ବୈଜ୍ଞାନିକଙ୍କ ମତ: ଆମକୁ ପୂର୍ବରୁ ଖୋଜି ସାରିଛନ୍ତି ଏଲିୟନ, ଚୁପ୍ ଚାପ୍ ରଖିଛନ୍ତି ନଜର

ନୂଆଦିଲ୍ଲୀ,୨୩।୩: ବ୍ରହ୍ମାଣ୍ଡରେ ଏଲିୟନଙ୍କ ସ୍ଥିତି ନେଇ ସବୁବେଳେ ଚର୍ଚ୍ଚାର ବିଷୟ ଲାଗି ରହିଛି। ବହୁବାର ଏଲିୟନ ଏବଂ ତାଙ୍କର ମହାକାଶଯାନକୁ ଦେଖିଥିବାର ବହୁ ଲୋକ କହିସାରିଛନ୍ତି। କିନ୍ତୁ ଏହାକୁ ମାତ୍ର ଏକ ଭ୍ରମ ବୋଲି କହି ଖଣ୍ଡନ କରିଦିଆଯାଉଛି। କିନ୍ତୁ ନିକଟରେ କିଛି ବୈଜ୍ଞାନିକ କହିଛନ୍ତି ଏଲିୟନମାନେ କେବଳ ଆମକୁ ପ୍ରଥମେ ଖୋଜିବାରେ ସଫଳ ହୋଇଛନ୍ତି ତାହା ନୁହେଁ ବଂର ଆମ ଉପରେ ନଜର ରଖିଛନ୍ତି। ଚିଡିଆଖାନାରେ ଥିବା କୌଣସି ଯନ୍ତୁଙ୍କ ଉପରେ ଯେପରି ମଣିଷର ନଜର ରହିଥାଏ ଠିକ୍ ସେଭଳି ନଜର ସେମାନେ ରଖିଛନ୍ତି।

source: https://www.express.co.uk/

ଚଳିତ ସପ୍ତାହରେ ପ୍ୟାରିସରେ ଆୟୋଜିତ ହୋଇଥିବା ଏମଇଟିଆଇ ଇଣ୍ଟରନ୍ୟାସନାଲ ମିଟିଂରେ ସାରା ବିଶ୍ବର ବହୁ ବୈଜ୍ଞାନିକ ଯୋଗ ଦେଇ ଏଲିୟନଙ୍କ ସ୍ଥିତି ସମ୍ପର୍କରେ ଏହି ମନ୍ତବ୍ୟ ଦେଇଛନ୍ତି। ଗତ କିଛି ବର୍ଷ ହେବ ଚର୍ଚ୍ଚା ହେଉଛି ଯେ ଅନୁସନ୍ଧାନ ଓ ପୃଥିବୀର ବାହାର ଜୀବନ ଥିବାର ସବୁ ପ୍ରକାର ପ୍ରମାଣ ମିଳିବା ପରେ ମଧ୍ୟ ଆମେ ଏଲିୟନ ସହ ଯୋଗାଯୋଗ କରିବାରେ କାହିଁକି ସଫଳ ହୋଇପାରିନାହୁଁ। କିଛି ବୈଜ୍ଞାନିକଙ୍କ କହିବା ଅନୁସା​‌ରେ ଏଲିୟନମାନେ ଖୁବ୍ ଚତୁର। ସେମାନେ ଜାଣିଶୁଣି ନିଜକୁ ମଣିଷ ଠାରୁ ଦୂରେଇ ରଖିବାକୁ ଚାହାଁନ୍ତି। କାରଣ ତାଙ୍କୁ ଲାଗେ ଯେ ସେମାନଙ୍କ ସତ୍ୟତା ଜାଣିବା ପରେ  ତାଙ୍କ ଜୀବନରେ ମଣିଷମାନଙ୍କ ହସ୍ତକ୍ଷେପ ବଢିଯିବ।

source: https://www.express.co.uk/

ଏମଇଟିଆଇ ଇଣ୍ଟରନ୍ୟାସନାଲ ମିଟିଂରେ ପୂର୍ବରୁ କିଛି ବୈଜ୍ଞାନିକଙ୍କ କହିବା ଅନୁସାରେ ଏଲିୟନମାନେ ଆମକୁ  ବହୁ ପୂର୍ବରୁ ଖୋଜି ବାହାର କରିସାରିଛନ୍ତି। ସେମାନେ ମଣିଷର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିଛନ୍ତି। କାରଣ ସେମାନେ ପୃଥିବୀର ସଂସ୍କୃତିରେ କୌଣସି ପ୍ରକାର ପରିବର୍ତ୍ତନ କରିବାକୁ ଚାହୁଁନାହାନ୍ତି। ଫୋର୍ବସର ସୂଚନା ଅନୁସାରେ ବିଭିନ୍ନ ବିଷୟକୁ ନେଇ ବୈଜ୍ଞାନିକମାନେ ପ୍ୟାରିସରେ ପ୍ରତି ୨ ବର୍ଷରେ ଥରେ ହେଉଥିବା ଏମଇଟିଆଇ(ମେସେଜିଙ୍ଗ ଏକ୍ସଟ୍ରା ଟେରିଷ୍ଟ୍ରିୟଲ ଇଣ୍ଟେଲିଜେନ୍ସ) ମିଟିଂରେ ଗତ ୬୯ ବର୍ଷ ହେବ ଏକାଠି ହେଉଛନ୍ତି। ଯାହା ୧୯୫୦ରୁ ଆରମ୍ଭ ହୋଇଛି।

source: https://www.express.co.uk/

ବହୁ ଲୋକଙ୍କର କହିବା ଅନୁସାରେ ବ୍ରହ୍ମାଣ୍ଡରେ ଆମର ଗତିବିଧି ଉପରେ କେହି ଜଣେ ନଜର ରଖିଛି। ସେମାନେ ଏହାର ଆଭାସ ମଣିଷଙ୍କୁ ହେବାକୁ ଦେଇନଥାନ୍ତି। ଫୋର୍ବସର ସୂଚନା ଅନୁସାରେ ଏଭଳି ଆଭାସ ହେଉଛି ଏଲିୟନମାନେ ନିଜକୁ ମଣିଷ ଠାରୁ ଜାଣିଶୁଣି ଅଲଗା ରଖିବାକୁ ଚେଷ୍ଟା କରୁଛନ୍ତି। କାରଣ ସେମାନେ ଭାବୁଛନ୍ତି ତାଙ୍କ ବିଷୟରେ ଜାଣିବା ମଣିଷଙ୍କ ପାଇଁ ବିପଦ ଜନକ ହୋଇପାରେ। ବୈଜ୍ଞାନିକଙ୍କ କହିବା ଅନୁସାରେ ଏଲିୟନଙ୍କ ବିଷୟରେ ଜାଣିବା ପାଇଁ ଆମକୁ ଆହୁରି ଉନ୍ନତ ହେବାକୁ ପଡିବ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now