ତାଲିବାନର ସବୁ କମାଣ୍ଡର କରୋନା ସଂକ୍ରମିତ

କାବୁଲ, ୩।୬ : ଆଫଗାନିସ୍ତାନରେ ଆତଙ୍କରାଜ ଚଳାଇଥିବା ସଂଗଠନ ତାଲିବାନର ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ କମାଣ୍ଡରମାନେ କରୋନା ଦ୍ୱାରା ସଂକ୍ରମିତ ହୋଇଥିବାର ଜଣାପଡିଛି । ଏହାଯୋଗୁ ତାଲିବାନ ଏବେ ଏକପ୍ରକାର ନେତୃତ୍ୱହୀନ ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ତାଲିବାନର ମୁଖ୍ୟ ମୁଲ୍ଲା ହୈବିତୁଲ୍ଲା ଅଖୁନଜାନା କରୋନା ଦ୍ୱାରା ସଂକ୍ରମିତ ହୋଇ ପ୍ରାଣ ହରାଇଛି । କିନ୍ତୁ ତାଲିବାନର ପ୍ରବକ୍ତାର କହିବାନୁଯାୟୀ, ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି । କିନ୍ତୁ କେଉଁ ଦେଶରେ ହୈବିତୁଲ୍ଲା ଚିକିିତ ହେଉଛି, ତାହା ସେ ପ୍ରକାଶ କରିନାହିଁ । କ’ଣ ପାକିସ୍ତାନରେ ତା’ର ଚିକିତ୍ସା କରାଯାଉଛି ବୋଲି ଏକ ପ୍ରଶ୍ନର ଜବାବରେ ସେ କହିଛି କି ଖାଲି ପାକିସ୍ତାନ କଥା କାହିଁକି ଉଠାଉଛ? ଆହୁରି ଅନେକ ଶକ୍ତିଶାଳୀ ଦେଶ ଅଛନ୍ତି ଯିଏ ଆମକୁ ସମର୍ଥନ କରୁଛନ୍ତି ।

ଆଉ କେତେକ ସୂତ୍ରରୁ ଜଣାପଡିଛି କି ରୁଷରେ ତା’ର ଚିକିତ୍ସା କରାଯାଉଥିଲା । ହେଲେ ପାକିସ୍ତାନର କ୍ୱେଟାରେ ରହୁଥିବା ତାଲିବାନର କିଛି ନେତା ନିଜର ନାମ ଗୋପନ ରଖି କହିଛନ୍ତି ଯେ ହୈବିତୁଲ୍ଲା କରୋନା ଯୋଗୁ ପ୍ରାଣ ହରାଇଛି ବୋଲି ସେମାନେ ମନେ କରୁଛନ୍ତି । କାରଣ ଗତ ତିନି ମାସ ହେଲା ସେ କୌଣସି ଅଡିଓ ବାର୍ତ୍ତା ଜାରି କରିନାହିଁ । ଏମିତିକି ଇଦ୍‌ ଅବସରରେ ବି ସେ କୌଣସି ବାର୍ତ୍ତା ଦେଇନାହିଁ । ଆଫଗାନ ସରକାର କିନ୍ତୁ ସୂଚନା ଦେଇଛନ୍ତି କି କେବଳ ହୈବିତୁଲ୍ଲା ନୁହେଁ, ତାଲିବାନର ସମସ୍ତ କମାଣ୍ଡର ଏବେ କରୋନା ଦ୍ୱାରା ପୀଡ଼ିତ ହୋଇଛନ୍ତି । ବିଶେଷକରି କାତାର ରାଜଧାନୀ ଦୋହାରେ ଥିବା ତାଲିବାନର କାର୍ଯ୍ୟାଳୟରେ ଯେଉଁ କମାଣ୍ଡରମାନେ ନିୟୋଜିତ ଥିଲେ, ସେମାନେ ସମସ୍ତେ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।

   ସମ୍ବନ୍ଧିତ ଖବର


କାଷ୍ଟିଂ କାଉଚ୍‌ର ଶିକାର ହୋଇଥିଲେ ଏହି ଟିଭି କଳାକାର, କାମ ବଦଳରେ ସାଥିରେ ଶୋଇବାକୁ କହିଥିଲେ ସିରିଏଲର ନିର୍ଦ୍ଦେଶକ…

କାଲିଠୁ ବଦଳିଯିବ ଏହି ୭ ନିୟମ, ବଢ଼ିପାରେ ଆପଣଙ୍କ ଖର୍ଚ୍ଚ

ଆୟରଲ୍ୟାଣ୍ଡରେ ଭାରତୀୟ ମହିଳା ଏବଂ ତାଙ୍କର ଦୁଇ ସନ୍ତାନଙ୍କୁ ନିର୍ମମ ହତ୍ୟା

ପପୁ ଯାଦବଙ୍କ ନିର୍ବାଚନୀ ସଭାର ମଞ୍ଚ ଭାଙ୍ଗିଲା, ହାତରେ ଫ୍ରାକଚର.. ଦେଖନ୍ତୁ ଭିଡିଓ

ଶଶୁରଙ୍କ ସହଥିଲା ଖରାପ ସମ୍ପର୍କ , ଗର୍ଭସ୍ଥ ଶିଶୁକୁ ପ୍ରସଙ୍ଗରେ ଶାଶୁଙ୍କସହ କଳି କରି ହତ୍ୟା କଲା ବୋହୁ

ସୈନିକ ସ୍କୁଲରେ ଏବେ OBC କୁ ମିଳିବ ସଂରକ୍ଷଣ, କେନ୍ଦ୍ର ସରକାର ଦେଲେ ମଞ୍ଜୁରୀ …