PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କନ୍ଧମାଳ- ଗୋଚ୍ଛାପଡା ପୁଲିସ ଦ୍ବାରା ୧୦୭ କିଲୋ ଗଞ୍ଜେଇ ଜବତ । ଜାମସେଦପୁର ଅଞ୍ଚଳର ଦୁଇ ଗିରଫ ।
  • ||
  • ଗଞ୍ଜାମ- କୁକୁଡାଖଣ୍ଡି ବ୍ଲକ କାଳୁଆ ଛକରେ ୭ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ଅବକାରୀ।
  • ||
  • ଭୁବନେଶ୍ଵର : ବିଭିନ୍ନ ରାଜ୍ୟରେ ଡାକ୍ତରମାନଙ୍କୁ ଆକ୍ରମଣ, ଆସନ୍ତା ୧୮ ତାରିଖକୁ ଜାତୀୟ ପ୍ରତିବାଦ ଦିବସ ଭାବେ ପାଳିବ ଭାରତୀୟ ଚିକିତ୍ସକ ସଂଘ
  • ||
  • ବଲାଙ୍ଗୀର : ସଦର ଏସଡିପିଓଙ୍କ ପ୍ରେସମିଟ, ୨୨ ବାଇକ, ୨ ପିକଅପ ଜବତ, ୭ ଗିରଫ
  • ||
  • ମାଲକାନାଗିରି : ମାଲକାନଗିରି-ଆନ୍ଧ୍ର ସୀମାରେ ନକ୍ସଲ ଓ ପୋଲିସ ମୁହାଁମୁହିଁ, ଏନକାଣ୍ଟରରେ ୬ ହାଡକୋର ମାଓବାଦୀ ନିହତ
  • ||
  • ପାରାଦୀପ : ଜିଏସଟି ଫାଙ୍କୁଥିବା ଅଭିଯୋଗରେ ସ୍କାର୍ପ ବୋଝେଇ ଟ୍ରକ ଅଟକ, ବାଣିଜ୍ୟ କର ବିଭାଗ ଦ୍ଵାରା ଅଟକ
  • ||
  • ଅନୁଗୁଳ : ରେଙ୍ଗାଲି ବିରାଜ ଷ୍ଟିଲ ସାମ୍ନାରେ ଟ୍ରକ୍ ସହ ଧକ୍କା ହୋଇ କାର୍ ଚୂରମାର, ଘଟଣାସ୍ଥଳରେ ଜଣେ ମ୍ରୁତ, ଜଣେ ଗୁରୁତର
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଉତ୍ତରାମୁଖୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ, ଛୁରୀ ମାଡ଼ରେ ଜଣେ ମୃତ ଓ ଦୁଇଜଣ ଆହତ, ସମସ୍ତେ ଏମକେସିଜିରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ଆଉ ଅଳ୍ପ ଦିନ ମଧ୍ୟରେ ସଂକ୍ରମଣ ସମ୍ପୂର୍ଣ୍ଣ କମିଯିବ, ‘ଅନଲକ୍’ ହେଲେବି ଲୋକଙ୍କୁ ନିୟମ କଡାକଡି ପାଳନ କରିବାକୁ ପଡିବ- ଡିଏମଇଟି
  • ||
  • ବାଲିପାଟଣା : ଧାନ ବ୍ୟବସାୟୀଙ୍କୁ ବୋମା ମାଡ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଢେଙ୍କାନାଳ : ବିବାହ କରିବାକୁ ମନା କରିଦେଲେ ପ୍ରେମିକା, ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କଲା ବିଫଳ ପ୍ରେମିକ
  • ||
  • ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନା କୁଲାବେଡା ଜଙ୍ଗଲରେ ମାଓବାଦୀ-ଯବାନଙ୍କ ମଧ୍ୟରେ ଗୁଳି ବିନିମୟ
  • ||
  • ଭୁବନେଶ୍ୱର : ଓଡ଼ିଶାରୁ ଆଉ ୪୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୪୩୨କୁ ବୃଦ୍ଧି
  • ||
  • ଚୌଦ୍ଵାର: ଟ୍ରଲରକୁ ପିଟିଲା ପିକଅପ୍ ଭ୍ୟାନ୍, ୨ ମୃତ ଜଣେ ଗୁରୁତର
  • ||
  • କରଞ୍ଜିଆ : ସୋଲାର ଚୋରଙ୍କୁ ଧରିଲା ପୋଲିସ, ଖତ ଗଡ଼ିଆରେ ପୋତି ଲୁଚାଇ ରଖିଥିଲେ ସୋଲାର ପ୍ୟାନେଲ ଓ ବ୍ୟାଟେରୀ
  • ||
  • ଭୁବନେଶ୍ୱର : ରାଜ୍ୟରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏଣିକି ବିଭାଗ ସହ ମିଶି କାମ କରିବ ନିର୍ଦ୍ଦେଶାଳୟ : ସିଙ୍ଗଲ ୱିଣ୍ଡୋରେ ହେବ ଫାଇଲ କାମ

ଭୁବନେଶ୍ୱର ୨୨/୮: ‘ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଛୁ, ତାକୁ କାର୍ଯ୍ୟକାରୀ କରିବୁ ।’ ଏ କଥାକୁ ବାରମ୍ବାର ମୁଖ୍ୟମନ୍ତ୍ରୀ ଦୋହରାଉଥିଲା ବେଳେ ସରକାର ଏ ନେଇ ଗୋଟିଏ ପରେ ଗୋଟିଏ ପଦକ୍ଷେପ ମଧ୍ୟ ନେଉଛନ୍ତି । ରାଜ୍ୟର ଶାସନ ଓ ପ୍ରଶାସନିକ ବ୍ୟବସ୍ଥାରେ ସରକାର ସଂସ୍କାର ଆଣିବାକୁ ଯେ ଚାହୁଁଛନ୍ତି ତାହା ଅନୁମାନ କରାଯାଉଛି । ଏଣିକି ପ୍ରଶାସନିକ ବିଭାଗ ଅଧୀନରେ ସମସ୍ତ ସରକାରୀ ନିର୍ଦ୍ଦେଶାଳୟ କାମ କରିବ । ସିଙ୍ଗଲ ୱିଣ୍ଡୋରେ ଫାଇଲ କାମ ହେବ । ଏହାଦ୍ୱାରା ସରକାରୀ ନିଷ୍ପତ୍ତି ତ୍ୱରିତ ହେବା ସହ ଲୋକମାନେ ଶୀଘ୍ର ସେବା ପାଇପାରିବେ । ଏ ନୂଆ ବ୍ୟବସ୍ଥା ପ୍ରଶାସନକି ଢାଞ୍ଚାରେ ବଡ଼ ସଂସ୍କାର ଆଣିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ପୂରାକୁ ପୂରା ‘ଆକ୍ସନ ମୁଡ’ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି ।

କ୍ରମାଗତ ୫ମ ପାଳିରେ ରାଜ୍ୟର ଶାସନ ଡୋରି ଧରିବା ପରେ ନବୀନ ପ୍ରଥମ ଦିନରୁ ମନ୍ତ୍ରୀ ପରିଷଦର ବୈଠକରେ ସ୍ପଷ୍ଟ କରିଥିଲେ, ଓଡ଼ିଶାବାସୀ ଆମକୁ ଆଶୀର୍ବାଦ କରିଛନ୍ତି । ପୁଣି ସେବା କରିବାକୁ ସୁଯୋଗ ଦେଇଛନ୍ତି । ଆସନ୍ତୁ, ଆମେ ସମସ୍ତେ ସମୟର ପରିବର୍ତ୍ତନରେ ସାମିଲ ହେବା । ଏକ ସଶକ୍ତ ଓ ନୂଆ ଓଡ଼ିଶା ଗଠନ କରିବା । ଏ ଆହ୍ୱାନ ଦେବା ପରେ ମୁଖ୍ୟମନ୍ତ୍ରୀ ଗୋଟିଏ ପରେ ଗୋଟିଏ ନୂଆ ନିଷ୍ପତ୍ତି ନେଉଛନ୍ତି ।

ପ୍ରଶାସନିକ ବିଭାଗ ସହ ନିର୍ଦ୍ଦେଶାଳୟଗୁଡ଼ିକର ମିଶ୍ରଣ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଜାରି କରଛି । ନିଷ୍ପତ୍ତି ହୋଇଛି ଏଣିକି ଗୋଟିଏ ଛାତ ତଳେ ଉଭୟ ପ୍ରଶାସନିକ ବିଭାଗ ଓ ନିର୍ଦ୍ଦେଶାଳୟ କାମ କରିବ । ଓସ୍ୱାସରେ ସିଙ୍ଗଲ ଫାଇଲ ବ୍ୟବସ୍ଥା ରହିବ । ନିର୍ଦ୍ଦେଶାଳୟରୁ ଆସୁଥିବା ସମସ୍ତ ପ୍ରସ୍ତାବ ଏଣିକି ବିଭାଗ ଦ୍ୱାରା ଅନୁଧ୍ୟାନ କରିବା ଆବଶ୍ୟକତା ରହିବନି । ଦୁଇ ଅଫିସର କର୍ମଚାରୀମାନଙ୍କୁ କାମର ଚାପ ଅନୁସାରେ ଦାୟିତ୍ୱ ବଣ୍ଟନ କରାଯିବ । ମାତ୍ର ସମୟ ଅପଚୟକୁ ଆଦୌ ବରଦାସ୍ତ କରାଯିବନି ।

ବଳକା କର୍ମଚାରୀଙ୍କୁ ଅନ୍ୟତ୍ର ବିନିଯୋଗ କରାଯିବ । କର୍ମଚାରୀଙ୍କର କ୍ୟାଡରରେ ପରିବର୍ତ୍ତନ ହେବନାହିଁ । କ୍ୟାଡର ଅନୁସାରେ କର୍ମଚାରୀଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ମିଳିବ । ତେବେ ଅର୍ଥ ବିଭାଗର ଗାଇଡଲାଇନ ଅନୁସାରେ ତଳିଆ ପଦବିକୁ ଉଚ୍ଛେଦ କରାଯିବ । ଉଲ୍ଲେଖଯୋଗ୍ୟ, ମୁଖ୍ୟ ଶାସନ ସଚିବ ଭାବେ ଅସିତ ତ୍ରିପାଠୀ ଦାୟିତ୍ୱ ନେବା ବେଳେ ସ୍ପଷ୍ଟ କରିଥିଲେ, ଏଣିକି ଫାଇଲ ‘ରକେଟ୍‌ ବେଗ’ରେ ଯିବ । ନୂଆ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ନେବାର ଦୁଇଦିନ ମଧ୍ୟରେ ସରକାର ଏ ନିଷ୍ପତ୍ତି ନେଇଛନ୍ତି ।
ନବୀନ ୫ମ ପାଳି ଆରମ୍ଭ କରିବାର ଦୁଇ ମାସ ପରେ ପୁଲିସ ମୁଖିଆ ଓ ପ୍ରଶାସନିକ ମୁଖିଆ ପଦବିରେ ନୂଆ ନିଯୁକ୍ତି ଦେଇଛନ୍ତି । ଆଇଏଏସ ଓ ଆଇପିଏସସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ରାଜ୍ୟରେ ବିକାଶର ଗତିଶୀଳତାକୁ ଆଗକୁ ନେବାକୁ ନୂଆ ଟିମ୍‌ ‘୫ ଟି’ ଦଳଗତ କାର୍ଯ୍ୟ, ସ୍ୱଚ୍ଛତା, ବୈଷୟିକ ଜ୍ଞାନ, ପରିବର୍ତ୍ତନ ଓ ସମୟ (ଟିମ୍‌ ୱାର୍କ, ଟ୍ରାନସ୍‌ପରେନ୍ସି, ଟେକ୍‌ନୋଲୋଜି, ଟ୍ରାନସଫରମେସନ, ଟାଇମ୍‌) ଅନୁସାରେ କାମ କରିବାକୁ ନବୀନ ଗୁରୁତ୍ୱ ଦେଇଆସୁଛନ୍ତି । ଅଫିସରମାନଙ୍କୁ ନବୀନ କହିଛନ୍ତି, ଆପଣମାନଙ୍କର କାମର ମୂଲ୍ୟାଙ୍କନ ରିପୋର୍ଟ ମୁଁ ଲେଖୁଛି ।

ମୁଁ କ’ଣ କାମ କରୁଛି, ଜନତା ତା’ର ରିପୋର୍ଟ ଲେଖୁଛନ୍ତି । ମୁଁ ଚାହେଁ, ଉଭୟକୁ ଯୋଡ଼ିବାକୁ । ଆମ ସମସ୍ତଙ୍କୁ ଲୋକଙ୍କ ନିକଟରେ ଉତ୍ତରଦାୟୀ ହେବାକୁ ପଡ଼ିବ । ଏଥିପାଇଁ ସରକାରଙ୍କର ସବୁ ବିଭାଗ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣି ଏକ ସମୃଦ୍ଧ ରାଜ୍ୟ ଗଢ଼ିବାକୁ ନିଷ୍ଠାର ସହ କାମ କରିବାକୁ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କୁ ଆହ୍ୱାନ ଦେଇଛନ୍ତି । ଜିଲ୍ଲାର ଏସପି ଓ ଭାରତୀୟ ବନ ସେବା (ଆଇଏଫଏସ୍‌)ର ଅଫିସରମାନେ ଏଣିକି ବାର୍ଷିକ କାର୍ଯ୍ୟ ପ୍ରଦର୍ଶନ ମୂଲ୍ୟାଙ୍କନ ରିପୋର୍ଟ (ଆନୁଆଲ ପର୍ଫମାନସ ଆପ୍ରିଜାଲ ରିପୋର୍ଟ) ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ । ଏହି ରିପୋର୍ଟର ମୂଲ୍ୟାୟନ ବେଳେ ୫ ‘ଟି’ର ଉତ୍ତମ ପ୍ରଦର୍ଶନ ପାଇଁ ୨୦% ୱେଟେଜ୍‌ ମଧ୍ୟ ରଖାଯାଇଛି । ଏହାପଛରେ ମୁଖ୍ୟମନ୍ତ୍ରୀଙ୍କର ମୂଳ ଉଦ୍ଦେଶ୍ୟ ପ୍ରଶାସନିକ ସଂସ୍କାର ବୋଲି ପାୱାର କରିଡରରେ ଚର୍ଚ୍ଚା ।

ବିଧାୟକମାନଙ୍କୁ ନବୀନ ସ୍ପଷ୍ଟ ଭାବେ କହିଛନ୍ତି, କ୍ଷମତା ନିଶାରେ ଅହଂକାର ଛାଡ଼ । ନମ୍ର ଓ ସରଳ ହେବା ସହ ଦଳୀୟ ବାଛ ବିଚାରରୁ ଉଧ୍ୱର୍କୁ ଯାଇ ଲୋକଙ୍କ ପାଇଁ କାମ କର । ଦଳର ଇସ୍ତାହାରକୁ ନୀତିଗତ ଭାବେ ନୂଆ ସରକାର ସରକାରଙ୍କ କାର୍ଯ୍ୟକ୍ରମ ବୋଲି ଗ୍ରହଣ କରଛି । ଏହିକ୍ରମରେ ମନ୍ତ୍ରୀମାନେ କେତେ ନିଷ୍ଠା ଓ ଦକ୍ଷତାର ସହ ନିଜ କାମ ତୁଲାଉଛନ୍ତି ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ମାଗୁଛନ୍ତି । ମନ୍ତ୍ରୀମାନେ ପ୍ରତି ମାସର ୭ ରେ ମାସକର କାର୍ଯ୍ୟ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରୁଛନ୍ତି । ଏହାକୁ ନିଜେ ନବୀନ ଅନୁଧ୍ୟାନ କରିବାକୁ କହି ମନ୍ତ୍ରୀମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲାଇଛନ୍ତି । ଏହାର ଉଦ୍ଦେଶ୍ୟ ବିକାଶର ଗତିଶୀଳତା କେତେ ତ୍ୱରିତ ହେବ । ମନ୍ତ୍ରୀମାନେ ଅଧିକ ଗସ୍ତ କରିବା ସହ ସରକାରୀ ଅଫିସ ଅଚାନକ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଦଳୀୟ ସାଂସଦମାନେ ମଧ୍ୟ ପ୍ରତି ଦୁଇ ମାସରେ ରିପୋର୍ଟ କାର୍ଡ ଦେବାକୁ ନବୀନ ପରାମର୍ଶ ଦେଇଛନ୍ତି ।

ଦୁର୍ନୀତି ବିରୋଧରେ ନବୀନ ଖଣ୍ଡା ବୁଲାଇ ଅଫିସରଙ୍କୁ ବରଖାସ୍ତ କଲେଣି । ଏପଟେ ଲୋକାୟୁକ୍ତ ନିଯୁକ୍ତି ସହ ମାନବାଧିକାର କମିଶନ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ପ୍ରକ୍ରିୟା ଆଗେଇଛି । ସରକାର ଦାୟିତ୍ୱକୁ ଆସିବା ପରେ କିଛି ମନ୍ତ୍ରୀ ବିଭିନ୍ନ ସରକାରୀ ଅଫିସକୁ ଅଚାନକ ଗସ୍ତ କରୁଛନ୍ତି । କୃଷି ଓ ଉଚ୍ଚଶିକ୍ଷା ସହ ଗଣଶିକ୍ଷା ମନ୍ତ୍ରୀ ନିଜ ବିଭାଗରେ ସଂସ୍କାର ଆଣିବାକୁ ଘନ ଘନ ବୈଠକ ଡାକୁଛନ୍ତି । ସଚିବାଳୟର ନାମ ବଦଳାଇ ‘ଲୋକସେବା ଭବନ’ ରଖିବା, ‘ଗାର୍ଡ ଅଫ ଅନର’ ବ୍ୟବସ୍ଥା ଉଚ୍ଛେଦ ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ‘ମାନ୍ୟବର’ ସମ୍ବୋଧନ କରିବା ଭଳି ନିଷ୍ପତ୍ତି ନେଇ ମୁଖ୍ୟମନ୍ତ୍ରୀ ଏବେ ଚର୍ଚ୍ଚାରେ ଅଛନ୍ତି । ଅନ୍ୟ ପାଳିଗୁଡ଼ିକ ଅପେକ୍ଷା ନବୀନ ସରକାର ୫ମ ପାଳିରେ ପ୍ରଥମରୁ ଅଧିକ ଚଳଚଞ୍ଚଳ ଲାଗୁଛି ବୋଲି ଏବେ ସବୁଠି ଚର୍ଚ୍ଚା ।

ସମ୍ବନ୍ଧିତ ଖବର