ଭିଡ଼ିଓ କଲ୍‌ରେ ଉଲଗ୍ନ ହେବାକୁ ଯୁବତୀଙ୍କୁ ଜିଦ୍ କରୁଥିଲେ ! ବାହୁବଳୀ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ….

ବାରଣାସୀ – ୟୁପିର ବାହୁବଳୀ ବିଧାୟକ ଏବେ ଅଡ଼ୁଆରେ । ବିଧାୟକ ବିଜୟ ମିଶ୍ରଙ୍କର ସମସ୍ୟା ବଢ଼ିବାରେ ଲାଗିଛି । ଭଦୋହୀର ଜ୍ଞାନପୁରରୁ ବିଧାୟକ ଥିବା ବିଜୟ ମିଶ୍ର ଜେଲର ଚାରିକାନ୍ଥ ଭିତରେ ଆବଦ୍ଧ। ଏହି ଭିତରେ ବିଧାୟକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଲଗାଇଛନ୍ତି ଯୁବତୀ।  ପୀଡ଼ିତା ଏନ୍‌ବିଟି ଅନଲାଇନ୍‌ ସହ ଏକ୍ସକ୍ଲୁସିଭ୍‌ ସାକ୍ଷାତକାରରେ ଅନେକ ସାଙ୍ଘାତିକ୍ ଅଭିଯୋଗ ବିଧାୟକଙ୍କ ନାଁରେ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଯେ,  ବିଧାୟକ ପ୍ରୟାଗରାଜ ଓ ବାରଣାସୀରେ ମଧ୍ୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ବାରଣାସୀର ଏହି ୨୫ ବଷିୟା ସିଙ୍ଗର ବିଧାୟକ ବିଜୟ ମିଶ୍ରଙ୍କ ନାଁରେ ଦୁଷ୍କର୍ମ ନେଇ ଏଫ୍‌ଆଇଆର୍‌ ଦେଇଥିଲେ।

ଆଡଲ୍ଟ ଥିମ୍ ପାର୍କରେ ଚାଲେ ଏମିତି କାମ …ବୟସ୍କ ଲୋକଙ୍କ ଛୁଟୁଛି ସୁଅ

Image for representation.


ନିଜେ ଉଲଗ୍ନ ହେଉଥିଲେ ଓ ମୋତେ ବି କହୁଥିଲେ –

 ଏନ୍‌ବିଟି ଅନ୍‌ଲାଇନ୍‌ ସହ ଏକ୍ସକ୍ଲୁସିଭ୍‌ କଥାବାର୍ତ୍ତାରେ ପୀଡ଼ିତା ବିଧାୟକ ବିଜୟ ମିଶ୍ରଙ୍କ ଉପରେ ଅଭିଯୋଗର ପାହାଡ଼ ଲଦି ଦେଇଛନ୍ତି ।  ପୀଡ଼ିତା କହିଥିଲେ କି ବାହୁବଳୀ ବିଧାୟକ ବିଜୟ ମିଶ୍ର  ୨୦୧୪ରେ ଦୁଷ୍କର୍ମ ପରେ ଲଗାତାର ତାଙ୍କ ସହ  ଭିଡ଼ିଓ କଲ୍‌ ରେ ନ୍ୟୁଡ୍‌ (ଉଲଗ୍ନ) ହେବାକୁ ଜିଦି କରୁଥିଲେ । ଏମିତି ନକଲେ ସେ ପୀଡ଼ିତାଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ । ପୀଡ଼ିତା  କହିଥିଲେ କି ଏହି ସମୟରେ ବିଧାୟକ ବିଜୟ ମିଶ୍ର ନିଜେ ମଧ୍ୟ ଉଲଗ୍ନ ହେଉଥିଲେ ଏବଂ ଭିଡ଼ିଓ କଲ୍‌ରେ ପୀଡ଼ିତା ଉଲଗ୍ନ ହେବାକୁ ମଧ୍ୟ ଜିଦି ଧରୁଥିଲେ।

Singer Accuses UP MLA, His Son, Nephew Of Rape, Case Filed: Police

ଏନବିଟି ଅନ୍‌ଲାଇଜ୍‌ କ୍ୟାମେରାରେ ପୀଡ଼ିତା ବିଜୟ ମିଶ୍ରଙ୍କ ଉପରେ ଅଭିଯୋଗ କରିଥିଲେ କି ତାଙ୍କ ଏମିତି ଆହୁରି ଝିଅଙ୍କୁ ଯୌନ ନିର୍ଯାତନାର ଶିକାର ବନାଇଛନ୍ତି । କିନ୍ତୁ ତାଙ୍କର ପ୍ରଭାବ କାରଣରୁ ଡ଼ରି କେହି ବି ସାମନାକୁ ଆସି କିଛି କହିପାରୁନଥିଲେ ।

ପୀଡ଼ିତା କହିଥିଲେ କି, ମୁଁ ବି ଏହି ଡ଼ରରେ ଏତେ ଦିନ ଯାଏ ଚୁପ୍‌ ଥିଲି । କିନ୍ତୁ ଆଜି ଯେତେବେଳେ ସେ ଜେଲ୍‌ ଚାଲିଯାଇଛନ୍ତି , ତାଙ୍କ ବିରୁଦ୍ଧରେ ସାହସ କରି ଏତଲା ଦେଇଛି । ପୀଡ଼ିତା ଏହାମଧ୍ୟ କହିଛନ୍ତି ଯେ , ସବୁ ଝିଅଙ୍କୁ ସ୍ୱର ଉତ୍ତୋଳନ କରିବା ଉଚିତ୍‌ ଏମିତି ରାକ୍ଷସ ଓ ମହିଷାସୁରଙ୍କର ନାଶ ହେବା ଉଚିତ୍‌ ।