ନ୍ୟୁୟର୍କରେ କରୋନା ଆତଙ୍କ: ଭେଣ୍ଟିଲେଟରରେ ଥିବା ସମସ୍ତ ରୋଗୀ ମୃତ

ନ୍ୟୁୟର୍କ ୨୬/୪: କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସ୍ଥିତି ଗୁରୁତର ହେଲେ ତାଙ୍କୁ ଆଇସିୟୁକୁ ନିଆଯିବା ସହିତ ଭେଣ୍ଟିଲେଟର ବ୍ୟବସ୍ଥା ସପୋର୍ଟରେ ରଖାଯାଉଛି । ଭେଣ୍ଟିଲେଟର ସିଷ୍ଟମ ହେଉଛି ଏକ ଉପକରଣ ଯାହାକି କୃତ୍ରିମ ଉପାୟରେ ମଣିଷର ଫୁସ୍‌ଫୁସ୍‌ ନିକଟକୁ ଅମ୍ଳଜାନ ପହଂଚାଇଥାଏ । ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ରୋଗୀଙ୍କ ପାଇଁ ଏହା ସହାୟକ ହୁଏ । ମାତ୍ର କରୋନା ରୋଗୀଙ୍କ ପାଇଁ ଏହା କାଳ ପାଲଟୁଛି । କରୋନାରେ ଆକ୍ରାନ୍ତ ହେଲେ ଅଧିକାଂଶ ବ୍ୟକ୍ତିଙ୍କ ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହେବା ସହିତ ସେମାନେ ନିଃଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥାଏ । ହେଲେ ଆମେରିକାର ନ୍ୟୁୟର୍କ ପ୍ରଦେଶରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିବା ସମସ୍ତ ରୋଗୀ ପ୍ରାଣ ହରାଇଛନ୍ତି । ଏହା ଚିକିତ୍ସକମାନଙ୍କୁ ଚକିତ କରିଥିଲାବେଳେ ଗୁରୁତର ରୋଗୀଙ୍କ ଜୀବନ ବଂଚାଇବା କେତେ ମୁସ୍କିଲ ତାହା ପ୍ରତିପାଦିତ କରୁଛି।

ରିପୋର୍ଟ ଅନୁଯାୟୀ, ନର୍ଥୱେଲ ହେଲ୍‌ଥ ଗ୍ରୁପ ନାମକ ଏକ କଂପାନି ନ୍ୟୁୟର୍କରେ ୨୩ଟି ହସ୍ପିଟାଲ ପରିଚାଳନା କରୁଛି । ଏହି ଗ୍ରୁପର ସମସ୍ତ ହସ୍ପିଟାଲରେ ଯେତେ କରୋନା ରୋଗୀ ଆଡମିଶନ ନେଇଥିଲେ ସେମାନଙ୍କ ଭିତରୁ ୨୦% ପ୍ରାଣ ହରାଇଥିଲେ । ଯେତେ ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ସେମାନଙ୍କ ଭିତରୁ ୮୮% ପ୍ରାଣ ହରାଇଥିଲେ । ମାତ୍ର ୧୨% ରୋଗୀ ଭେଂଟିଲେଟର ସପୋର୍ଟ ଆବଶ୍ୟକ କରୁଥିଲା ବେଳେ ସେମାନଙ୍କ ଭିତରୁ କେହି ବଂଚିବା ମୁସ୍କିଲ ବୋଲି ଜଣେ ଗବେଷକ ମତ ଦେଇଛନ୍ତି ।

ଉକ୍ତ ଗ୍ରୁପର କିଛି ଚିକିତ୍ସକ ଏହି ଦିଗ ଉପରେ ଅଧ୍ୟୟନ କରୁଥିଲେ । ସେମାନେ ଉକ୍ତ ଗ୍ରୁପର ସମସ୍ତ ହସ୍ପିଟାଲକୁ ଅଣାଯାଇଥିବା ୫୭୦୦ ରୋଗୀଙ୍କର ଇଲେକ୍ଟ୍ରୋନିକ୍‌ ରେକର୍ଡ ଯାଞ୍ଚ କରିଥିଲେ । ସେମାନଙ୍କ ଭିତରୁ ଯେଉଁ ରୋଗୀମାନଙ୍କୁ ଡିସଚାର୍ଜ କରାଯାଇଥିଲା କିମ୍ବା ଯେଉଁମାନେ ମୃତ୍ୟୁବରଣ କରିଥିଲେ କେବଳ ସେଇମାନଙ୍କ ରେକର୍ଡକୁ ବିଚାରକୁ ନିଆଯାଇଥିଲା । ତେଣୁ ୨୬୩୪ ଜଣ ରୋଗୀଙ୍କ ରେକର୍ଡକୁ ବିଚାରକୁ ନେଇ ସେମାନେ ଉପରୋକ୍ତ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।

ସେମାନଙ୍କ ଅଧ୍ୟୟନରୁ ଆହୁରି ଜଣାପଡିଛି କି ଯେଉଁମାନେ ପୂର୍ବରୁ ମେଦବହୁଳତା, ଡାଇବେଟିସ କିମ୍ବା ଉଚ୍ଚ ରକ୍ତଚାପର ସମ୍ମୁଖୀନ ହେଉଥିଲେ, ସେମାନଙ୍କ ସ୍ଥିତି ହିଁ ଅଧିକ ଗୁରୁତର ହୋଇଯାଇଥିଲା । ସେମାନେ ଅଧ୍ୟୟନ କରିଥିବା ରୋଗୀଙ୍କ ଭିତରୁ ୫୭% ପୂର୍ବରୁ ଉଚ୍ଚ ରକ୍ତଚାପ, ୪୧% ମେଦବହୁଳତା ଏବଂ ୩୪% ଡାଇବେଟିସର ସମ୍ମୁଖୀନ ହେଉଥିଲେ । ଯେଉଁମାନଙ୍କର ଡାଇବେଟିସ ଥିଲା, ସେମାନଙ୍କୁ ଅନ୍ୟ ରୋଗୀଙ୍କ ତୁଳନାରେ ଅଧିକ ସଂଖ୍ୟାରେ ଆଇସିୟୁରେଏବଂ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା । ସେହିପରି ମହିଳା ରୋଗୀଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଂଖ୍ୟାରେ ପ୍ରାଣ ହରାଇଛନ୍ତି ବୋଲି ସେମାନେ ମତ ଦେଇଛନ୍ତି । ପୂର୍ବରୁ ବି ଅନେକ ଗବେଷକ ଅନୁରୂପ ମତ ଦେଇଥିଲେ ।

   ସମ୍ବନ୍ଧିତ ଖବର


ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…

7th pay commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଦିପାବଳୀ ଉପହାର ଦେବେ ସରକାର, ଜାଣନ୍ତୁ କ’ଣ ନୂଆ ନିଷ୍ପତ୍ତି…

IPL ୨୦୨୦: ପ୍ରଥମ ଖେଳାଳି ଭାବେ ଇତିହାସ ରଚିଲେ ଶିଖର ଧାଓ୍ବନ, ନିଜ ନାମରେ କଲେ ଏହି ଖାସ୍‌ ରେକର୍ଡ

ଟିଆରପି ସ୍କାମର ତଦନ୍ତ କରିବ CBI, ଯୋଗୀ ସରକାରଙ୍କ ସୁପାରିସ ପରେ ତଦନ୍ତ ଆରମ୍ଭ …

ପୂର୍ବରୁ କରୋନା ବିଷୟରେ ଦେଇଥିଲେ ଭବିଷ୍ୟବାଣୀ, କହିଲେ ଆଉ ଏତେ ଦିନ ରହିବ