PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

‘ଖୁସି’ ନାପକିନ୍‌ କିଣାରେ ହେରଫେର୍‌ ଅଭିଯୋଗ : ପୁନର୍ବିଚାର ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୩।୧୨ : ‘ଖୁସି’ ନାପକିନ୍‌ କିଣାରେ ୧୦ କୋଟିରୁ ଅଧିକ ଟଙ୍କା ଚଳୁ କରି ଦିଆଯାଇଛି । ଯେଉଁ ସଂସ୍ଥା ୧.୭୪ ପଇସାରେ ଜିଲ୍ଲାକୁ ନାପକିନ୍‌ ଯୋଗାଇବାକୁ ଟେଣ୍ଡର ନେଇଥିଲା । ପରବର୍ତ୍ତୀ ସମୟରେ ‘ଖୁସି’ ଯୋଜନାରେ ୨ଟଙ୍କା ୩୦ ପଇସାରେ ନାପକିନ୍‌ ଯୋଗାଇଛି । ଯେଉଁଥିପାଇଁ ସରକାରଙ୍କ ୧୦ କୋଟି ୨୧ ଲକ୍ଷ ୭୩ ହଜାର ଟଙ୍କାର କ୍ଷତି ହୋଇଛି । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣିନଥିଲେ । ଏବେ ଏହି ଅଭିଯୋଗକୁ ଗୁରୁତର ସହ ନେଇଛନ୍ତି ହୋଇକୋର୍ଟ । ତୁରନ୍ତ ଅନୁସନ୍ଧାନ କରି ୬ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

‘ଖୁସି’ ଯୋଜନାରେ ସରକାର ୪୨ କୋଟି ଟଙ୍କାର ସାନିଟାରୀ ନାପକିନ୍‌ କିଣିଛନ୍ତି । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ମାଗଣାରେ ଏହାକୁ ଯୋଗାଇ ଦିଆଯାଉଛି । ଯୋଜନା ଆରମ୍ଭ ପରେ ଜିଲ୍ଲାସ୍ତରକୁ ଶ୍ରୀ ରାଧେ ହାଇଜିନ୍‌ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ୍‌ ୧ଟଙ୍କା ୭୪ ପଇସାରେ ନାପକିନ୍‌ ଯୋଗାଇଥିଲା । ଏହାର ଅବଧି ୨୦୧୯ ମେ ୩ ତାରିଖ ଯାଏ ରହିଥିଲା । ହେଲେ ବିଭିନ୍ନ ଆଳ ଦେଖାଇ ଆଉ ଥରେ ଟେଣ୍ଡର କରି ଶ୍ରୀ ରାଧେ ହାଇଜିନ୍‌ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ୍‌ଠାରୁ ସରକାର ୨ଟଙ୍କା ୩୦ ପଇସାରେ ନାପକିନ୍‌ କିଣିଲେ ।

ଏ ସମ୍ପର୍କରେ ସମାଜସେବୀ କେଦାରନାଥ ସାହୁ ସ୍ୱାସ୍ଥ୍ୟ ବିଭାଗ ନିକଟରେ ଅଭିଯୋଗ କରି ‘ଖୁସି’ ନାପକିନ୍‌ କିଣାରେ ହେରଫେର୍‌ ହୋଇଥିବା କହିଥିଲେ । ହେଲେ ଅଭିଯୋଗକୁ ବିଚାର କରିନଥିଲେ ବିଭାଗୀୟ ଅଧିକାରୀ । ଏହାପରେ ଶ୍ରୀ ସାହୁ ଆଇନ୍‌ଜୀବୀ ମିଥୁନ୍‌ ଦାସଙ୍କ ସହ ମିଶି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ । କୋର୍ଟ ମଧ୍ୟ ଏହାକୁ ଗୁରୁତର ସହ ବିଚାର କରି ସମସ୍ତ ଦିଗ ପ୍ରତି ସମୀକ୍ଷା କରିଥିଲେ । ମାମଲାଟି ଅତ୍ୟନ୍ତ ଗୁରୁତର ଥିବାରୁ ଏହାର ତଦନ୍ତ ଆବଶ୍ୟକତା ରହିଛି । ଏ ସମ୍ପର୍କରେ ତଦନ୍ତ କରି ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ହାଇକୋର୍ଟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।