ଏହି ଦେଶରେ ଦେଖାଦେଇଛି ୧୨ରୁ ଅଧିକ ଏଲିୟନ୍, ଭୟଭିତ ହୋଇ ଘରୁ ବାହାରୁ ନାହାନ୍ତି ଲୋକେ

ଲକ୍ଷ୍ନୋ ୧୫।୪: ଉତ୍ତର ପ୍ରଦେଶର କାଶୀନଗର ଜିଲ୍ଲାରେ ଏକ ବିଚିତ୍ର ଜୀବ ଦେଖିବାକୁ ମିଳିଛି। ଏହି ଜୀବକୁ ଦେଖି ଲୋକମାନେ ଘରୁ ବାହାରିବା ବନ୍ଦ କରିଦେଇଛନ୍ତି। ବିଶେଷକରି ଏହି ଜୀବର ନାଲି ଆଖି ଦେଖି ଲୋକମାନେ ଅଧିକ ଡରି ଯାଇଛନ୍ତି।
ଅଜବ ପ୍ରକାର ଜୀବ କୁଶୀନଗରର ଖଡ୍ଡା ନଗର ପଞ୍ଚୟତ ଓ୍ବାର୍ଡ ନମ୍ବର ୨ ଲୋହିଆ ନଗରରେ ଦେଖିବାକୁ ମିଳିଛି। ଗାଁ ଭିତରେ ଜୀବଟି ଏପଟ ସେପଟ ଦୈାଦୈାଡ଼ି କରୁଥିବା ସମୟରେ ଲୋକମାନେ ଫଟୋ ଉଠାଇଛନ୍ତି। ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାକୁ ଲାଗିଛି।

ଫଟୋରେ ଏହି ଜୀବଟି ଡାଇନେସର ପ୍ରଜାତିର ଦେଖାଯାଉଛି। କିଛି ଜଣ ଏହାକୁ ଏଲିୟନ ବୋଲି କହୁଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ପ୍ରକାର ଜୀବକୁ ସେମାନେ ପୂର୍ବରୁ କେବେ ଦେଖିନାହାନ୍ତି। ଅନ୍ଧାର ରାତିରେ ଜୀବର ଆଖି ନାଲି ଦେଖାଯାଉଥିବାବେଳେ ବଡ଼ ଭୟଙ୍କର ଦେଖାଯାଉଛି।
ବନ ଅଧିକାରୀ ବିକେ ଯାଦବଙ୍କ କହିଛନ୍ତି, ଜୀବକୁ ଧରିବା ପାଇଁ ବିଭାଗ ପକ୍ଷରୁ ଚେଷ୍ଟା ଜାରୀ ରହିଛି। ମାତ୍ର ଅନ୍ଧାରରେ ଧରିବା କଷ୍ଟକର ହୋଇପଡ଼ୁଛି। ଜୀବ କେଉଁଠୁ ଆସିଲା ଓ ଏହା କେଉଁ ପ୍ରଜାତିର ଏସବୁକୁ ମଧ୍ୟ ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି।