PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ରାତି ୨ଟାରେ ହଷ୍ଟେଲରେ ପହଞ୍ଚିବାରୁ ଛାତ୍ରକୁ ଗୁଳି କରି ହତ୍ୟା କଲେ ସାଙ୍ଗମାନେ

ଆହ୍ଳାବାଦ ବିଶ୍ବବିଦ୍ୟାଳୟର ପିସିବି ହଷ୍ଟେଲରେ ଛାତ୍ରକୁ ଗୁଳି କରି ହତ୍ୟା କରାଯାଇଛି। ରାତି ପ୍ରାୟ ୨ଟା ସମୟରେ ସେ ହଷ୍ଟେଲରେ ପହଞ୍ଚିଥିଲା। ଏହି କାରଣରୁ ବିବାଦ ଆରମ୍ଭ ହୋଇଥିଲା ବୋଲି ସୂଚନା ମିଳିଛି। ଯେଉଁ କାରଣରୁ ଛାତ୍ରକୁ ଗୁଳି କରାଯିବା ପରେ ତାର ମୃତ୍ୟୁ ହୋଇଥିଲା।

ପୁଲିସ କହିଛି ଯେ, ବର୍ତମାନ ଏହି ମାମଲା ସାମ୍ନାକୁ ଆସିଛି। ମୃତକଙ୍କ ବାପାଙ୍କ କହିବାନୁସାରେ ୬ଜଣଙ୍କ ଉପରେ ସନ୍ଦେହ କରି ମାମଲାର ତଦନ୍ତ ଆରମ୍ଭ ହୋଇଯାଇଛି।

ରୋହିତ ଶୁକ୍ଳା (୨୮) ବାରା ଅଞ୍ଚଳର ଲୋହଗରା ସ୍ଥିତ ନୀବୀ ଗାଁରେ ରହୁଥିଲେ। ତାଙ୍କ ବାପା ରାକେଶ ଚନ୍ଦ୍ର ଶୁକ୍ଲା ଟ୍ରାନପୋର୍ଟ ବ୍ୟବସାୟ କରୁଥିଲେ। ବର୍ତମାନ ଅଳ୍ଳାପୁରରେ ପରିବାର ସହିତ ରହୁଛନ୍ତି। ରୋହତି ୨୦୧୮ରେ ଇବିବିରେ ଏଲଏଲବି କରିଥିଲା। ପୁଲିସ କହିବାନୁସାରେ, ରୋହିତ ଅଧ ରାତିରେ ପହଞ୍ଚିବା ଯୋଗୁଁ ହଷ୍ଟେଲରେ ରହୁଥିବା ଆଦର୍ଶ ତ୍ରିପାଠୀ ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟର ବିବାଦ ହୋଇଥିଲା। ଗୁଳି ମାରିବା ପରେ ତାକୁ ଘାଟ ଉପରେ ପକାଇ ଦେଇଥିଲେ। ଘଟଣାସ୍ଥଳରୁ ସୂଚନା ମିଳିବା ପରେ କର୍ଣ୍ଣଲଗଞ୍ଜ ପୁଲିସ ବିଭାଗ ଯାଇ ସେଠାରେ ପହଞ୍ଚିଥିଲା। ତାକୁ ହସ୍ପିଟାଲ ନେବା ପରେ ଡାକ୍ତର ମୃତ ଘୋଷିତ କରିଥିଲେ। ଉକ୍ତ ସମୟରେ ଘରବାଲା ମଧ୍ୟ ପହଞ୍ଚିଥିଲେ। ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ବାପାଙ୍କ ରାୟ ଶୁଣିବା ପରେ ପୁଲିସ ସୂଚନା ଦେଇଛି କି, ଏହି ହତ୍ୟାକାଣ୍ଡରେ ଆଦର୍ଶ ସମେତ ହିମାଂଶୁ ସିଂ, ହରିଓମ୍ ତ୍ରିପାଠୀ, ଅଭିଷେକ ଯାଦବ, ପ୍ରଶାନ୍ତ ଉପାଧ୍ୟେୟ ଏବଂ ସୈାରଭ ବିଶ୍ବକର୍ମାଙ୍କ ବିରୁଧରେ ମନୋନୀତ ରିପୋର୍ଟ ଲେଖାଯାଇଛି।

ରୋହିତ ରାତି ଅଧରେ କିଛି ସାଙ୍ଗମାନଙ୍କ ସହିତ ଯାଇ ହଷ୍ଟେଲରେ ପହଞ୍ଚିବା ପରେ ଆଦର୍ଶକୁ ଖୋଜିବା ପାଇଁ ଉପର ତାଲାରେ ଥିବା ବାଥରୁମ୍ ପାଖରେ ଠିଆ ହୋଇଥିଲା। ଏହି କାରଣରୁ ଦୁହିଁଙ୍କ ପକ୍ଷରୁ ଝଗଡ଼ା ଆରମ୍ଭ ହୋଇଥିଲା। ସେହି ରାଗରେ ଆସି ଆଦର୍ଶ ଉପରକୁ ୩ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣାସ୍ତଳୀରୁ ପିସ୍ତଲ ଓ ୧୦ଟି ଗୁଳି ଜବତ କରିଛି ବୋଲି ପୁଲିସ ସୂଚନା ଦେଇଛି।

ପୁଲିସର ସୂଚନା ଅନୁସାରେ, ଠିକାଦାରଙ୍କ ବିବାଦ ଯୋଗୁଁ ରୋହିତକୁ ହତ୍ୟା କରାଯାଇଛି ବୋଲି ସନ୍ଦେହ କରାଯାଉଛି। ହଷ୍ଟେଲ ପରିସରରେ ଏକ କୋଠା ତିଆରି ଚାଲିଥିଲା। ଠିକା କାମରେ କମିସନକୁ ନେଇ ଦୁହିଁଙ୍କ ମଧ୍ୟରେ ସପ୍ତାହେ ଧରି ଝଗଡ଼ା ଚାଲିଥିଲା। ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି। ଅଭିଯୁକ୍ତଙ୍କୁ ଧରିବା ପରେ ସତ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର