PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର ଡେଲଟା ଛକରେ ଜୁଏଲାରୀ ଦୋକାନରୁ ଲୁଟ୍‌ , କେଜିଏ ସୁନା, ୧୦ କେଜି ରୁପା ଅଳଙ୍କାର ଓ କ୍ୟାସ୍‌ ବକ୍ସରୁ ଦେଢ଼ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ
  • ||
  • ମହାରାଷ୍ଟ୍ରରୁ ପୁଣି ୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ , ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗର ସୂଚନା,ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୁ ବୃଦ୍ଧି
  • ||
  • ଯାଜପୁର ଡୁବୁରିରେ ପ୍ରତିଷ୍ଠା ହେବ ନୂଆ ଇଏସ୍‌ଆଇ ହସ୍ପିଟାଲ । ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ହେବ । ଏନେଇ ପ୍ରସ୍ତାବକୁ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କ ଅନୁମୋଦନ ।
  • ||
  • ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ ESICର ଉପ ଆଞ୍ଚଳିକ କାର୍ଯ୍ୟାଳୟ – ESICର ବୈଠକରେ ଅନୁମୋଦନ ଦେଲେ ଶ୍ରମ ମନ୍ତ୍ରୀ
  • ||
  • ପୁରୀ: ପୁରୀଠୁ ୭୦ କିମି ଦୂରରେ ବାତ୍ୟା ଜୱାଦ୍, ଆସନ୍ତାକାଲି ପଶ୍ଚିମବଙ୍ଗ ଆଡ଼କୁ ଗତି କରିବ
  • ||
  • ଜାମଗାଁ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକ ମୃତ
  • ||
  • ସୁନ୍ଦରଗଡ଼: ଭାରସାମ୍ଯ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇ ଚାଲିଗଲା ଦମ୍ପତ୍ତିଙ୍କ ଜୀବନ
  • ||
  • ଝାରସୁଗୁଡା : ବାରହା ଫାଶରେ ପଡି ଚାଲିଗଲା ଯୁବକଙ୍କ ଜୀବନ
  • ||
  • କଟକ : ‘ଜୱାଦ’ ପ୍ରଭାବରେ କଟକରେ ପ୍ରବଳ ବର୍ଷା, ୨୦.୫୧ ମିମି ବୃଷ୍ଟିପାତ ରେକର୍ଡ
  • ||
  • ମ.ରାମପୁର : ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର୍ ଏବଂ ହେଲପର୍‌
  • ||
  • ସୋର : ଜଳିଗଲା ୨ ମହଲା ଘର, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ନୂଆଦିଲ୍ଲୀ: ଜାନୁଆରୀରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ଘାତକ: ଆଇଆଇଟି କାନପୁର ସତର୍କବାଣୀ
  • ||
  • କେନ୍ଦୁଝର : ପାଟଣା ରେଞ୍ଜରେ ହାତୀ ଉପଦ୍ରବ, ଦଳିମକଚି ନଷ୍ଟ କରିଦେଲେ ଏକର ଏକର ଧାନ ଫସଲ
  • ||
  • ଭୁବନେଶ୍ଵର : ଅବପାତ ରୂପ ନେଲା ବାତ୍ୟା ଜୱାଦ, ପ୍ରବଳ ବର୍ଷିବ, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ଭୁବନେଶ୍ୱର : ଟଳିଲା ବାତ୍ୟା ବିପଦ, ଉଜୁଡ଼ିଲା ଚାଷ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷିପାରେ
  • ||
  • ଜଗତସିଂହପୁର : ଲଗାଣ ବର୍ଷାରେ ଉଜୁଡିଲା ଫସଲ, ଚାଷୀ ମୁଣ୍ଡରେ ଚଡ଼କ
  • ||
  • ପଦ୍ମପୁର : ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ୨୨୦ ବସ୍ତା ଧାନ ଜବତ
  • ||

ତାତିଲା ଭୋଟ୍‌ ରାଜନୀତି

source:indianexpress.com

ଭୁବନେଶ୍ୱର,୧୨ ।୩(ବ୍ୟୁରୋ): ତାତିଠୁ ତତଲା । ନବୀନ ନିବାସରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ । ନୂଆଦିଲ୍ଲୀ ଏଆଇସିସି ଅଫିସ୍‌ରୁ ରାଜ୍ୟ କଂଗ୍ରେସ ଭବନ, ସବୁଠି ଭିଡ଼ ସାଙ୍ଗକୁ ଲାଗି ରହିଛି ଉତ୍ସୁକତା । କେଉଁଠି ମିଶ୍ରଣ ପର୍ବ ତ ଆଉ କେଉଁଠି ଇସ୍ତାହାର କମିଟିର ଘନ ଘନ ବୈଠକ । ଏହା ସାଙ୍ଗକୁ ତିନି ରାଜନୈତିକ ଦଳରେ ଏବେ ଟିକେଟ ଘଣ୍ଟାଚକଟା । ଭୋଟ ଘୋଷଣାର ଦିନକ ପରେ ରାଜ୍ୟ ରାଜନୀତି ବେଶ ତତଲା ଧରିଛି । ଗ୍ରୀଷ୍ମପ୍ରବାହର ପାରଦକୁ ମଧ୍ୟ ରାଜନୀତି ଉଷ୍ମତା ବଳିଯାଇଛି । ସାରା ରାଜ୍ୟର କୋଣ ଅନୁକୋଣରେ ଏବେ କେବଳ ଭୋଟ ଚର୍ଚ୍ଚା ।
ଭୋଟ ଘୋଷଣା ପରେ ନବୀନ ନିବାସର ଚିତ୍ର ବଦଳିଯାଇଛି । ସୋମବାର ଭଳି ଆଜି ମଙ୍ଗଳବାର ମଧ୍ୟ ନବୀନ ନିବାସରେ ଥିଲା ମିଶ୍ରଣ ପର୍ବ । ଗତ ନିର୍ବାଚନରେ ଲାଞ୍ଜିଗଡ଼ ଆସନରେ କଂଗ୍ରେସର ବିଧାନସଭା ପ୍ରାର୍ଥୀ ପ୍ରଦୀପ ଦିଶାରୀ ଶଙ୍ଖ ଫୁଙ୍କିଥଲେ । ହାତ କ୍ୟାମ୍ପ ଛାଡ଼ି ଦିଶାରୀଙ୍କ ବିଜେଡିରେ ଯୋଗଦାନ ଭିନ୍ନ ସମୀକରଣର ସୂଚନା ଦେଉଛି । ଏ ଅବସରରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆତ୍ମବିଶ୍ୱାସର ସହ କହିଥିଲେ, ନିଜ ଦମ୍‌ରେ ଏଥର ନିର୍ବାଚନ ଲଢ଼ିବ ବିଜୁ ଜନତା ଦଳ । କୌଣସି ରାଜନୈତିକ ଦଳ ସହ ଆମେ ମେଣ୍ଟ କରିବୁନି ।
ବିଜେଡି ଟିକେଟ ପାଇଁ ବହୁ ସଂଖ୍ୟାରେ ଆଶାୟୀ ଅଛନ୍ତି । ବିଜେଡି ଟିକଟ କାହାକୁ ଦେବ? ଏ ପ୍ରଶ୍ନର ଉତ୍ତର ରଖି ନବୀନ କହିଛନ୍ତି, ଦଳ ବିଜୟ ସମ୍ଭାବନା ଥିବା ବ୍ୟକ୍ତିଙ୍କୁ ହିଁ ଟିକଟ ଦେବ । ଏହା ହେବ ଦଳୀୟ ଟିକେଟ ପାଇଁ ବଡ଼ ମାପକାଠି । ରାଜ୍ୟରେ କଂଗ୍ରେସ କମ୍ୟୁନିଷ୍ଟ ଓ ଜେଏମଏମ୍‌ ସହ ମେଣ୍ଟ କରିବାକୁ ଆଲୋଚନା ଜାରି ରଖିଛି । ମାତ୍ର ମେଣ୍ଟ ସମ୍ଭାବନାରେ ବିଜେଡି ସଭାପତି ଆଜି ପୂର୍ଣ୍ଣଛେଦ ଟାଣିଛନ୍ତି । ଦଳରେ ଟିକଟ ପାଇବାକୁ ଆବେଦନକାରୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବାରୁ ଯାହାଙ୍କର ବିଜୟ ସମ୍ଭାବନା ଅଧିକ ଥିବ ତାଙ୍କୁ ହିଁ ନବୀନ ଟିକଟ ଦେବ ବୋଲି ସ୍ପଷ୍ଟ କରିଛନ୍ତି । ନବୀନଙ୍କ ଏ ସୂଚନା ପରେ ବିଜେଡି ଟିକଟ ଆଶାୟୀଙ୍କ ମଧ୍ୟରେ ଛକାପଞ୍ଝା ଆହୁରି ତେଜିଛି । ନବୀନ ନିବାସରୁ ଆରମ୍ଭ କରି ଦଳର ପ୍ରଭାବଶାଳୀ ନେତାଙ୍କ ବାସଭବନ ଆଗରେ ଟିକଟ ଆଶାୟୀମାନେ ଚକ୍କର କାଟୁଛନ୍ତି । ନିଜ ଲବି ଗ୍ରୁପ୍‌ ସହ ମଧ୍ୟ ଯୋଗସୂତ୍ରକୁ ଜୋରଦାର କରୁଛନ୍ତି ।
ବିଜେଡି ଭଳି ବିଜେପି ଶିବିର ମଧ୍ୟ ଆଜି ବେଶ୍‌ ଚଳଚଞ୍ଚଳ ଥିଲା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସବୁ ବର୍ଗର ନେତାଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଆସନ୍ତା ଭୋଟ୍‌ ପାଇଁ ଦଳର ମଙ୍ଗ ଧରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସ୍କା, ଖଲ୍ଲିକୋଟ ଓ ରଣପୁରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ଭୋଟ ପ୍ରଚାର କରିଥିଲେ । ଓଡ଼ିଶାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ । ସମସ୍ତ ସଭାରେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସଫଳତାକୁ ଲୋକଙ୍କ ଆଗରେ ରଖିବା ସହ ନବୀନ ସରକାରଙ୍କ ବିଫଳତାକୁ ରଖି ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଭରିଥିଲେ । ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣପର୍ବରେ ବିଜେଡି ଛାଡ଼ିଥିବା ବାବୁ ସିଂ ବିଜେପିରେ ସାମିଲ୍‌ ହୋଇଥିଲେ । ବାବୁଙ୍କ ସମର୍ଥକମାନେ ବାଜା ବାଣ ସହ ବିଜେପି କାର୍ଯ୍ୟାଳୟରେ ଭେଟେରାନ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ । ଏହାପରେ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ଦଳର କୋର କମିଟି ଏକ ମନ୍ତ୍ରଣା ବୈଠକରେ ଏକାଠି ହୋଇଥିଲେ । ଏ ବୈଠକରେ ଟିକଟ ବଣ୍ଟନ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।
ଏପଟେ ସାମ୍ବାଦିକମାନଙ୍କୁ ବିଜେପି ପ୍ରଭାରୀ କହିଛନ୍ତି, ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି । ଏଥର ନିର୍ବାଚନରେ ବିଜେଡି ପୂରା ସଫା ହୋଇଯିବ । ବିଜେପି ରାଜ୍ୟରେ ସରକାର ଗଠନ କରିବ । ଆସନ୍ତା ସପ୍ତାହକ ମଧ୍ୟରେ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ।
କଂଗ୍ରେସର ଟିକଟ କସରତ ନୂଆଦିଲ୍ଲୀରେ ଚାଲିଥିଲା ବେଳେ ସ୍ଥାନୀୟ କଂଗ୍ରେସ ଭବନରେ କିନ୍ତୁ ସମର୍ଥକଙ୍କ ଭିଡ଼ କମ୍‌ ନଥିଲା । ଦିଲ୍ଲୀ ଦରବାରରେ କ’ଣ ଚାଲିଛି ସେ ସଂପର୍କରେ ଖବର ନେବାକୁ ବହୁ ଟିକଟ ଆଶାୟୀ ଓ ସମର୍ଥକମାନେ ସାରାଦିନ ଡେରା ପକାଇଥିଲେ । ସୋମବାର ଓଡ଼ିଶା ଟିକଟ ନେଇ ସ୍କ୍ରିନିଂ କମିଟି ବୈଠକରେ କିଛି ଚୂଡ଼ାନ୍ତ ହୋଇପାରିନଥିଲା ବେଳେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ବସିଥଲା ବୈଠକ । ବୈଠକରେ ନିରଞ୍ଜନଙ୍କ ସହ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଞ୍ଜିବି ବିଶ୍ୱାଳଙ୍କ ସହ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ । ଏ ବୈଠକରେ ଟିକଟ ଅଙ୍କକଷା ଅସମ୍ପୂର୍ଣ୍ଣ ଥିବା ପିସିସି ସଭାପତି ସୂଚନା ଦେଇଛନ୍ତି । ଏ ନେଇ ବୁଧବାର ପୁଣି ବୈଠକ ବସିବ ବୋଲି ସୂଚନା ମିଳିଛି । କାର୍ଯ୍ୟକାରୀ ସଭାପତି ଶ୍ରୀ ମାଝୀଙ୍କ ସୂଚନା ଅନୁସାରେ ପ୍ରାୟ ୫ ଲୋକସଭା ଓ ୬୦ ବିଧାନସଭା ସିଟ୍‌ ପାଇଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ସରିଛି । କେବଳ ରାହୁଲଙ୍କ ମୋହରକୁ ଅପେକ୍ଷା ରହିଛି । ୧୭ ସୁଦ୍ଧା ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିବ ।