ଏପ୍ରିଲ ୨ରୁ ସକାଳୁଆ ସ୍କୁଲ

ଭୁବନେଶ୍ୱର, ୨୩ ।୩(ବ୍ୟୁରୋ): ଏପ୍ରିଲ୍‌ ୨ ତାରିଖରୁ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳୁଆ ହେବ । ସକାଳ ୬ଟା ୩୦ ମିନିଟ୍‌ରୁ ଆରମ୍ଭ ହୋଇ ୧୦.୩୦ ମିନିଟ୍‌ ଯାଏ ଚାଲିବ । ୧୦ଟାରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବ । ୧୧ଟା ପରେ କୌଣସି ପରିସ୍ଥିତିରେ ବି ସ୍କୁଲ ଖୋଲା ରହିବ ନାହିଁ । ଚଳିତ ମାସ ୩୦ ତାରିଖ ସୁଦ୍ଧା ସବୁ ପରୀକ୍ଷା ଶେଷ ହେବ । ମେ ୬ ତାରିଖରୁ ଗ୍ରାଷ୍ମ ଛୁଟି ଆରମ୍ଭ ହେବ । ଏନେଇ ବିଦ୍ୟାଳୟ
ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଖରା ଦିନ ଆରମ୍ଭ ହେଉଥିବାରୁ ପ୍ରତି ସ୍କୁଲରେ ପାନୀୟ ଜଳ ଓ ଫାଷ୍ଟ ଏଡ୍‌ର ବ୍ୟବସ୍ଥା କରାଯିବ । ଯେଉଁ ବିଦ୍ୟାଳୟଗୁଡ଼ିକରେ ନଳକୂପ ନ ଥିବ, ସେଠାରେ ପ୍ରଧାନଶିକ୍ଷକମାନେ ପାନୀୟ ଜଳ ବ୍ୟବସ୍ଥା କରିବେ । ଛାତ୍ରଛାତ୍ରୀମାନଙ୍କୁ ଖରାଦିନେ ବିଦ୍ୟାଳୟକୁ ଆସିବା ସମୟରେ ଛତା ଓ ପାଣି ବୋତଲ ଧରି ଆସିବାକୁ ପ୍ରଧାନ ଶିକ୍ଷକ ନିର୍ଦ୍ଦେଶ ଦେବେ । ଖରାଦିନେ ଛାତ୍ରଛାତ୍ରୀଙ୍କର ଶାରୀରିକ ପଶ୍ରକ୍ଷିଣ ବା ଖେଳ ଇଚ୍ଛାଧୀନ ରହବି ବୋଲି ବିଭାଗ ପକ୍ଷରୁ ନିଦ୍ଦେର୍ଶ ଦିଆଯାଇଛି । ଏପ୍ରିଲ୍‌ ୩ ତାରିଖରୁ ୨୦୧୯-୨୦ ଶିକ୍ଷାବର୍ଷ ଆରମ୍ଭ ହେବ ।

୨ ତାରିଖ ଦିନ ସବୁ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କରାଯିବ । ସେଥିପାଇଁ ସବୁ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ମାର୍ଚ୍ଚ ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି । ଯେଉଁ ବିଦ୍ୟାଳୟରେ ପରୀକ୍ଷା ଶେଷ ହୋଇଛି ସେଠାରେ ଶିକ୍ଷକମାନେ ଛାତଛ୍ରାତ୍ରୀଙ୍କୁ ପାଠ୍ୟକ୍ରମର ରିଭିଜନ୍‌ କରାଇବେ ବୋଲି ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ପ୍ରବେଶ ଉତ୍ସବ ପାଳନ ସମୟରେ ଶିକ୍ଷା ସଚେତନତା ଶୋଭାଯାତ୍ରା ସ୍କୁଲରେ କରାଯିବ । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ସହକାରୀ ଶିକ୍ଷକ ଶକ୍ଷୟତ୍ରିୀ, ଷ୍ଟାଣ୍ଡିଂ କମଟିରି ସଦସ୍ୟ, ବିଦ୍ୟାଳୟ ପରିଚାଳନା ସମିତିର ସମସ୍ତ ସଭ୍ୟ, ପିତାମାତା ସଂଘ, ସ୍ୱେଚ୍ଛାସେବୀ ସଙ୍ଗଠନ, ଅବରସପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବେସରକାରୀ ଅନୁଷ୍ଠାନ, ଅଙ୍ଗନବାଡି ଓ ପାନୀୟ ଜଳ ବିଭାଗର ପ୍ରତିନିଧି, ଶିକ୍ଷାବିତ୍ ଏବଂ ପିଲାମାନେ ଉପସ୍ଥିତ ରହିବେ । ଶୋଭାଯାତ୍ରା ପରେ ବି ଦ୍ୟାଳୟ ପରିଚାଳନା ସମତିରି ଅଧ୍ୟକ୍ଷ ଓ ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହେବ । ପିତାମାତା ଅଭଭିାବକ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରାଥମିକ ଶିକ୍ଷାର ଗୁରୁତ୍ୱ ଏବଂ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରାଯିବ । ୬ରୁ ୧୪ ବର୍ଷ ବୟସର ନୂଆ ନାମ ଲେଖାଇବାକୁ ଥିବା କିମ୍ବା ପାଠପଢ଼ା ଅଧାରୁ ଛାଡ଼ିଥିବା ବା ଆଦୌ ନାମ ଲେଖାଇନଥିବା ପିଲାମାନେ ଯେପରି ବିଦ୍ୟାଳୟ ଆସିବେ ସେନେଇ ଏହି ଉତ୍ସବରେ ଗୁରୁତ୍ୱ ଦିଆଯିବ ।

   ସମ୍ବନ୍ଧିତ ଖବର


ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ପୁଅର ଅସ୍ଥି ଟିକକ ମିଳିଲେ ଗଙ୍ଗାରେ ବିସର୍ଜନ କରନ୍ତି…