ରେଳ ଟିକେଟ୍‌ କ୍ୟାନ୍‌ସଲ୍‌ ନକଲେ ବି ମିଳିଯିବ ରିଫଣ୍ଡ- କରୋନା ଯୋଗୁଁ ବାତିଲ୍ ହୋଇଥିବା ଟ୍ରେନ୍‌ର ଆଇଆର୍‌ସିଟିସି କରିବ ଅଟୋମେଟିକ୍‌ ରିଫଣ୍ଡ


ନୂଆଦିଲ୍ଲୀ – କରୋନା ପାଇଁ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ । ସମସ୍ତ ଯାତ୍ରୀ ବାହୀ ରେଳ ଚଳାଚଳ ବନ୍ଦ କରାଯାଇଛି । ଟିକେଟ୍‌ କରିଥିବା ଯାତ୍ରୀ ଏବେ ରିଫଣ୍ଡକୁ ନେଇ ଚିନ୍ତାରେ । ହେଲେ ଚିନ୍ତା କରିବାର କୌଣସି କାରଣ ନାହିଁ କାରଣ ଯାତ୍ରୀମାନଙ୍କର ଟିକେଟ୍‌ ରିଫଣ୍ଡ କରାଯିବ । ଟିକେଟ୍ କ୍ୟାନସଲ୍ କରି ନଥିବା ଯାତ୍ରୀ ବି ଟଙ୍କା ଫେରସ୍ତ ପାଇବେ । ଏଥିପାଇଁ ବ୍ୟସ୍ତ ହେବାର କାରଣ ନାହିଁ ।

ଆଇଆର୍‌ସିଟିସି ଏ ବିଷୟରେ ଘୋଷଣା କରିଛି । କ୍ୟାନସଲ୍ ହୋଇଥିବା ଟ୍ରେନ୍‌ର ଟିକେଟ୍‌ କ୍ୟାନସଲ୍‌ କରି ନଥିଲେ ବି ଏହା ଅଟୋମେଟିକ୍‌ ବା ସ୍ୱୟଂଚାଳିତ ଭାବେ କ୍ୟାନସଲ୍‌ ହୋଇଯିବ ଏବଂ ଟଙ୍କା ରିଟର୍ଣ୍ଣ ବା ଫେରସ୍ତ ହୋଇଯିବ । ଯାତ୍ରୀମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ କ୍ୟାନସଲ୍‌ କରିବାର କୌଣସି କାରଣ ନାହିଁ । ରେଳମନ୍ତ୍ରାଳୟ ବି ଯାତ୍ରୀମାନଙ୍କର ଟଙ୍କା ଫେରସ୍ତ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି ।
ଭାରତୀୟ ରେଳ ବି ରିଫଣ୍ଡ ନିୟମରେ ପରିବର୍ତ୍ତନ କରିଛି । ରେଳ ରିଜର୍ଭେସନ୍‌ କାଉଣ୍ଟର ବା ପିଆର୍‌ଏସ୍‌ କାଉଣ୍ଟରେ କରାଯାଇଥିବା ଟିକେଟ୍‌ର ରିଫଣ୍ଡ ବି କରାଯିବ । ଏବେ ଯାତ୍ରୀମାନେ ଷ୍ଟେସନ୍‌କୁ ଆସିବା ଆବଶ୍ୟକତା ନାହିଁ । ଜୁନ୍‌ ୧୫ ପର୍ଯ୍ୟନ୍ତ ଏହି ଟିକେଟ୍‌ ପଇସା ଫେରି ପାଇବେ ।

ଟ୍ରେନ୍‌ରେ କରୋନା ସଂକ୍ରମିତ ଯାତ୍ରୀ ମିଳିବା ପରେ ଏବେ ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ରଦ୍ଦ କରାଯାଇଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ରେଳ ବାତିଲ କରାଯାଇଥିବା ବେଳେ ଏହାର ସମୟ ସୀମା ବୃଦ୍ଧି କରାଯାଇ ପାରେ ।

   ସମ୍ବନ୍ଧିତ ଖବର


ରାଜ୍ୟର ଆଉ ୧୩୦ କରୋନା ପଜିଟିଭ୍‌ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି

ପାର୍କରେ ଟିକ୍‌ଟକ୍: ବାଥରୁମ୍‌ରେ ଡ୍ରେସ୍ ଚେଞ୍ଜ କରି କରୁଥିଲେ ଭିଡିଓ ସୁଟ୍, ଉଠାଇ ନେଲା ପୁଲିସ

ବଢ଼ୁଛି ‘ଓୟୋ’ର କାରସାଦି: ରାତିରାତି ବଦଳିଲା ନିୟମ, ଚିନ୍ତାରେ ବିଲ୍ଡିଂ ମାଲିକ ଓ କର୍ମଚାରୀ…

ତାମିଲନାଡ଼ୁରୁ ତିର୍ତ୍ତୋଲ: ସାଇକେଲ୍‌ରେ ଘରେ ପହଞ୍ଚିବାକୁ ସୁକାନ୍ତଙ୍କୁ ଲାଗିଲା ୧୨ଦିନ

ଆମ୍ଫାନ‌ ସହାୟତା କରିବାକୁ ଯାଇଥିଲେ, ଆସି କ୍ୱାରେଣ୍ଟାଇନ୍‌ରେ ରହିବେ: କୋଲକାତା ଫେରନ୍ତା ୩୭୦ ଅଗ୍ନିଶମ କର୍ମଚାରୀଙ୍କୁ ସଂଘରୋଧ ନିୟମ ଲାଗୁ

ସାଲିଆସାହିରେ କରୋନା! ପ୍ରସୂତି ପଜିଟିଭ୍‌, ନବଜାତ ନେଗେଟିଭ