ଏହି ୮ଟି ଫଳ ଖାଇଲେ ଖୁବ୍ ଶ୍ରୀଘ୍ର କମିବ ଓଜନ, ହ୍ରାସ ପାଇବ ଶରୀରରୁ ଚର୍ବି

ଶରୀରରେ କ୍ୟାଲୋରୀ ବଢ଼ିଯିବା ଡରରେ ଆପଣ କଣ ଫଳ ଖାଇବା ବନ୍ଦ କରିଦେଛନ୍ତି କି?  ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ କିଛି ଏମିତି ଫଳ ରହିଛି ଯେଉଁଥିରେ କ୍ୟାଲୋରିର ମାତ୍ରା କମ୍ ରହିଥାଏ।ଶରୀରକୁ ଅତ୍ୟାଧିକ କ୍ୟାଲୋରି ସେବନ କରିବାର କିଛି ଆବଶ୍ୟକତା ନାହିଁ  କିନ୍ତୁ କମ୍ ମାତ୍ରାର କ୍ୟାଲୋରି ଖାଇବା ଉଚିତ୍ କାରଣ କ୍ୟାଲୋରି ଶରୀରକୁ ଶକ୍ତି ଦେବା ସହ ସତେଜ ମଧ୍ୟ ରଖିଥାଏ। ତେବେ ଶରୀରରୁ ଓଜନ କମ୍ କରିବାକୁ ଚାହୁଁ ଥିଲେ ଅଧିକ କ୍ୟାଲୋରିର ଖାଦ୍ୟ ଖାଇବା ଠାରୁ ଦୂର ରୁହନ୍ତୁ ନଚେତ୍‌ ଆପଣ ଓଜନ କମ୍ କରିପାରିବେ ନାହିଁ। କିନ୍ତୁ କମ୍ ମାତ୍ର ଶରୀରକୁ କ୍ୟାଲୋରି ଦେବା ଭଳି ଫଳ ବା ଖାଦ୍ୟ ଗ୍ରହଣ କରନ୍ତୁ। ଆସନ୍ତୁ ଜାଣିବା ୯ଟି ଫଳ ବିଷୟ ଯେଉଁରେ କମ୍ ମାତ୍ରରେ କ୍ୟାଲୋରି ରହିଛି।

ତେବେ ଏମିତି କେଉଁଠି ଲେଖା ନାହିଁ କି କମ୍ କ୍ୟାଲୋରି ଫଳ ସେବନ କଲେ ଶରୀରରେ କମ୍ କ୍ୟାଲୋରି ମିଳିଥାଏ। କିନ୍ତୁ ମୂଳରୁ ଯେଉଁ ଖାଦ୍ୟ କିମ୍ବା ଫଳରେ କମ୍  କ୍ୟାଲୋରୀ ରହିଥାଏ। କମ୍ କ୍ୟାଲୋରି ଫଳ ଖାଇଲେ କିନ୍ତୁ ଶରୀରରେ ହଜମ ପ୍ରକିୟା ଅଧିକ ଶକ୍ତି ଖର୍ଚ୍ଚ ହୋଇନଥାଏ।

ସେଓ: ସେଓ ସବୁଠାରୁ ଅଧିକ ପୌଷ୍ଟକ ଏବଂ ସବୁ ଠାରୁ କମ୍ କ୍ୟାଲୋରି ଥିବା ଫଳ । ସେଓ ଶରୀରକୁ କମ୍ କ୍ୟାଲୋରି ଦେଇଥାଏ। ତେଣୁ ସବୁଦିନ ଗୋଟିଏ ସେଓ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ। ତେବେ ଗୋଟିଏ କପର ସେଓ ଖଣ୍ଡରେ ୫୭ ପ୍ରତିଶତ କ୍ୟାଲୋରି ଥିବା ବେଳେ ୩ ଗ୍ରାମ ଫାଇବର ରହିଥାଏ।

ଆର୍ଗୁଲା:  ଆର୍ଗୁଲାରେ ସୋରିଷର ସ୍ବାଦ ଥିବା ତୃଣ ଅଟେ। ଏଥିରେ ଭିଟାମିନର ପ୍ରଚୁର ମାତ୍ରାରେ ଭରି ରହିଥାଏ ଯାଥା ଭିଟାମିନ୍ ବି,ସି,ଡି ବେଟା କୋରଟିନ୍ ଏବଂ ଅନ୍ୟ ଭିଟାମିନ ଗୁଡିକ ରହିଥାଏ। ଆପଣ ଜାଣିଛନ୍ତି ଅଧ କପର(୧୦ଗ୍ରାମ) ଆର୍ଗୁଲା ପତ୍ରରେ ମାତ୍ର ୩ ପ୍ରତିଶତ  କ୍ୟାଲୋରି ରହିଥାଏ।

ଧନିଆ ପତ୍ର:  ଧନିଆରେ ପାଣିର ମାତ୍ରା ଅଧିକ ରହିଥାଏ। ସେଥି ପାଇଁ ପ୍ରାକୃତିକ ରୂପେ କମ୍ କ୍ୟାଲୋରି ମିଳିଥାଏ।ଗୋଟିଏ କପ ଧନିଆ ପତ୍ର କଟାରେ( ୧୧୦ଗ୍ରାମ)ରେ  ୧୮ କ୍ୟାଲୋରି ପ୍ରୋଟିନ୍ ରହିଥାଏ।

ବ୍ରୋକଲି: ବ୍ରୋକଲି କୋବିରେ ଥିବା ଫାଇଦା ବିଷୟରେ ପ୍ରାୟତ ସମସ୍ତେ ଜାଣିଥିବେ କାରଣ ଭରପୁର ମାତ୍ରାର ପ୍ରୋଟିନ୍, କ୍ୟାଲସିୟମ୍, କାବ୍ରୋହାଇଡ଼୍ରୋଟ, ଆଇରନ, ଭିଟାମିନ ଏ, ସି ଏବଂ ଅନ୍ୟାନ ବିଭିନ୍ନ ପୋଷକ ରହିଥାଏା ଏଥିସହ ଶରୀରରେ ଓଜନ କମ୍ କରିବାରେ ପ୍ରୋଟିନର ଫାଇଦା ମିଳିଥାଏ ରୋଗ ମଧ୍ୟ ଦୂର କରିଥାଏ। କେବଳ ଗୋଟିଏ କପ କଟା ବ୍ରୋକଲିରେ ୩୧ କ୍ୟାଲୋରି ମିଳିଥାଏ।

କାକୁଡି :- କାକୁଡିରେ ପାଣିର ମାତ୍ର ଅଧିକ ରହିଥାଏ ସେଥିପାଇଁ କାକୁଡିରେ କମ୍ ମାତ୍ରାରେ କ୍ୟାଲୋରି ରହିଥାଏ। ପ୍ରତିଦିନ କାକୁଡି ଖାଇବା ଦ୍ବାରା ଶରୀର ସତେଜ ରହିବା ସହ ଚର୍ମରେ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ । କାକୁଡିରେ କାବ୍ରୋହାଇଡ୍ରୋଟ୍ , ଆଇରନ ମିଳିଥାଏ। ଏକ କପ କଟା କାକୁଡି ( ୫୨ଗ୍ରାମ)ରେ ୮ କ୍ୟାଲୋରି ମିଳିଥାଏ।

ହିମଶୋଲ ସାଲଟ୍ : ହିମଶୋଲ ହେଉଛି ଏକ ପ୍ରକାର ସାଲଟ ସେଥିରେ କଟା ବନ୍ଧା କୋବି ତିଆରି ହୋଇଥାଏ। ଏଥିରେ ଭିଟାମିନ୍ ପୃଷ୍ଠି ସାର ଭରି ରହିଥାଏ। ଗୋଟିଏ କପ ହିମଶୋଲ ସାଲଟରେ ୧୦ କ୍ୟାଲୋରି ଭିଟାମିନ୍ ମିଳିଥାଏ।

କାଗଜି ଲେମ୍ବୁ;-   କାଗଜି ଲେମ୍ବୁ ଫଳରେ କୋଲେଷ୍ଟ୍ରୋଲ୍ କମ୍ କରୁଥିବା ବେଳେ ଶରୀରରେ ପାଚନ ପ୍ରକିୟାକୁ ମଜବୁତ କରିଥାଏା ଚକୋତା ଫଳରେ ଭିଟାମିନ୍ ସି ରହିଥାଏ। ଅଧ କପ କାଗଜି ଲେମ୍ବୁ ୫୨ ପ୍ରତିଶତ କ୍ୟାଲୋରି  ରହିଥାଏ।

ତରଭୁଜ : ତରଭୁଜରେ ପାଣି ଭରପୁର ରହିଥାଏ ଏବଂ ପୋଷକ ତତ୍ବ ଥିବା ବେଳେ ଭିଟାମିନ୍ ‘ସି’ ମିଳିଥାଏ। ତରଭୁ୍ଜରେ ପାଣି ଥିବାରୁ କ୍ୟାଲୋରି ମାତ୍ରା ବହୁତ କମ୍ ରହେ ତେଣୁ ଏହାକୁ ଡାଏଟରେ ସାମିଲ କଲେ ଶରୀର ଜଳିଅଂଶ ବୃଦ୍ଧି କରିବା ସହ ୪୬ ପ୍ରତିଶତ କ୍ୟାଲୋରି ମିଳିଥାଏ।

   ସମ୍ବନ୍ଧିତ ଖବର


ମୋବାଇଲ ନମ୍ବର ନଥିଲେ ଆଧାରକାର୍ଡରେ ହୋଇପାରିବନି କିଛି ବି ପରିବର୍ତ୍ତନ, ଏମିତି ସହଜରେ କରନ୍ତୁ ଅପଡେଟ୍

ସପିଂ ମଲ୍‌ର ଟ୍ରାଏଲ୍ ରୁମ୍‌ରେ ଏମିତି ବି ହୁଏ ! ପରିସ୍ରା ଗନ୍ଧ ବାହାରିବା ସହ ଏହି ସବୁ ଜିନିଷ ବାହାରେ…

କ୍ରିଷ୍ଟାଲ୍ ବଦଳାଇପାରେ ଆପଣଙ୍କ ଭାଗ୍ୟ, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଆଜିଠୁ ଶାରଦୀୟ ନବରାତ୍ରି ଆରମ୍ଭ, ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଘଟ ସ୍ଥାପନା

ମାତ୍ର ୩୦୦ ଟଙ୍କାରେ କାରକୁ ରଖନ୍ତୁ ସୁରକ୍ଷିତ

ଏବେ କେହି ବି ନେଇ ପାରିବ ଟର୍ମ ପ୍ଲାନ୍, ଆସିଲା ‘ସରଳ ଜୀବନ ବୀମା’