନ୍‌ ସେୟାର କରିଥିଲେ ।