‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ କହିଲେ ମୋଦି: ଦେଶବାସୀଙ୍କ ଟଙ୍କା ଉପରେ କାହାର ହାତ ପକାଇବାକୁ ଦେବିନି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମେଁ ଭି ଚୌକିଦାର’ ଅଭିଯାନ ଅନୁଯାୟୀ ଭିଡିଓ କନଫରେନ୍ସି ମାଧ୍ୟମରେ ଦେଶବାସୀଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି। ଏହି ଅଭିଯାନ ଅନୁଯାୟୀ ସାରା ଦେଶର ୫୦୦ଟି ଭିନ୍ନ ଭିନ୍ନ ସ୍ଥାନରେ ଲୋକେ ମୋଦିଙ୍କ ସହିତ ଯୋଡି ହୋଇଛନ୍ତି। ଦିଲ୍ଲୀରେ ଏହି କାର୍ଯ୍ୟକ୍ରମ ତାଲକଟୋରା ଷ୍ଟାଡିୟମରେ ହୋଇଛି, ସେଭଳି ଅନ୍ୟସ୍ଥାନରେ ଦଳୀୟ କାର୍ଯ୍ୟାଳୟ ଓ ଅନ୍ୟ ସ୍ଥାନରେ ଲୋକଙ୍କୁ ଯୋଡା ଯାଇଛି। କାର୍ଯ୍ୟକ୍ରମରେ ଭାଷଣ ଦେଇ ମୋଦି କହିଛନ୍ତି, ‘୨୦୧୪ରେ ବିଜେପି ମୋତେ ଦାୟିତ୍ବ ଦେଇଥିଲା ଏହା ପରେ ମୋତେ ଦେଶରେ କୋଣ ଅନୁକୋଣରେ ଯିବାର ସୁଯୋଗ ମିଲିଥିଲା। ସେତେବେଳେ ମୁଁ ଲୋକଙ୍କୁ କହିଥିଲି ଦିଲ୍ଲୀର ଦାୟିତ୍ବ ଆପଣ ମୋତେ ଦେଉଛନ୍ତି, ଏହାର ଅର୍ଥ ଆପଣ ଜଣେ ଚୌକିଦାର ବସାଉଛନ୍ତି। ମୁଁ ଜନତାଙ୍କ ଟଙ୍କା ଉପରେ କାହାର ହାତ ପକାଇବାକୁ ଦେବନି। ଜଣେ ଚୌକିଦାର ଭାବରେ ନିଜର ଦାୟିତ୍ବ ଗ୍ରହଣ କରିବି।’

ଚୌକିଦାର କୌଣସି ବ୍ୟବସ୍ଥା ନୁହେଁ, କିମ୍ବା କୌଣସି ୟୁନିଫର୍ମ ମାଧ୍ୟମରେ ପରିଚୟ ପାଇଥାଏ। ଚୌକିଦାର ଏକ ସ୍ପିରିଟ୍, ଏକ ଭାବନା ବୋଲି କହିଛନ୍ତି ମୋଦି। ଦେଶର ଜନତାଙ୍କୁ ରାଜା-ମହାରାଜା ଦରକାର ନାହିଁ, କେବଳ ଜଣେ ଚୌକିଦାରଙ୍କୁ ପସନ୍ଦ କରିଥାନ୍ତି। ଆଉ ଚୌକିଦାର ଭାବରେ ମୁଁ ମୋର ଦାୟିତ୍ବ ଗ୍ରହଣ କରିବାର ସମ୍ପୂର୍ଣ୍ଣ ଚେଷ୍ଟା କରିବି।

ଏହାପରେ ପ୍ରଧାନମନ୍ତ୍ରୀ କହିଛନ୍ତି,‘ବାଲକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ମୁଁ ନୁହେଁ ବଂର ଦେଶର ଯବାନମାନେ କରିଛନ୍ତି। ଆମର ସୁରକ୍ଷାବଳ କରିଛନ୍ତି, ଆମ ସମସ୍ତଙ୍କ ତରଫରୁ ତାଙ୍କୁ ପ୍ରଣାମ। ଯେଉଁ ପର୍ଯ୍ୟନ୍ତ ନିଷ୍ପତ୍ତି ନେବାର ପ୍ରଶ୍ନ ଉଠୁଛି ସେଠାରେ ଆମ ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଦେଖିଛି, ଆଜି ଲାଇନ୍ ଟିକେ ଲମ୍ବା ହୋଇଯାଇଛି। ଯଦି ମୋଦି ନିଜର ରାଜନୈତିକ ଭବିଷ୍ୟତକୁ ଭାବିଥାନ୍ତା, ତେବେ ମୋଦି ହୋଇନଥାନ୍ତା, ମୋ ପାଇଁ ଦେଶ ସବୁଠାରୁ ଉଚ୍ଚରେ। ୧୨୫ କୋଟିରୁ ଅଧିକ ଦେଶବାସୀ ମୋ ପାଇଁ ସବୁବେଳେ ଉପରେ ରହିବେ। ଏହା ସହ ମୋଦି କହିଛନ୍ତି, ଆଜି ସାରାଦେଶରେ ପ୍ରାୟ ୫୦୦ରୁ ଅଧିକ ସ୍ଥାନରେ ଏଭଳି ଦେଶ ପାଇଁ କିଛି କରିବାର,ଦେଶର ସମ୍ମାନରେ ନିଜକୁ ଗର୍ବିତ ଅନୁଭବ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଟେକ୍ନୋଲୋଜି ମାଧ୍ୟମରେ ଯୋଡି ହେବାର ସୁଯୋଗ ମିଳିଛି।
बालाकोट मैंने नहीं किया, देश के जवानों ने किया है, हमारे सुरक्षा बलों ने किया है।
— BJP (@BJP4India) March 31, 2019
इसलिए हम सबकी तरफ से उन्हें, सैल्यूट: पीएम श्री @narendramodi #MainBhiChowkidar https://t.co/NqQLOaZUNV pic.twitter.com/NRa5QmtKCG
ଆମ ଦେଶର ରାଜନୈତିକ ଦଳ ଗୁଡିକୁ ଜଣାନାହିଁ ସଂଖ୍ୟାଗରିଷ୍ଠତା ସରକାର ନିଜକୁ ନିଜ ଭିତରେ ଖୁବ୍ ମହତ୍ତ୍ବପୂର୍ଣ୍ଣ, ଆଜି ସାରା ବିଶ୍ବରେ ଯେଉଁ ଭାରତର କଥା ଶୁଣିବାକୁ ମିଳୁଛି ଏହାର କାରଣ ମୋଦି ନୁହେଁ ପୂର୍ଣ୍ଣ ବହୁମତର ସରକାର। ବିଶ୍ବର କୌଣସି ନେତା ଯେତେବେଳେ ମୋ ସହ ହାତ ମିଳାଇଥାଏ କିମ୍ବା ଆଲିଙ୍ଗନ କରିଥାଏ, ସେ ମୋଦିଙ୍କୁ ନୁହେଁ ପୂର୍ଣ୍ଣବହୁମତର ସରକାରଙ୍କ ମାଧ୍ୟମରେ ଶହେ କୋଟିରୁ ଅଧିକ ଦେଶବାସୀଙ୍କୁ ଦେଖିଥାଏ। ପାକିସ୍ତାନ ଯଦି ଭାବୁଥାଏ ମୋଦି ନିର୍ବାଚନରେ ବ୍ୟସ୍ତ, ଏହି କାରଣରୁ କିଛି କରିପାରିବନି, ତେବେ ତାହା ଭୁଲ। ମୋ ପାଇଁ ନିର୍ବାଚନ ଆଗ ନୁହେଁ ଦେଶ ହେଉଛି ସବୁଠାରୁ ଆଗରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।