ଆଜିଠୁ ଟ୍ୱିନ ସିଟିର ସମସ୍ତ କୋଚିଂ ସେଣ୍ଟର୍‌, ଟ୍ୟୁସନ୍‌ ବନ୍ଦ

ଭୁବନେଶ୍ୱର ୧୫/୩: ରବିବାରଠାରୁ କଟକ-ଭୁବନେଶ୍ୱର ଟୁଇନ୍‌ ସିଟିରେ ସମସ୍ତ କୋଚିଂ ସେଣ୍ଟର୍‌ ଓ ଟ୍ୟୁସନ୍‌ ସେଣ୍ଟର, ଡ୍ୟାନ୍ସ କ୍ଲାସ୍ ବନ୍ଦ ରହିବ । ରାଜ୍ୟ ସରକାର କରୋନା ସତର୍କତା ପାଇଁ କରିଥିବା ଘୋଷଣାକୁ ଭିତ୍ତି କରି ଏଭଳି ପଦକ୍ଷେପ ନେଇଥିବା ପୁଲିସ୍‌ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ଡ. ଷଡଙ୍ଗୀ ଟୁଇଟ୍‌ କରି ପରାମର୍ଶ ଦେଇଛନ୍ତି ଯେ, ଅଭିଭାବକମାନେ ତାଙ୍କର ପିଲାମାନଙ୍କୁ ଟ୍ୟୁସନ୍‌ କିମ୍ବା କୋଚିଂ ସେଣ୍ଟର ନ ପଠାନ୍ତୁ ।

ଏପରିକି ଆଜିଠୁ ଯେଭଳି କମିଶନରେଟ୍‌ ପୁଲିସ୍‌ ଅଞ୍ଚଳରେ କୋଚିଂ ସେଣ୍ଟର୍‌ କିମ୍ବା ଟ୍ୟୁସନ୍‌ ସେଣ୍ଟରଗୁଡିକ ଖୋଲା ନ ରହିବ, ସେ ବାବଦରେ ପୁଲିସ୍‌ ଅଧିକାରୀମାନେ ନିଜ ନିଜ ଅଞ୍ଚଳରୁ ସୂଚନା ଦେବେ ବୋଲି ସିପି ଡ. ଷଡଙ୍ଗୀ କହିଛନ୍ତି ।

   ସମ୍ବନ୍ଧିତ ଖବର


ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା: ଆସନ୍ତା ୨-୩ ବଢ଼ିବ ଥଣ୍ଡା

ପାଠକ ବାପ-ପୁଅଙ୍କ ନୂଆ ଠିକଣା ଝାରପଡ଼ା ଜେଲ, ଗିରଫ ପରେ ଚାକିରିରୁ ନିଲମ୍ବନ କଲେ ରାଜ୍ୟ ସରକାର

ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କଲେ ଅନୁରୋଧ

ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାର ତାଲିକା ଘୋଷଣା କଲା ଓଡ଼ିଶା ଲଳିତ କଳା ଏକାଡେମୀ

ଗିରଫ ହେଲେ କୁବେର ଆଇଏଫ୍‌ଏସ୍‌ ଅଭୟକାନ୍ତ ଓ ତାଙ୍କ ପୁଅ, ଭିଜିଲାନ୍ସ ଜବତ କରିଥିଲା ପୁଳା ପୁଳା ବେହିସାବ ଟଙ୍କା ଓ ଠକେଇର ଦଲିଲ