ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ଭୁବନେଶ୍ୱର ୨୭/୧୧: ଡିସେମ୍ବର ପହିଲାରୁ ଖୋଲିବ ସମସ୍ତେ ମେଡିକାଲ କଲେଜ । ଡିସେମ୍ବର ୧ରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ଛାତ୍ରଛାତ୍ରୀଙ୍କ ପାଠପଢା କରୋନା ଯୋଗୁଁ ବହୁ ଦିନ ହେବ ଅଟକି ରହିଛି । ପାଠପଢାରେ ବହୁତ କ୍ଷତି ହେଲାଣି । ଛାତ୍ରଛାତ୍ରୀଙ୍କ ପାଠ ପଢା ପାଇଁ ମେଡିକାଲ କଲେଜ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ କରୋନା ଗାଇଡଲାଇନ୍ ସହ ଏସଓପି ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । କଲେଜ କର୍ତ୍ତୃପକ୍ଷ ଏହାକୁ ମାନିବେ । କଲେଜ ପରିସର ଏବଂ ଶ୍ରେଣୀଗୃହରେ ସାମାଜିକ ଦୂରତା ଆଦି ପାଳନ କରାଯିବ ।