ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

ଭୁବନେଶ୍ୱର, ୭/୦୬: ରାଜ୍ୟରେ ଏବର୍ଷ କୌଣସି ସ୍କୁଲ ବନ୍ଦ ହେବନି । ସବୁ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ହେବ । ପୂର୍ବବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଏବର୍ଷ ବି ସେଠାରେ କରାଯିବ । ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଏବର୍ଷ କାର୍ଯ୍ୟକାରୀ କରାଯିବ ନାହିଁ । ଏନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ବିଭାଗର ପୂର୍ବ ନିଷ୍ପତ୍ତି ଅନୁସାରେ ଚଳିତ ଶିକ୍ଷା ବର୍ଷରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ଥିବା ସ୍କୁଲ ଗୁଡ଼ିକୁ ବନ୍ଦ କରାଯାଇ ଥାଆନ୍ତା । ସେହି ସ୍କୁଲଗୁଡ଼ିକ ନିକଟସ୍ଥ ସ୍କୁଲରେ ମିଶାଯାଇ ଥାଆନ୍ତା । ସେଠାକାର ଛାତ୍ରଛାତ୍ରୀ ପାଖ ସ୍କୁଲରେ ପଢ଼ିଥାଆନ୍ତେ । ହେଲେ ଏବର୍ଷ କରୋନା ମହାମାରୀ ସଙ୍କଟ ପାଇଁ ସବୁକିଛି ସମୟ ଅନୁସାରେ ହୋଇନାହିଁ । ପିଲାଙ୍କ ପରୀକ୍ଷା ବନ୍ଦ ହେଲା । ସେମାନଙ୍କୁ ଷାଣ୍ମାସିକ ପରୀକ୍ଷାର ଫଳ ଆଧାରରେ ଉପର ଶ୍ରେଣୀକୁ ଉନ୍ନୀତ କରଗଲା । କିନ୍ତୁ ଚଳିତବର୍ଷ କୌଣସି ସ୍କୁଲ ବନ୍ଦ ହେବନି ବୋଲି ଆଜି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗତବର୍ଷ ୧୦ରୁ କମ୍‌ ପିଲା ଥିବା ସ୍କୁଲକୁ ଗତବର୍ଷ ବନ୍ଦ କରାଯାଇଥିଲା ।

ଆସନ୍ତା ସୋମବାରଠୁ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ପିଲାଙ୍କ ନାମଲେଖା । ଏହି ପ୍ରକ୍ରିୟା ଜୁଲାଇ ୧୫ ସୁଦ୍ଧା ଶେଷ ହେବ । ସମସ୍ତେ କୋଭିଡ୍‌ ନିୟମକୁ ପାଳନ କରିବେ ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…