ଭୁବନେଶ୍ୱରର ସବୁ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଭୁବନେଶ୍ୱର ୨୧/୧୧: ଭୁବନେଶ୍ୱରର ସମସ୍ତ ଆହାର କେନ୍ଦ୍ରକୁ ଆଇଏସ୍‌ଓ ସ୍ୱୀକୃତି ମିଳିଛି । ଲୋକଙ୍କୁ ଗୁଣବତ୍ତା ସମ୍ପନ୍ନ ଖାଦ୍ୟ ପ୍ରଦାନ କରୁଥିବାରୁ ଓ ଏହାର ମାନ ବଜାୟ ରଖି ଆସିଥିବାରୁ ଆଇଏସ୍‌ଓ ମାନ୍ୟତା ଦିଆଯାଇଛି । ସମସ୍ତ କେନ୍ଦ୍ରକୁ ଆଇଏସ୍‌ଓ ୯୦୦୧:୨୦୧୫ ସାର୍ଟିଫିକେସନ୍‌ ଦିଆଯାଇଛି ।

ଭୁବନେଶ୍ୱରର ଏମ୍‌ସ ହସ୍ପିଟାଲ ପାଖରେ ଦୁଇଟି, ସମ୍‌ ହସ୍ପିଟାଲ ପାଖରେ ଗୋଟିଏ, କ୍ୟାପିଟାଲ ହସ୍ପିଟାଲ ପାଖ, କଳିଙ୍ଗ ହସ୍ପିଟାଲ ପାଖ, ଅଶୋକ ନଗର (ମାର୍କେଟ୍‌ ବିଲ୍ଡଂ ପଛ ପାଖ), ମାଷ୍ଟରକ୍ୟାଣ୍ଟିନ ସିଟି ବସ୍‌, ନୂଆପଲ୍ଲୀ ଦୁର୍ଗାମଣ୍ଡପ, ବରମୁଣ୍ଡା ବସ୍‌ଷ୍ଟାଣ୍ଡ, କଳ୍ପନା ଛକ ଓ ରସୁଲଗଡ଼କୁ ମିଶାଇ ସହରରେ ମୋଟ ୧୧ଟି ଆହାର କେନ୍ଦ୍ର ରହିଛି । ଏହି ଆହାର କେନ୍ଦ୍ର ମାଧ୍ୟମରେ ଦୈନିକ ୯ ହଜାର ଲୋକଙ୍କୁ ୫ଟଙ୍କିଆ ମିଲ୍‌ ଯୋଗାଇ ଦିଆଯାଉଛି । ୩ଟି ହସ୍ପିଟାଲ ପାଖରେ ରାତି ବେଳା ବି ଆହାର ଦିଆଯାଉଛି ।

ଆହାର କେନ୍ଦ୍ରରେ ମିଳୁଥିବା ଖାଦ୍ୟର ଗୁଣବତ୍ତା ଓ ମାନକୁ ବିଚାର କରି ଏହି ଆଇଏସ୍‌ଓ ମାନ୍ୟତା ମିଳିଛି । ଆସନ୍ତା ୩ ବର୍ଷ ପାଇଁ ଏହି ମାନ୍ୟତା ମିଳିଛି । ୨୦୨୨ ପରେ ପୁଣି ଥରେ ଏଥିପାଇଁ ଆବେଦନ କରାଯିବ ବୋଲି ଆହାର କେନ୍ଦ୍ରର ନୋଡାଲ ଅଫିସର ସଂଘମିତ୍ରା ବେହେରା କହିଛନ୍ତି ।

   ସମ୍ବନ୍ଧିତ ଖବର


ଭଙ୍ଗାହେଲା ଏମଏଲଏ କ୍ୱାର୍ଟର୍ସ, ନିର୍ମାଣ ହେବ ଅତ୍ୟାଧୂନିକ ସୁବିଧା ସୁଯୋଗ ଥିବା ବହୁତଳ କୋଠା

ଆସନ୍ତାକାଲି ଠାରୁ ଆଧୁନିକୀକରଣ କାର୍ଯ୍ୟ ପାଇଁ ରାଉରକେଲା-ଝାରସୁଗୁଡ଼ା ରୁଟ୍‌ରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଖୁବ୍‌ଶୀଘ୍ର ପୁରୁଣା ଏଜି କଲୋନିରେ ହେବ ୧୪ ମହଲା ବିଶିଷ୍ଟ ସରକାରୀ କ୍ବାର୍ଟର୍ସ

ଦେଢ଼ କୋଟି ନେଇ ଗଲେ କିନ୍ତୁ ଫ୍ଲାଟ୍ ଦେଲେ ନାହିଁ, ଠକ ଦମ୍ପତିଙ୍କୁ ଗିରଫ କଲା ଇଓଡବ୍ଳ୍ୟୁ