ବାବ୍ରି ମସଜିଦ୍ ଭଙ୍ଗା ମାମଲା: ଆଡଭାନୀ, ଯୋଶୀ ଓ ଉମାଭାରତୀଙ୍କ ସହ ସମସ୍ତ ୩୨ ଅଭିଯୁକ୍ତ ଦୋଷ ମୁକ୍ତ

ନୂଆଦିଲ୍ଲୀ,୩୦।୯: ବହୁ ଚର୍ଚ୍ଚିତ ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ବୁଧବାର ଆସିଛି ଗୁରୁତ୍ବପୂର୍ଣ୍ଣ ରାୟ। ୬ ଡିସେମ୍ବର ୧୯୯୨ରେ ଅଯୋଧ୍ୟାରେ ବାବ୍ରି ମସଜିଦ୍ ଭଙ୍ଗା ମାମଲାରେ ଲକ୍ଷ୍ନୌର ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ନିଜର ରାୟ ପ୍ରକାଶ କରିବା ସହ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ଶୁଣାଣି ବେଳେ କୋର୍ଟ କହିଛନ୍ତି, ଘଟଣା ଯୋଜନାବନ୍ଧ ନଥିଲା।  ସଂଗଠନ ଦ୍ବାରା ବହୁବାର ରୋକିବାର ଚେଷ୍ଟା କରାଯାଇଥିଲା। ଏହି ଘଟଣା ଅତର୍କିତ ଭାବରେ ହୋଇଥିଲା।

ପ୍ରାୟ ୨୮ ବର୍ଷ ପୁରୁଣା ଏହି ମାମଲାରେ ଦେଶର ପୂର୍ବତନ ଉପ-ପ୍ରଦାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉମା ଭାରତୀଙ୍କ ଭଳି ବହୁ ବଡ ନେତା ଅଭିଯୁକ୍ତ ଥିଲେ। ଆଜି ସ୍ବତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଛନ୍ତି। ମାମଲାର ଶୁଣାଣି କରି ବିପଚାରପତି ଏସକେ ଯାଦବ କହିଛନ୍ତି, ସିବିଆଇ ପ୍ରମାଣ ଯୋଗଡ କରିପାରେ ବିଫଳ ହୋଇଛି।  ଉପଯୁକ୍ତ ସାକ୍ଷୀ-ପ୍ରମାଣ ନଥିବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରାଯାଉଛି। ମାମଲାର ଶୁଣାଣି ବେଳେ  ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ଉମା ଭାରତୀ, ମହନ୍ତ ନୃତ୍ୟଗୋପାଳ ଦାସ ଓ ସତୀଶ ପ୍ରଧାନ କୋର୍ଟରେ ହାଜର ନଥିଲେ ମଧ୍ୟ ଭିଡିଓ କନଫରେନ୍ସି ଯୋଗେ ଉପସ୍ଥିତ ଥିଲେ।

ବାବ୍ରି ମାମଲାର ଅନ୍ୟ ୨୬ ଜଣ ଅଭିଯୁକ୍ତ- ବିନୟ କଟିୟାରା, ସାକ୍ଷୀ ମହାରାଜ, ସାଧବୀ ଋତଭରା, ଚମ୍ପତ୍ତ ରାୟ, ରାମବିଳାଶ ଭେଦାନ୍ତି, ସତୀଶ ପ୍ରଧାନ, ଧର୍ମଦାସ, ପବନ ପାଣ୍ଡେ, ବୃଜଭୂଷଣ ସିଂ, ଜୟଭଗବାନ ଗୋୟଲ, ଓମପ୍ରକାଶ ପାଣ୍ଡେ, ରାମଚନ୍ଦ୍ର ଖତ୍ରୀ ସୁଧୀର କକ୍କଡ, ଅମରନାଥ ଗୋୟଲ, ସନ୍ତୋଷ ଦୁବେ, ଲଲ୍ଲୁ ସିଂ, କମଳେଶ ତ୍ରିପାଠୀ, ବିଜୟ ବାହାଦୁର ସିଂ, ଆଶ୍ଚର୍ଯ୍ୟ ଧର୍ମେନ୍ଦ୍ର, ପ୍ରକାଶ ଶର୍ମା, ଜୟଭାନ୍ ପଭେୟା, ଧର୍ମେନ୍ଦ୍ର ସିଂ, ଆରଏନ ଶ୍ରୀବାସ୍ତବ, ନବୀନ ଶୁକ୍ଲା ଓ ଗାନ୍ଧୀ ଯାଦବକୋର୍ଟ ରୁମରେ ଶୁଣାଣି ବେଳେ ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ ଯେ, ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ ମନ୍ଦିର ନିର୍ମାଣ କରିବା ପାଇଁ ରଥଯାତ୍ରା କରିଥିଲେ। ଏହାପରେ କରସେବକମାନେ ମସଜିଦ ଭାଙ୍ଗିଥିବା ଅଭିଯୋଗ ରହିଛି। ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ମୋଟ ୪୯ ଅଭିଯୁକ୍ତ ଥିଲେ। ଏଥିମଧ୍ୟରୁ ୧୭ ଜଣ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଛି। ତାଙ୍କର ମୃତ୍ୟୁ ପରେ ମାମଲା ମଧ୍ୟ ବନ୍ଦ ହୋଇଯାଇଥିଲା। ୨୮ ବର୍ଷ ଧରି ଚାଲିଥିବା ଏହି ମାମଲାରେ ୩୫୧ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିବା ବେଳେ ୬୦୦ଟି  ଦସ୍ତାବିଜ କୋର୍ଟଙ୍କୁ ପ୍ରଦାନ କରାଯାଇଥିଲା । ଆଜି ଏହି ମାମଲାରେ ୩୨ ଜଣ ଅଭିଯୁକ୍ତଙ୍କ ଉପରେ ସିବିଆଇର ସ୍ୱତନ୍ତ୍ର କୋର୍ଟ ରାୟ ଦେଇଛନ୍ତି। ୬ ଡିସେମ୍ବର ୧୯୯୨ରେ ଷୋଡଶ ଶତାବ୍ଦୀର ବାବ୍ରି ମସଜିଦକୁ ହିନ୍ଦୁମାନେ ଭାଙ୍ଗି ଥିବାର ଅଭିଯୋଗ ହୋଇଥିଲା। ଏହି ମସଜିଦ୍ ପ୍ରଭୁ ରାମଙ୍କ ଜନ୍ମସ୍ଥାନ, ରାମ ମନ୍ଦିର ଉପରେ ଏହି ମସଜିଦ୍ ତିଆରି ହୋଇଛି ବୋଲି ହିନ୍ଦୁ କର୍ମୀମାନେ ଦାବି  କରି ବିବାଦୀୟ ଢାଞ୍ଚାକୁ ଭାଙ୍ଗି ଦେଇଥିଲେ। ଦୀର୍ଘ ବର୍ଷ ଧରି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ଏପ୍ରିଲ ୨୦୧୭ରେ ସୁପ୍ରିମକୋର୍ଟ ଏହି  ମାମଲାର ଶୁଣାଣି ୨ ବର୍ଷ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।    

   ସମ୍ବନ୍ଧିତ ଖବର


ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’